ନିଜ ଦୋଷକୁ ଲୁଚାଇବା ପାଇଁ ଅଭିଭାବକ ଙ୍କ ସାହାରା ନେଲେ ପ୍ରଧାନ ଶିକ୍ଷକ ।

ଗଜପତି (ମନୋଜ ପାଢୀ) : ନିଜ ଦୋଷକୁ ଲୁଚାଇବା ପାଇଁ ସାହାରା ନେଲେ ପ୍ରଧାନ ଶିକ୍ଷକ ବୋଲି ସାଧାରଣ ରେ ଚର୍ଚ୍ଚା ଜୋର ଧରିଛି। ରାୟଗଡ ଏସ ଏସ ଡି ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଙ୍କ ସପକ୍ଷରେ ଗତକାଲି ପ୍ରାୟ ୫୦ ଜଣ ଅଭିଭାବକ ମାନେ ଗଜପତି ଜିଲ୍ଲାପାଳ ଙ୍କ ପାଖକୁ ଯାଇ ଏସ ଏସ ଡି ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁରେଶ ସାହୁକାର ଜଣେ ଭଲ ଲୋକ, ସେ ଉକ୍ତ ବିଦ୍ୟାଳୟକୁ ଆସିବା ପରେ ବିଦ୍ୟାଳୟ ର ସବୁ କ୍ଷେତ୍ରରେ ଭଲ ଚାଲିଛି ଆଦି ବିଷୟ ଜିଲ୍ଲାପାଳଙ୍କୁ ଜଣାଇବା ପରେ କିଛି ଗଣମାଧ୍ୟମ ଆଗରେ ମଧ୍ଯ ପ୍ରକାଶ କରିଥିଲେ।ଅଭିଯୋଗ ଅନୁଯାୟୀ ଉକ୍ତ ବିଦ୍ୟାଳୟରେ ଚଳତ ବର୍ଷ ଷଷ୍ଠ ଶ୍ରେଣୀ ପାଇଁ ପ୍ରବେଶିକା ପରୀକ୍ଷାରେ ଅନିୟମିତତାରେ ହୋଇଥିବା ବିଷୟ ଓ ବିଦ୍ୟାଳୟ କୁ ଆସିଥିବା କାର୍ଯ୍ୟ ଗୁଡିକରେ ଦୁର୍ନୀତି ଓ ଅନିୟମିତତା ବିଷୟକୁ ନେଇଁ ବାରମ୍ବାର ଲିଖିତ ଅଭିଯୋଗ ଜିଲ୍ଲାପାଳଙ୍କ ଠାରେ କଲାପରେ ମଧ୍ୟ କିଛି ତଦନ୍ତ ନ ହେବା ଯୋଗୁ ବାଧ୍ୟ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ରାୟଗଡର ପୂର୍ବତମ ସରପଞ୍ଚ ଦୀପ୍ତି ପ୍ରଭାଲାଲ ଶବର ଧାରଣାରେ ବସିଥିଲେ । ଧାରଣା ଦେବାର ତିନି ପରେ ନୁଆ ଜିଲ୍ଲାପାଳ ମୋହାଦୟା ଶ୍ରୀ ଶବର ଙ୍କ ସମସ୍ତ ଅଭିଯୋଗ ଶୁଣି ସରକାର ଙ୍କ ନିୟମ ଅନୁସାରେ ତଦନ୍ତ କରି ରିପୋର୍ଟ ଦେବାକୁ ପ୍ରତଶ୍ରୁତି ଦେବା ପରେ ଧାରଣାରୁ ଉଠିଥିଲେ ଶ୍ରୀ ଶବର। ଏଠି ସଧାରଣ ରେ ପ୍ରଶ୍ନ ଉଠୁଛି ଯେ ପ୍ରଧାନ ଶିକ୍ଷକ ସୁରେଶ ସାହୁକାରଙ୍କ କାର୍ଯ୍ୟ କଳାପ ସବୁ ଅଭିଭାବକ ମାନେ ଜାଣିଲେ କିପରି ଯେ ପ୍ରଧାନ ଶିକ୍ଷକ ଭଲ ବୋଲି କହୁଛନ୍ତି ? । ସେମାନଙ୍କୁ କିଏ ପ୍ରବର୍ତ୍ତାଇ ଜିଲ୍ଲାପାଳଙ୍କ ପାଖକୁ ପ୍ରଧାନ ଶିକ୍ଷକଙ୍କ ସପକ୍ଷରେ କହିବାକୁ ପଠାଇଲା । ଷଷ୍ଠ ଶ୍ରେଣୀ ରେ କେତେ ପିଲା ଜୟନ କରିବେ ଏହି ବିଷୟ ପ୍ରଧାନ ଶିକ୍ଷକ କାହିଁକି ପୂର୍ବରୁ ପ୍ରକାଶ କରିଲେ ନାହିଁ। ବର୍ତ୍ତମାନ ଅଭିଭାବକ ମାନେ କାହିଁକି ପ୍ରଧାନ ଶିକ୍ଷକଙ୍କ ଉପରେ ଏତେ ଦରଦ। ତିନି ଜଣ ଛାତ୍ର ଙ୍କୁ ବିଦ୍ୟାଳୟ ରୁ ବାହାର କରି ଘରକୁ ପଠାଇଦେବା କେତେ ଯୁକ୍ତି ଯୁକ୍ତ। ଆଜି ସେହି ପିଲା ମାନେ ପାଠ ନ ପଢି ପାରି ଦାଦନ ଖଟିବାକୁ ଯାଉଛନ୍ତି। ସେମାନଙ୍କ ଭବିଷ୍ୟତ ପାଇଁ କିଏ ଦାଇ। ଆଜି ଆସି ଥିବା ଲୋକେସେହି ତିନି ପିଲାଙ୍କ ଭବିଷ୍ୟତ ଦେଇ ପାରିବେ କି ? କେଉଁ ନିୟମ ରହିଛି ଯେ ବିଡ଼ିଓ କି ଚେୟାରମେନ ଙ୍କ ସୁପାରିସ ରେ ଷଷ୍ଠ ଶ୍ରେଣୀ ରେ ଜୟନ୍ କରିବା ପାଇଁ ଅନୁମତି ଦିଆଯାଇଥାଏ। ଏହି ସବୁ ଅଭିଭାବକ ମାନଙ୍କ ବୟାନ କୁ ଦେଖିଲେ ପ୍ରଧାନ ଶିକ୍ଷକ ଅଭିଭାବକ ଙ୍କ ସାହାରା ଲୋଡ଼ି ସେମାନଙ୍କୁ ଜିଲ୍ଲା ପାଳ ଙ୍କ ପାଖକୁ ପଠାଇଥିବା ଭଳି ଅନେକ ପ୍ରଶ୍ନ ସାଧାରଣ ରେ ଆଲୋଚନା ହେଉଛି। ନିଜେ କରିଥିବା ଦୁର୍ନୀତିର ତଦନ୍ତ କୁ ବାଟବଣା କରିବାକୁ ପ୍ରଧାନ ଶିକ୍ଷକ ଅଭିଭାବକ ମାନଙ୍କ ସାହାରା ନେଇ ଏହି ସବୁ କରାଉଥିବା ଅନୁମାନ କରାଯାଉଛି। ଦୁର୍ନୀତି କରିଥିବା ବ୍ୟକ୍ତି ମାନେ ବିଭିନ୍ନ ପ୍ରକାରର ବାହାନା କରି ଅଭିଯୋଗରୁ ଖସିବାକୁ ଉପାୟ କରି ଥାଆନ୍ତି । ସେହି ପନ୍ଥା ପ୍ରଧାନ ଶିକ୍ଷକ ଆପଣେଇ ନାହାଁନ୍ତି ତ ? ଏହି ଭଳି ଅନେକ ପ୍ରଶ୍ନ ସାଧାରଣ ରେ ଆଲୋଚନା ହେଉଛି ।ତେଣୁ ସେ ଯାହା ହେଉକି ନା କାହିଁ ଜିଲ୍ଲାପାଳ ମୋହଦୟା ପ୍ରଧାନ ଶିକ୍ଷକଙ୍କ ଉପରେ ଥିବା ଅଭିଯୋଗର ସଠିକ୍ ତଦନ୍ତ କରି ଉଚିତ ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବୀ ହେଉଛି।

By admin

Leave a Reply

Your email address will not be published. Required fields are marked *