ରାସ୍ତା ରୋକ ଆନ୍ଦୋଳନ କାରୀଙ୍କ କୋଣ୍ଡା ବାବୁ ଙ୍କ ସହ ଆଲୋଚନା ପରେ ଦୀର୍ଘ 7 ଘଣ୍ଟା ପରେ ରାସ୍ତା ରୋକ ଉଠିଲା
ରାୟଗଡା (ଅମୁଲ୍ୟ ନିଶଙ୍କ ) ରାୟଗଡା ଜ଼ିଲ୍ଲା କୁମ୍ଭୀକତା ଫାଣ୍ଡି ଅଧୀନରେ ଜାତୀୟ ରାଜପଥ 326 ନମ୍ବର ର ଗୁମା ଗାଁ ଠାରେ ଗତ ଶନିବାର ରାତ୍ରି 2 ଘଂଟିକା ସମୟରେ ଏକ ଏକ ଟ୍ୟାଙ୍କର ଡୋରାଗୁଡା ରୁ ରାୟଗଡା ଆସୁଥିବା ସମୟରେ ମାର୍ମତୁନ୍ଦ ଦୁର୍ଘଟଣା ହୋଇଥିଲା l ଓଡି 14ଏ ବି 5022 ଟ୍ୟାଙ୍କର ଟି ଗୁମା ଗାଁ ଜାତୀୟ ରାଜପଥ କଡ଼ ରର ଥିବା ଏକ ଘର ମଧ୍ୟକୁ ମେଡ଼ିଯାଇଥିଲା l ଏଥିରେ ଏକ ମହିଳା ଲଷ୍ମୀ ପତ୍ର 60 ଙ୍କ ମୃତ୍ୟୁ ଘଟିଥିଲା l ଫଳରେ ଉତ୍ୟକ୍ତ ଲୋକେ କ୍ଷତି ପୂରଣ ଦାବୀ କରି ମର ଶରୀର କୁ ରାସ୍ତାରେ ରଖି ରାସ୍ତା ଅବରୋଧ କରିଥିଲେ lଘଟଣା ସ୍ଥଳ ରେ ରାୟଗଡା ଟ୍ରକ ମାଲିକ ସଙ୍ଘ ସଭାପତି ତଥା ବରିଷ୍ଠ ବିଜେପି ନେତା ୟାଲା କୋଣ୍ଡା ବାବୁ ଓ କୋରାପୁଟ ବିଧାୟକ ରଘୁରାମ ମାଛ ଘଟଣା ସ୍ଥଳ ରେ ପହଂଚିଥିଲେ l ଉଭୟ ଙ୍କ ଚେଷ୍ଟା ଦ୍ୱାରା 326 ନମ୍ବର ଜାତୀୟ ରାଜପଥ ରାସ୍ତା ରୋକ ଉଠିଲା l ସୂଚନା ଯୋଗ୍ୟଯେ ଗତ କାଲି ରାତ୍ରି ସମୟରେ ଗୁମା ଠାରେ ଏକ ଦୋକାନ ଗୃହ ମଧ୍ୟରେ ଏକ ଟେଙ୍କର ପଶି ଏକ ବ୍ୟକ୍ତି ମୃତ୍ୟୁ ବରଣ କରିଥିଲା l ଗ୍ରାମ ବାସୀ ରାସ୍ତା ରୋକ କରିଥିଲେ ଏହାର ସମାଧାନ ନିମନ୍ତେ କୋଣ୍ଡା ବାବୁ ବିଧାୟକ ମାଛ ଥାନା ଅଧିକାରୀ ରାୟଗଡା ତହସିଲଦାର ଙ୍କ ସହିତ ଆନ୍ଦୋଳନ କରି ଙ୍କ ମଧ୍ୟରେ ଆଲୋଚନା ହୋଇ ରାସ୍ତା ରୋକ ଉଠିଥିଲା l ମୃତ ବ୍ୟକ୍ତି ଙ୍କ ପରିବାର କୁ ଟ୍ୟାଙ୍କର ମାଲିକ ପକ୍ଷରୁ 5 ଲକ୍ଷ ଟଙ୍କା, କୋରାପୁଟ ବିଧାୟକ ଓ କୋଣ୍ଡା ବାବୁ ମିଳିତ ଭାବେ 50 ହଜାର ଟଙ୍କା ସହିତ ସରକାର ଙ୍କ ନିୟମ ଅନୁଯାଇ ଏକ ଅନ୍ତରଦୋୟ ଯୋଜନା ମାଧ୍ୟମରେ ଏକ ଗୃହ ଯୋଗାଇବା ନିମନ୍ତେ ନିଷ୍ପତି ହୋଇଥିଲା l କୋଣ୍ଡା ବାବୁ ଙ୍କ ଉପସ୍ଥିତ ରେ ଘଟଣା ର ସମାଧାନ ହୋଇଥିବା ରୁ ସ୍ଥାନୀୟ ଗ୍ରାମବାସୀ କୋଣ୍ଡା ବାବୁ ଙ୍କୁ ଧନ୍ୟବାଦ ଜଣାଇଥିଲେ l ପରେ ରାସ୍ତା ରୋକ ଉଠିଥିଲା ଦୀର୍ଘ 7 ଘଣ୍ଟା ପରେ ରାସ୍ତା ରେ ଯାନବାହାଁ ଚଳାଚଳ ସ୍ୱାଭା୍ଭିକ ହୋଇଥିଲା l ପୋଲିସ ସବ ଜବତ କରି ସବ ବ୍ୟବଛେଦ କରି ପରିବାର କୁ ହସ୍ତାନ୍ତର କରିଳିଥିଲେ l ଘଟଣା ସ୍ଥଳ ରେ ବିଜେପି ର ଉମେଶ ଖୋସଲା, ମଞ୍ଜୁଳା ମିନିୟାକା, ପ୍ରୀତମ ଖରା ଙ୍କ ସହିତ ସ୍ଥାନୀୟ ବିଡ଼ିଓ ତହସିଲଦାର ଥାନା ଅଧିକାରୀ ଉପସ୍ଥିତ ରହିଥିଲେ l

