ଟିକାବାଲିରେ ନୂତନ ଜିଲ୍ଲାପାଳ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ………
କନ୍ଧମାଳ :- ୧୩/୫/ (କୁନା ଦିଗାଲଙ୍କ ରିପୋର୍ଟ )କନ୍ଧମାଳ ଜିଲ୍ଲା ଟିକାବାଲି ପଞ୍ଚାୟତ ସମତି ସଭାଗୃହଠାରେ ଆଜି କନ୍ଧମାଳ ଜିଲ୍ଲାପାଳ ଶ୍ରାଯୁକ୍ତ ବେଦ ଭୂଷଣଙ୍କ ଅଧ୍ୟକ୍ଷତାରେ ଯୁଗ୍ମ ଜନଶୁଣାଣୀ ଅନୁଷ୍ଠିତ ହୋଇଥିଲା। ଏହି ଯୁଗ୍ମ ଜନ ସୁଣାଣିରେ ଉପସ୍ଥିତ ଥିଲେ ଜିଲ୍ଲା ପରିଷଦ ମୂଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଶମ୍ଭୁନାଥ ନନ୍ଦି , ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ହରିସ୍ ବିଶି , ବାଲିଗୁଡା ଉପ ଜିଲ୍ଲାପାଳ ପ୍ରଣୀତି ଦାସ୍, ବାଲିଗୁଡ଼ା ପ୍ରକଳ୍ପ ପ୍ରଶାସନ ସମନ୍ୱିତ ଆଦିବାସୀ ଉନ୍ନୟନ ପରିଷଦ ଶ୍ରୀଯୁକ୍ତ କୃପାସିନ୍ଧୁ ବେହେରା , ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ଅଧିକାରୀ ଶ୍ରୀଯୁକ୍ତ ଅକ୍ଷୟ କୁମାର ସାହୁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ନାରାୟଣ ଦିକ୍ଷୀତ, ଜି ଉଦୟଗିରି ଏସ୍ ,ଡି, ପି ଓ , ବିଜୟ କୁମାର ବିଶି, ଜିଲ୍ଲା ପରିଷଦ ଉପାଦୋକ୍ଷା ସାଧୋବାଣି ନାୟକ, ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତି ନମିତା କହଁର, ଉପସ୍ଥିତ ରହି ବିଭିନ୍ନ ସ୍ଥାନୀୟ ସମସ୍ୟା ର ସମାଧାନ ପାଇଁ ଜନସାଧାରଣ ଙ୍କ ସାମୁହିକ ଓ ବ୍ୟକ୍ତି ଗତ ସମସ୍ୟା ଉପରେ ଏକ ସାର୍ବଜାନିନ ଅଭିଯୋଗ ଶୁଣାଣୀ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାର ବିଭିନ୍ନ ବିଭାଗିୟ ଅଧିକାରୀ, ଉପସ୍ଥିତ ରହି ଥିବାବେଳେ ଟିକାବାଲି ବ୍ଲକ୍ ର ୧୧ ଗୋଟି ପଞ୍ଚାୟତର ପୁରୁଷ ମହିଳା, ବୃଦ୍ଧ ବୃଦ୍ଧା ଜିଲ୍ଲାପାଳଙ୍କ ଜନଶୁଣାଣୀ ରେ ପ୍ରାୟ ରେସନ କାର୍ଡ, ପିଇବା ପାଣି , ଭତା, ରାସ୍ତା ଆବାସ ଗୃହ , ଏଭଳି ବିଭିନ୍ନ ସମସ୍ୟା ଉପରେ ଅଭିଯୋଗ ଶୁଣିବା ସହିତ ସମସ୍ୟା ର ସମାଧାନ ପାଇଁ ସମସ୍ତ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ । ଏହି ଅଭିଯୋଗ ଶୁଣାଣୀରେ ଶର୍ବମୋଟ ୪୭ ଗୋଟି ଅଭିଯୋଗ ଆସିଥିବା ବେଳେ ସାମୁହିକ ସମସ୍ୟା ୧୨ ଗୋଟି ବ୍ୟକ୍ତିଗତ ସମସ୍ୟା ୩୫ ଗୋଟି ରେଜିଷ୍ଟର ହୋଇଥିଲା । ଏହି ଅଭିଯୋଗ ଶୁଣାଣିରେ ଟିକାବାଲି ବ୍ଲକର ୧୧ ପଞ୍ଚାୟତର ଜନସାଧାରଣ ସମେତ ବ୍ଲକ୍ ସମସ୍ତ ବିଭାଗୀୟ ଅଧିକାରୀ ଏବଂ କର୍ମଚାରୀ ଉପସ୍ଥିତ ରହିଥିଲେ ।

