କାଳିଆ ଯେନା ହତ୍ୟା ଉଦ୍ୟମ ମାମଲା ରେ ୬ ଗିରଫ, ବନ୍ଧୁକ ଓ ଗୁଳି ଜବତ।

କାଳିଆ ଯେନା ହତ୍ୟା ଉଦ୍ୟମ ମାମଲା ରେ ୬ ଗିରଫ, ବନ୍ଧୁକ ଓ ଗୁଳି ଜବତ।

( କୈଳାଶ ଚନ୍ଦ୍ର ଚୌଧୁରୀ)ରାଜନୈତିକ ଆକ୍ରୋଶ ଓ ବ୍ୟବସାୟିକ କ୍ଷେତ୍ରରେ ଶତୃତା କୁ ନେଇ ୨୦ ଲକ୍ଷ ଟଙ୍କା ବିନିମୟରେ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଶେରଗଡ଼ ବ୍ଲକ ଧନନ୍ତର ପଞ୍ଚାୟତର ନିରଞ୍ଜନ ଜେନା ଓରଫ କାଳିଆ ଜେନାଙ୍କୁ ହତ୍ୟା ପାଇଁ ଯୋଜନା ହୋଇଥିଲା ।କିନ୍ତୁ ଗୁରୁତର ଆହତ ହୋଇ ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏହି ଘଟଣା କୁ ନେଇ ପୋଲିସ ଛାନଭିନ୍ ଚଳାଇ ବିଭିନ୍ନ ସ୍ଥାନରୁ ୬ ଜଣକୁ ଉଠାଇ ଆଣି ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଗିରଫ ଅଭିଯୁକ୍ତ ମାନେ ହେଲେ ଶେରଗଡ଼ ବ୍ଲକ ଅଲାରିଗଡ ଗ୍ରାମର ଅମିତାଭ୍ ବିଷୋୟୀ ,ବାଦଗଡ଼ ଗ୍ରାମର କୃଷ୍ଣ ଚନ୍ଦ୍ର ସେଠୀ,କୁଲାଗଡ ଗ୍ରାମର କାମେଶ୍ଵର ଗୌଡ,ବାଲିଗଡ଼ ସୀମାଞ୍ଚଳ ବିଷୋୟୀ, ବାଲିପଡାର ବଂଶୀଧର ବିଷୋୟୀ ଓ ଧରାକୋଟର ସୂର୍ଯ୍ୟ ନାଇକ। ଏମାନଙ୍କ ଠାରୁ ୬ ବନ୍ଧୁକ, ୪୦ ରାଉଣ୍ଡ ଜୀବନ୍ତ ଗୁଳି ,୭ ଟି ମାଗାଜିନ୍ ଓ ୭ଟି ମୋବାଇଲ ଫୋନ ମିଳିଛି । ଏତଦବ୍ୟତୀତ ଶେରଗଡ଼ ବ୍ଲକ ବିଜେଡିର ପ୍ରଭାବଶାଳୀ ନେତାଙ୍କ ନାମ ମଧ୍ୟ ଏତଲା ରେ ରହିଛି ବୋଲି ଶୁଣାଯାଉଛି।

Leave a Reply

Your email address will not be published. Required fields are marked *