ବିଶ୍ୱ ମାନବ ଚାଲାଣ ପ୍ରତିରୋଧ ଦିବସ ପାଳନ।

(ବ୍ରହ୍ମପୁର କୈଳାସ ଚନ୍ଦ୍ର ଚୌଧୁରୀ)ଆଜିର ଦିନରେ ମାନବ ଚାଲାଣ କାର୍ଯ୍ୟକ୍ରମ ଦୃତ ଗତିରେ ବଢ଼ି ଚାଲିଛି। ଏହି ଭଳି ଘୃଣ୍ୟ ପ୍ରଥାକୁ ଦୃଢ ହସ୍ତରେ ଦମନ କରିବା ପାଇଁ ଆବାଳ ବୃଦ୍ଧ ବନିତା ଙ୍କର ସହଯୋଗ ର ଆବଶ୍ୟକତା ରହିଛି। ଏହି ପରିପ୍ରେକ୍ଷୀରେ ଆଜି ବ୍ରହ୍ମପୁର ରେଳଷ୍ଟେସନ ରେ ମାନବ ଶୃଙ୍ଖଳ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।ଆଇ ଏସ୍ ଆର୍ ଡି ର ନିର୍ଦେଶକ ସୁଧୀର କୁମାର ସାବତଙ୍କ ସଂଯୋଜନା ରେ ଉକ୍ତ କାର୍ଯ୍ୟକ୍ରମକୁ ରେଳଷ୍ଟେସନ ପରିଚାଳକ ଦୁର୍ଗା ପ୍ରସାଦ ବ୍ରହ୍ମା ଉଦଘାଟନ କରିଥିଲେ। ମୁଖ୍ୟ ଅତିଥି ଭାବେ ଜିଲ୍ଲା ସୁରକ୍ଷା ଅଧିକାରୀ ସୁଶ୍ରୀ ରାଜଶ୍ରୀ ଦାସ, ଅନ୍ୟତମ ଅତିଥି ଭାବେ ସ୍ବାସ୍ଥ୍ୟ ନୀରିକ୍ଷକ ଡି ବିଷ୍ଣୁ, ରେଳବାଇ ଥାନା ଅଧିକାରୀ ବିଶ୍ୱନାଥ ମଲିକ ପ୍ରମୁଖ ଯୋଗ ଦେଇ ଉପସ୍ଥିତ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ, ରେଳ ଷ୍ଟେସନ କୁଲି,ଅଟୋ ରିକ୍ସା ଚାଳକ ମାନଙ୍କୁ ବିଶେଷକରି ଶିଶୁ ଶ୍ରମିକ, ମହିଳା ଓ ପୁରୁଷ ମାନଙ୍କୁ ବାହାରକୁ ଚାଲାଣ ହେଉଥିଲା ବେଳେ ସେମାନଙ୍କୁ ଅଟକାଇବା ସହ ଦଲାଲ୍ ଓ ଅପରାଧ ମାନଙ୍କର ଏହି ଭଳି କାର୍ଯ୍ୟ କୁ ପ୍ରତିହତ କରିବାର କୌଶଳ ଅବଲମ୍ବନ କରିବା ପାଇଁ ଉପଦେଶ ପ୍ରଦାନ କରିଥିଲେ ଓ ଏହି କାର୍ଯ୍ୟକ୍ରମ ପାଇଁ ପ୍ରଶାସନ ସହଯୋଗ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ସକ୍ଷୀ କେନ୍ଦ୍ର ଓ ଶକ୍ତି ସଦନର କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ!

By admin

Leave a Reply

Your email address will not be published. Required fields are marked *