ନାବାଳିକା କୁ ଅଶ୍ଳୀଳ ଇଙ୍ଗିତ ଓ ଟଣାଓଟରା ଅଭିଯୁକ୍ତ କୋର୍ଟ ଚାଲାଣ।ଗତକାଲି ଗୋଷାଣୀ ନୁଆଁଗାଁ ଥାନା ଅନ୍ତର୍ଗତ ଆମ୍ବ ମାର୍କେଟ ଛକରେ ଜନୈକା ନାବାଳିକା କୁ ଅଶ୍ଳୀଳ ଇଙ୍ଗିତ ଓ ଟଣାଓଟରା ଅଭିଯୁକ୍ତ ସନ୍ୟାସୀ ପ୍ରଧାନ କୁ ଭାରତୀୟ ନ୍ୟାୟ ସଂହିତା ର ବିଭିନ୍ନ ଦଫାରେ ମକଦ୍ଦମା ରୁଜୁ କରି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଅଭିଯୁକ୍ତ ସନ୍ୟାସୀ ନାବାଳିକାକୁ ଏହି ଭଳି ଦୁର୍ବ୍ୟବହାର ଘଟଣା ବିଷୟରେ ନିଜ ବାପାକୁ କହିବା ପରେ ୪୪ ବର୍ଷୀୟ ବାପା ଥାନାରେ ଅଭିଯୋଗ କରିଥିଲେ। ସୁଚନା ଅନୁଯାୟୀ ଜଣାପଡିଛି ଯେ ଅଭିଯୁକ୍ତ ପୁର୍ବରୁ ବଡ଼ବଜାର ଓ ଗୋଷାଣୀ ନୁଆଁଗାଁ ଥାନା ରେ ତିନୋଟି ମକଦ୍ଦମାରେ ଗିରଫ ହୋଇ ଅଦାଲତ ରୁ ଜାମିନ୍ ରେ ଆସିଛି।

By admin

Leave a Reply

Your email address will not be published. Required fields are marked *