ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ

ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ….

କନ୍ଧମାଳ : (ରିପୋର୍ଟ କୁନା ଦିଗାଲ )ଟିକାବାଲି ବ୍ଲକ ଅନ୍ତର୍ଗତ କଟିମାହା ପଞ୍ଚାୟତ ର ଆଦର୍ଶ ବିଦ୍ୟାଳୟ ଓ ସଲପଗାଁ ଉନ୍ନୀତ ଉଚ୍ଚ ବିଦ୍ୟାଳୟ କୁ ଅଚାନକ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଯୁକ୍ତ ରାଜେଶ କୁମାର ସ୍ୱାଇଁ ପରିଦର୍ଶନ କରିଛନ୍ତି I ସେ ବିଦ୍ୟାଳୟ ର ବିଭିନ୍ନ ଆନୁସଙ୍ଗିକ ବିଷୟବସ୍ତୁ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ବିଦ୍ୟାଳୟ ଅଧକ୍ଷ ଓ ପ୍ରଧାନ ଶିକ୍ଷୟିତ୍ରୀ ଙ୍କ ସହ I ଏଥସହ ରୋଷେଇ ଘର, ଭୋଜନ କକ୍ଷ, ପରିସ୍ରାଗାର, ଶ୍ରେଣୀଗୃହ ପରିଦର୍ଶନ କରିଥିଲେ I ସଲପ ଗାଁ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରେ ଦଶମ ଶ୍ରେଣୀରେ ପିଲାଙ୍କୁ କିଛି ପ୍ରଶ୍ନ ସହ ଉତ୍ତର କିପରି ସହଜ ରେ କରିପାରିବା ତାହା ବୁଝାଇଥିଲେ I ଏଥିସହ ବିଦ୍ୟାଳୟ ରେ ବୃକ୍ଷ ରୋପଣ ମଧ୍ୟ କରିଥିଲେ I ଆଦର୍ଶ ବିଦ୍ୟାଳୟ ର ଅଧକ୍ଷ ଶ୍ରୀମତୀ ଶାଳିନୀ ପଟ୍ଟନାୟକ ଓ ସଲପ ଗାଁ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁଧାରାଣୀ ସାହୁ ଙ୍କ ସହ ଉପସ୍ଥିତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ୟୁ.ଏ.ଏସ ପୋର୍ଟାଲ ବିଷୟରେ ଆଲୋଚନା କରିଥିଲେ I ଏହି ପରିଦର୍ଶନ ସମୟରେ ଟିକାବାଲି ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ବିନୋଦ ବିହାରୀ ଦିଗାଳ ଓ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଅରବିନ୍ଦ ମହାପାତ୍ର ଉପସ୍ଥିତ ଥିଲେ I

Leave a Reply

Your email address will not be published. Required fields are marked *