ଟିପିଏସ୍ଓଡିଏଲ୍ ପକ୍ଷରୁ ଫୁଲବାଣୀରେ ହ୍ୟାଣ୍ଡସ-ଅନ୍ ଟେକ୍ନିକାଲ ଟ୍ରେନିଂ ସେଣ୍ଟର ଉଦଘାଟିତ

ବ୍ରହ୍ମପୁର, ୨ ଅଗଷ୍ଟ ୨୦୨୫: ସୁରକ୍ଷା ଏବଂ ଦକ୍ଷତା ବିକାଶ ଦିଗରେ ପ୍ରତିବଦ୍ଧତାକୁ ଦୋହରାଇ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ (ଟିପିଏସ୍ଓଡିଏଲ୍) ପକ୍ଷରୁ କନ୍ଧମାଳ ଜିଲ୍ଲାର ଫୁଲବାଣୀଠାରେ ଏକ ଅତ୍ୟାଧୁନିକ ହ୍ୟାଣ୍ଡସ-ଅନ୍ ଟେକ୍ନିକାଲ ଟ୍ରେନିଂ ସେଣ୍ଟର (ଏଚଓଟିଟି) ସ୍ଥାପିତ ହୋଇଛି। ଏହି କେନ୍ଦ୍ରକୁ ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ ଏବଂ ଟାଟା ପାୱାର ସଞ୍ଚାରଣ ଓ ବିତରଣ ସେଫ୍ଟି ଚିଫ୍ ଶ୍ରୀ ସୁରେଶ କୁମାର ଖେତୱାନି ଉଦଘାଟନ କରିଛନ୍ତି। କାର୍ଯ୍ୟକ୍ରମରେ କମ୍ପାନୀର ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀମାନେ ଯୋଗ ଦେଇଥିଲେ। ଟିପିଏସ୍ଓଡିଏଲ୍ ସେଫ୍ଟି ଆଣ୍ଡ ସ୍କିଲ ଡେଭେଲପମେଣ୍ଟ ଇନଷ୍ଟିଚ୍ୟୁଟ (ଟିଏସଏସଡିଆଇ) ଅନ୍ତର୍ଗତ ପଦକ୍ଷେପ ସ୍ୱରୂପ, ଏହି ଏଚଓଟିଟି କେନ୍ଦ୍ର କମ୍ପାନୀର “ମିଶନ ଜିରୋ ହାର୍ମ” ଲକ୍ଷ୍ୟ ପୂରଣରେ ସହାୟକ ହେବ। ଏଠାରେ ଫୁଲବାଣୀ, ଭଞ୍ଜନଗର ଏବଂ ବୌଦ୍ଧ ଅଞ୍ଚଳର କର୍ମଚାରୀଙ୍କୁ ଟ୍ରେନିଂ ଦିଆଯିବ। ଏହା ଥିଅରି ସହ ବ୍ୟାବହାରିକ ଶିକ୍ଷା ପ୍ରଦାନ ଉପରେ ଗୁରୁତ୍ବ ଦିଏ। ଏଚଓଟିଟି କେନ୍ଦ୍ରର ଏକ ମୁଖ୍ୟ ଆକର୍ଷଣ ହେଉଛି ଏଠାରେ ଥିବା ପ୍ରାକ୍ଟିସ୍ ୟାର୍ଡ, ଯେଉଁଠି ଟ୍ରେନିଂ ନେଉଥିବା କର୍ମଚାରୀମାନେ ଲୋ ଟେନସନ୍ (ଏଲଟି) ଏବଂ ହାଇ ଟେନସନ୍ (ଏଚଟି) ନେଟୱର୍କର ପ୍ରତିକୃତିରେ ଅଭ୍ୟାସ କରିପାରିବେ। କାର୍ଯ୍ୟକ୍ଷେତ୍ରରେ ବ୍ୟବହାର ହେଉଥିବା ସମାନ ଉପକରଣକୁ ଉପଯୋଗ କରି ଲାଇନମ୍ୟାନ ଏବଂ ବିଜନେସ ଆସୋସିଏଟମାନେ ପ୍ରାକ୍ଟିକାଲ କାମ ଶିଖି ପାରିବେ। ଏହାସହ ଏଠାରେ ରିଙ୍ଗ ମେନ୍ ୟୁନିଟ ଅପରେସନ, ଅଟୋ ଏନକ୍ଲୋଜର ପରିଚାଳନା, ସେକ୍ସନାଲାଇଜର, ଡିଷ୍ଟ୍ରିବ୍ୟୁସନ୍ ଟ୍ରାନ୍ସଫର୍ମର ପରିଚାଳନାଠାରୁ ଆରମ୍ଭ କରି ଆର୍ଥିଙ୍ଗ, ଇନସୁଲେଶନ ରେଜିଷ୍ଟାନ୍ସ ଟେଷ୍ଟିଂ ଯାଏଁ ବିଭିନ୍ନ ପ୍ରକାର ଟେକ୍ନିକାଲ ଦକ୍ଷତା ବିକାଶ କରିବା ପାଇଁ ଏକ ସୁବ୍ୟବସ୍ଥିତ ପାଠ୍ୟକ୍ରମ ରହିଛି। ଏହି ଅବସରରେ ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ କହିଛନ୍ତି, “ସେଫ୍ଟି କେବଳ ଏକ ପ୍ରୋଟକଲ ନୁହେଁ, ବରଂ ଟିପିଏସ୍ଓଡିଏଲରେ ନିରନ୍ତର ସୁରକ୍ଷା ସଂସ୍କୃତିକୁ ପ୍ରୋତ୍ସାହିତ କରାଯାଉଛି। ଆମ କର୍ମଚାରୀଙ୍କୁ ସଶକ୍ତ କରିବା ସହ ସୁରକ୍ଷିତ ଭାବେ କାମ କରିବାର କୌଶଳ ପ୍ରଦାନ କରିବା ଦିଗରେ ଏହି ହ୍ୟାଣ୍ଡସ-ଅନ୍ ଟେକ୍ନିକାଲ ଟ୍ରେନିଂ ସେଣ୍ଟର ଏକ ବଳିଷ୍ଠ ପଦକ୍ଷେପ। ବିଦ୍ୟୁତ ବିତରଣ କ୍ଷେତ୍ରରେ ବୈଷୟିକ ଭାବେ ଦକ୍ଷ ଏବଂ ସୁରକ୍ଷା ନିୟମ ପାଳନ କରୁଥିବା ଏକ ଶ୍ରମଶକ୍ତି ନିର୍ମାଣ କରିବା ହେଉଛି ଆମର ଲକ୍ଷ୍ୟ।”ଏହାସହ ସୁରକ୍ଷା ସଚେତନତା ବାର୍ତ୍ତା ଦେବା ପାଇଁ ଏଚଓଟିଟି କେନ୍ଦ୍ର ପରିସରରେ ଅତି ସୁନ୍ଦର କାନ୍ଥ ଚିତ୍ର ଏବଂ ନିୟମାବଳୀ ପ୍ରଦର୍ଶନ କରାଯାଇଛି, ଯାହା କର୍ମଚାରୀଙ୍କୁ ସୁରକ୍ଷାର ଗୁରୁତ୍ବ ସମ୍ପର୍କରେ ସଚେତନ କରାଏ। ଏହି ଅତ୍ୟାଧୁନିକ କେନ୍ଦ୍ର ଆରମ୍ଭ ହେବା ସହ ଟିପିଏସ୍ଓଡିଏଲ୍ ଏହାର ଅଭିନବ ଯାତ୍ରାକୁ ବଜାୟ ରଖିଛି ଏବଂ ଦକ୍ଷିଣ ଓଡ଼ିଶାର ଉପଭୋକ୍ତାଙ୍କୁ ସୁରକ୍ଷିତ ଓ ଭରସାଯୋଗ୍ୟ ବିଜୁଳି ଯୋଗାଣ ଦିଗରେ ପ୍ରତିବଦ୍ଧ ରହିଛି।
