ୟେମେନରେ ଭୟାବହ ନୌକା ଦୁର୍ଘଟଣା: ୬୮ ଶରଣାର୍ଥୀଙ୍କ ମୃତ୍ୟୁ, ୭୪ ନିଖୋଜ

ନୂଆଦିଲ୍ଲୀ – ୟେମେନର ଦକ୍ଷିଣ ଅବିଆନ୍‌ ପ୍ରଦେଶ ନିକଟରେ ଏକ ଭୟାବହ ନୌକା ଦୁର୍ଘଟଣା ଘଟିଛି । ଗଲ୍ଫ ଅଫ ଏଡେନ ଉପକୂଳରେ ଏହି ନୌକା ଓଲଟି ପଡ଼ିବାରୁ ୬୮ ଜଣ ଶରଣାର୍ଥୀଙ୍କ ମୃତ୍ୟୁ ଘଟିଛି ବୋଲି ସ୍ଥାନୀୟ ଗଣମାଧ୍ୟମ ସୂଚନା ଦେଇଛି ।ସୂତ୍ରମୂଳକ ତଥ୍ୟ ଅନୁଯାୟୀ, ଏହି ନୌକାରେ ୧୫୪ ଜଣ ଶରଣାର୍ଥୀ ଥିଲେ, ଯେଉଁଠାରେ ମାତ୍ର ୧୨ ଜଣଙ୍କୁ ଉଦ୍ଧାର କରାଯାଇଛି । ଅନ୍ୟପଟେ, ୭୪ ଜଣ ଏପର୍ଯ୍ୟନ୍ତ ନିଖୋଜ ବୋଲି ଜଣାପଡ଼ିଛି ।ଦୁର୍ଘଟଣା ପରେ ଖାନଫର ଜିଲ୍ଲାରେ ୫୪ ମୃତଦେହ ସମୁଦ୍ର କୂଳରେ ମିଳିଥିବାବେଳେ, ଅନ୍ୟ ୧୪ ମୃତଦେହକୁ ଜିଞ୍ଜିବା ହସ୍ପିଟାଲରେ ରଖାଯାଇଛି । ଦୁର୍ଘଟଣା ସମୟରେ ଅତ୍ୟଧିକ ଖରାପ ପାଗ ଥିବାକୁ କାରଣ ବାଣ୍ଟିଯାଇଛି ।ଏହି ଦୁଖଦ ଘଟଣାରେ ଅନେକ ମାନବୀୟ ଜୀବନ ନଷ୍ଟ ହୋଇଥିବାରୁ ଅନ୍ତର୍ଜାତୀୟ ସମ୍ଦାୟ ମଧ୍ୟ ଚିନ୍ତିତ । ଉଦ୍ଧାର କାର୍ଯ୍ୟ ଚାଲିଛି ଏବଂ ନିଖୋଜ ଲୋକମାନଙ୍କ ଖୋଜ ଜାରି ଅଛି।

By admin

Leave a Reply

Your email address will not be published. Required fields are marked *