କେନ୍ଦ୍ରାପଡ଼ାରେ ଯୁବତୀ ଜୀବନ୍ତ ଜଳିମୃତ, ପୁଲିସ ତଦନ୍ତ ଆରମ୍ଭ

Spread the love

କେନ୍ଦ୍ରାପଡ଼ାରେ ଯୁବତୀ ଜୀବନ୍ତ ଜଳିମୃତ, ପୁଲିସ ତଦନ୍ତ ଆରମ୍ଭ

କେନ୍ଦ୍ରାପଡ଼ା: ଜିଲ୍ଲାର ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ କାଠିଆପଡ଼ା ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଏଠାରେ ଘର ଭିତରେ ଜଣେ ଯୁବତୀ ଜୀବନ୍ତ ଜଳିଯିବା ଘଟଣା ଦେଖାଦେଇଛି। ଏହି ଘଟଣା ନେଇ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ (SP) ଶ୍ରୀ ସିଦ୍ଧାର୍ଥ କଟାରିଆ ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ଦେଇଛନ୍ତି।ସେ କହିଛନ୍ତି, “ଯୁବତୀଙ୍କ ବାପା ଓ ମା’ଙ୍କ ସହ କଥାହେବା ପରେ ଜଣାପଡ଼ିଛି ଯେ, ଯୁବତୀ ଯେତେବେଳେ ଆଗ୍ନିଦଗ୍ଧ ହେଉଥିଲେ, ତାଙ୍କ ବାପା କବାଟ ଭାଙ୍ଗି ଘର ଭିତରେ ପଶିଥିଲେ। ଶତ ଚେଷ୍ଟା ସତ୍ତ୍ୱେ, ସେମାନେ ତାଙ୍କୁ ବଞ୍ଚାଇ ପାରିନଥିଲେ।”ଏହି ମାମଲାର ଗଭୀର ତଦନ୍ତ ଆରମ୍ଭ ହୋଇଛି। ଯଦି କୌଣସି ଅଭିଯୋଗ ଥାଏ, ତେବେ ସେଥିରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ବାପାଙ୍କ ଦ୍ୱାରା ଦିଆଯାଇଥିବା ଲିଖିତ ଅଭିଯୋଗ ଆଧାରରେ ତଦନ୍ତ ଚାଲିଛି। ଘଟଣାର ପୂର୍ଣ୍ଣ ସତ୍ୟ ତଦନ୍ତ ପରେ ସାମ୍ନାକୁ ଆସିବ।