ଚଷମା ବଣ୍ଟନ ମେଳା

ଅଦ୍ୟ ତା o୨.୦୮.୨୦୨୫ ଶନିବାର ଦିନ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଦିନ 11 ଘଟିକା ସମୟରେ ଗୋଷ୍ଠୀ ସାଧନ କେନ୍ଦ୍ର ଠାରେ ଅଖିଳ ଭାରତୀୟ ଶିକ୍ଷା ସମାଗମ ଉତ୍ସବ ପାଳନ ଅବସରରେ ବିଦ୍ୟାଳୟରେ ଅଧ୍ୟୟନ ରତ ସ୍ୱଳ୍ପ ଦୃଷ୍ଟି ଵାଧିତ ଛାତ୍ର ଛାତ୍ରୀ ମାନଙ୍କୁ ଚଷମା ବଣ୍ଟନ ମେଳା ଅନୁଷ୍ଠିତ ହୋଇଥିଲା। ଏହି ମେଳାକୁ ଅନୁଷ୍ଠାନିକ ଭାବେ ମୋହନା ବି ଡି.ଓ ରାଜୀବ ଦାସ,ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଯୁକ୍ତ ନରେନ୍ଦ୍ର କୁମାର ବେହେରା। ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ମଦନ କହଁର ଓ ଏସ ଏସ ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ସତ୍ୟରଞ୍ଜନ କର ଙ୍କ କର କମଳରେ ଜଗତରନାଥ ଶ୍ରୀ ଜଗନ୍ନାଥଙ୍କ ଫଟୋ ରେ ପୁଷ୍ପ , ଦିପ, ପ୍ରଦାନ କରିଥିଲେ। ତତ୍ ପରେ ସମସ୍ତ ମଞ୍ଚାସିନ ଅତିଥି ମାନେ ଚଷମା ପିନ୍ଧିବାର ଉପକାରୀତା ବିଷୟରେ ଆଲୋଚନା କରିଥିଲେ। ତତ୍ ପରେ ସମସ୍ତ ମଞ୍ଚାସିନ ଅତିଥି ମାନେ ଛାତ୍ର ଛାତ୍ରୀ ମାନଙ୍କୁ ଚଷମା ବଣ୍ଟନ କରିଥିଲେ।ଏହି ମେଳାକୁ ଆନୁଷାନିକ ଭାବେ ମୋହନା ବ୍ଲକ ଗୋଷ୍ଠୀ ସମ୍ବଳ ଶିକ୍ଷକ ଶ୍ରୀ ସୁମନ୍ତ ପ୍ରଧାନ ଓ ଶ୍ରୀ ପ୍ରକାଶ କୁମାର ସାହୁ ପରିଚାଳନା କରିଥିଲେ ଓ ସମସ୍ତ ଆ ଈ ଭି ମାନେ ସହଯୋଗ କରିଥିଲେ।ତତ୍ ପରେ ଶ୍ରୀ ସୁମନ୍ତ ପ୍ରଧାନ ଗୋଷ୍ଠୀ ସମ୍ବଳ ଶିକ୍ଷକ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ କାର୍ଯ୍ୟକ୍ରମକୁ ସମାପ୍ତ କରିବା ନିମନ୍ତେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ନରେନ୍ଦ୍ର କୁମାର ବେହେରାଙ୍କୁ ଅନୁରୋଧ କରିଥିଲେ। ତତ୍ ପରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ନରେନ୍ଦ୍ର କୁମାର ବେହେରା ଧନ୍ୟବାଦ ଅର୍ପଣ କରିବା ପରେ ସଭା ସମାପ୍ତି ଘୋଷଣା କରିଥିଲେ।

By admin

Leave a Reply

Your email address will not be published. Required fields are marked *