ଉତ୍ତରାଖଣ୍ଡର ଧରାଲି ଅଞ୍ଚଳରେ ବାଦଲ ଫଟା: ବନ୍ୟାରେ ଧ୍ଵଂସ, ଧରାଲି ବଜାର ଚରମ କ୍ଷତିଗ୍ରସ୍ତ

ଡେରାଡୁନ – ଉତ୍ତରାଖଣ୍ଡ ର ଉତ୍ତରକାଶୀ ଜିଲ୍ଲା ଅନ୍ତର୍ଗତ କ୍ଷୀରଗଙ୍ଗା ନଦୀ ଅଞ୍ଚଳରେ ଶନିବାର ସନ୍ଧ୍ୟା ବେଳେ ହଠାତ୍ ବାଦଲ ଫାଟିବା ସହ ବିପୁଳ ପରିମାଣର ବର୍ଷା ହୋଇଥିବାରୁ ବିପର୍ୟୟ ସୃଷ୍ଟି ହୋଇଛି। ଏହାର ପରିଣାମରେ ବନ୍ୟା ପରିସ୍ଥିତି ଉତ୍ପନ୍ନ ହୋଇ ଧରାଲି ବଜାର ସହ ବ୍ରହ୍ମକୁଣ୍ଡ, ମାହିଡା, ଓ ଆସପାସ ଅଞ୍ଚଳ ପ୍ରଭାବିତ ହୋଇଛି।ପ୍ରବଳ ବେଗରେ ବହୁଥିବା ଜଳ ସ୍ରୋତ ଦ୍ୱାରା ବଜାର ଅଞ୍ଚଳର ଅନେକ ଦୋକାନ, ଯାନବାହାନ ଓ ଘର ଗୂର୍ତ୍ତର କ୍ଷତିଗ୍ରସ୍ତ ହୋଇଛି। ବହୁ ବ୍ୟକ୍ତି ଘର ଛାଡ଼ି ସୁରକ୍ଷିତ ସ୍ଥାନକୁ ଆଶ୍ରୟ ନେଇଛନ୍ତି। ବନ୍ୟାର ଫଳରେ ରାସ୍ତା ଗୁଡିକ ବନ୍ଦ ହୋଇଯାଇଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି।ପ୍ରଶାସନ ଓ ଏନଡିଆରଏଫ୍ ଟିମ୍‌ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜୋରଦାର କରାଯାଉଛି। ଏପର୍ଯ୍ୟନ୍ତ କୌଣସି ଜଣମାନ ହାନିର ସୂଚନା ମିଳିନାହିଁ, କିନ୍ତୁ ବିପୁଳ ଧନସ୍ତି ହୋଇଥିବା ସନ୍ଦେହ କରାଯାଉଛି।ପ୍ରଶାସନ ପକ୍ଷରୁ ଆଗାମୀ ଦିନ ଯାଏଁ ଅଞ୍ଚଳରେ ଜନସାଧାରଣଙ୍କୁ ସତର୍କ ରହିବା ପାଇଁ ଅନୁରୋଧ କରାଯାଇଛି।

By admin

Leave a Reply

Your email address will not be published. Required fields are marked *