କନ୍ଧମାଳ ନୂତନ ଜିଲ୍ଲାପାଳ ଙ୍କ କଟିମାହା ପଞ୍ଚାୟତ ର ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ…
କନ୍ଧମାଳ : (କୁନା ଦିଗାଲଙ୍କ ରିପୋର୍ଟ )ଟିକାବାଲି ବ୍ଲକ ର ଅଭିଯୋଗ ଶୁଣାଣି ଦିବସ ରେ ଜିଲ୍ଲାପାଳ ଯୋଗଦେଇ କଟିମାହା ପଞ୍ଚାୟତ ର ବିଭିନ୍ନ ଉନ୍ନୟନମୂକକ କାର୍ଯ୍ୟ ବୁଲି ଦେଖିଲେ I ଏଥିସହ ପଧାନପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମଧ୍ୟ ପରିଦର୍ଶନ କରିଥିଲେ I ବିଦ୍ୟାଳୟ ର ଶ୍ରେଣୀଗୃହ, ରୋଷେଇ ଗୃହ ବୁଲି ଦେଖିଲେ ଓ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ଙ୍କ ସହ ଫୋଟୋ ଉଠାଇଥିଲେ I ଏହି ସମୟରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବିଦ୍ୟାଳୟ ରେ ଶ୍ରେଣୀ ଗୃହ କମ ଥିବା ହେତୁ ଅନେକ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ବୋଲି ଜିଲ୍ଲାପାଳ ଙ୍କୁ ଜଣେଇଥିଲେ I ଏଥିରେ ଜିଲ୍ଲାପାଳ ଯଥାଶୀଘ୍ର ଶ୍ରେଣୀଗୃହ ନିର୍ମାଣ ସକାଶେ ପ୍ରତିଶୃତି ପ୍ରଦାନ କରିଥିଲେ I ଗୋଷ୍ଠୀ ଉନ୍ନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ନାରାୟଣ ଦୀକ୍ଷିତ ମଧ୍ୟ ଯଥାଶୀଘ୍ର ଶ୍ରେଣୀଗୃହ ନିର୍ମାଣ ପାଇଁ ପ୍ରଧାନ ଶିକ୍ଷକ ଙ୍କୁ ନିର୍ଭର ପ୍ରତିଶୃତି ପ୍ରଦାନ କରିଥିଲେ I ଏଥିସହ ବିଦ୍ୟାଳୟ ରେ ଖେଳପଡିଆ ର ଅଭାବ, ଭୋଜନ କକ୍ଷ ର ଅଭାବ ବିଷୟରେ ମଧ୍ୟ ଜଣାଇଥିଲେ I

