ଲିଭ ଫର ଅଦର୍ସ ତରଫରୁ ନୂତନ ଜିଲ୍ଲାପାଳଙ୍କୁ ସ୍ବାଗତ ସମ୍ବର୍ଦ୍ଧନା।

ସେମିଳିଗୁଡା.ତାରିଖ ୨.୭.୨୦୨୫.ଶ୍ରୀ ମନୋଜ ସତ୍ୟବାନ ମହାଜନ କୋରାପୁଟ ଜିଲ୍ଲାପାଳ ଭାବରେ ଯୋଗ ଦେବାପରେ ଚତୁର୍ଦ୍ଦିଗରୁ ସ୍ବାଗତ ପର୍ବର ସୂଅ ଛୁଟିଛି। ଏହି ପରିପ୍ରେକ୍ଷୀରେ ସେମିଳିଗୁଡାର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ସେବା ଓ ସହଯୋଗର ଶାଖା ଲିଭ ଫର ଅଦର୍ସର ସାଧାରଣ ସମ୍ପାଦିକା ସ୍ନିଗ୍ଧାରାଣୀ ମିଶ୍ର ,ଆଇନ ଉପଦେଷ୍ଟା ଶ୍ରୀ ଦେବୀ ପ୍ରସାଦ ବିଶ୍ବାଳ,ସଂଗଠନ ସଂପାଦକ ଗଣେଶ୍ଵର ପାଣିଗ୍ରାହୀ,କାର୍ଯ୍ୟକାରିଣୀ ସଦସ୍ଯ ଡକ୍ଟର ରାଜକିଶୋର ନାୟକ,ଯୁଗ୍ମ ସମ୍ପାଦକ ସ୍ବସ୍ତିିକ ମିଶ୍ର,ବିଶ୍ବ ବନ୍ଦିତା ପାଣିଗ୍ରାହୀ,ପବିତ୍ର ସାହୁ ପ୍ରମୁଖ ଜିଲ୍ଲାପାଳଙ୍କୁ କାର୍ଯ୍ଯାଳୟରେ ସୌଜନ୍ୟମୂଳକ ସାକ୍ଷାତ କରି ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରି ସ୍ବାଗତ କରିଥିଲେ।ଲିଭ ଫର ଅଦର୍ସର ସାମାଜିକ କାର୍ଯ୍ୟକ୍ରମ,ଲୋକହିତକର କାର୍ଯ୍ୟକ୍ରମ, ସଚେତନତା ମୂଳକ କାର୍ଯ୍ୟକ୍ରମ ବିଷୟରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ ସହ ସହଯୋଗ ଆଶା କରିଥିଲେ। ଅନୁଷ୍ଠାନର କାର୍ଯ୍ଯାବଳୀରେ ଜିଲ୍ଲାପାଳ ସନ୍ତୁଷ୍ଟ ପ୍ରକାଶ କରିଥିଲେ ଓ ସହଯୋଗର ପ୍ରତିଶ୍ରୁତି ଦେଇ ଥିଲେ।

By admin

Leave a Reply

Your email address will not be published. Required fields are marked *