କୁନ୍ଦର।ରେ ଜିଲ୍ଲା ସ୍ତରୀୟ ଜନସୁନାନୀ ଶିବିର ଆୟୋଜିତ

କୋରାପୁଟ – ଆଜି କୋରାପୁଟ ଜିଲ୍ଲାର କୁନ୍ଦର। ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଏକ ଜିଲ୍ଲା ସ୍ତରୀୟ ଜନସୁନାନୀ ଶିବିର ଆୟୋଜନ କରାଯାଇଛି। ଏହି କ୍ୟାମ୍ପରେ ଜନସାଧାରଣଙ୍କ ଅନେକ ଅଭିଯୋଗ ଓ ଅସୁବିଧା ସମ୍ବଳିତ ମତାମତକୁ ସୁନାଯାଇଛି।ଏହି ଅବସରରେ କୋରାପୁଟ ଜିଲ୍ଲାପାଳ, ଜିଲ୍ଲା ପୋଲିସ ଅଧୀକ୍ଷକ ଓ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ସେମାନେ ସ୍ଥାନୀୟ ଲୋକଙ୍କ ଅଭିଯୋଗକୁ ଶ୍ରବଣ କରି ତାହାର ସମାଧାନ ପାଇଁ ଜରୁରୀ କାର୍ଯ୍ୟାନୁଷ୍ଠାନ ନେବା ପ୍ରତିଶ୍ରୁତି ଦେଲେ।ଜନସୁନାନୀ ମାଧ୍ୟମରେ ଗାଁ ଗାଁର ଲୋକମାନେ ନିଜ ଅଭିଯୋଗ ଓ ସମସ୍ୟାଗୁଡିକୁ ସିଧାସଳଖ ଭାବରେ ଉଚ୍ଚ ଅଧିକାରୀଙ୍କ ସମ୍ମୁଖରେ ଉପସ୍ଥାପନ କରିପାରିଥିଲେ। ବେସ୍ କିଛି ସମସ୍ୟାକୁ ତୁରନ୍ତ ସମାଧାନ ମିଳିଥିଲା, ଅନ୍ୟଗୁଡିକୁ ତଦନ୍ତ କରି ଏହି ସପ୍ତାହରେ ସମାଧାନ କରାଯିବ ବୋଲି ଅଧିକାରୀମାନେ କହିଛନ୍ତି।

By admin

Leave a Reply

Your email address will not be published. Required fields are marked *