ମିଳିଲାନି ଜନନୀ ଏକ୍ସପ୍ରେସ,ଆସିଲେନି ଆଶାକର୍ମୀ ଅଟୋକୁ ନେବାବେଳେ ରାସ୍ତାରେ ପ୍ରସବ କଲେ ମହିଳା ।

ଆର,ଉଦୟଗିରି(ମନୋଜ କୁମାର ପାଢୀ) – ବଢିଲା ପ୍ରସବ ଯନ୍ତ୍ରଣା l ବ୍ୟସ୍ତ ବିବ୍ରତ ହୋଇଗଲେ ପରିବାର ଲୋକେ l ମିଳିଲାନି ଜନନୀ ଏକ୍ସପ୍ରେସ କି 108 ଆମ୍ବୁଲାନ୍ସ l ଆସିଲେନି ଆଶାକର୍ମୀ l ଶେଷରେ ଏକ ଅଟୋ ରେ ମେଡିକାଲ ନେବାକୁ ବାହାରିଲେ ପରିବାର ଲୋକେ l ରାସ୍ତା ନଥିବା ଯୋଗୁଁ ଘର ପାଖରୁ ପ୍ରାୟ 200 ମିଟର ଦୂରରେ ରହିଲା ଅଟୋ l ଗର୍ଭବତୀ ମହିଳା ଙ୍କୁ ପରିବାର ଲୋକେ ଟେକି ଟେକି ଅଟୋ ପାଖକୁ ନେବାବେଳେ ରାସ୍ତାରେ ହୋଇଗଲେ ପ୍ରସବ l ଏକ ପୁତ୍ର ସନ୍ତାନ କୁ ଜନ୍ମ ଦେଲେ ମହିଳା ଜଣକ l ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ ଡେଙ୍ଗାଆମ୍ବ ଗାଁରେ l ଆଜି ସକାଳେ ଗାଁର ଗୋବିନ୍ଦ ମଳିକ ଙ୍କ ସ୍ତ୍ରୀ ପବିତ୍ରା ଙ୍କ ପ୍ରସବ ଯନ୍ତ୍ରଣା ହୋଇଥିଲା l ସେତେବେଳେ ପରିବାର ଲୋକେ ଆଶାକର୍ମୀ ଙ୍କୁ ଖବର ଦେଇଥିଲେ l ଏଥିସହ ମୋହନା ମେଡିକାଲ ରେ ଥିବା 108 ଆମ୍ବୁଲାନ୍ସ ଓ ଜନନୀ ଏକ୍ସପ୍ରେସ କୁ ମଧ୍ୟ ଖବର ଦେଇଥିଲେ l ହେଲେ ଆମ୍ବୁଲାନ୍ସ ଆସିଲାନି କି ଆଶାକର୍ମୀ ମଧ୍ୟ ଆସିଲେନି l ବାଧ୍ୟ ହୋଇ ପରିବାର ଲୋକେ ଅଟୋ କୁ ଡାକିଥିଲେ l ଅଟୋ ଟି ଗାଁ ଠାରୁ 200 ମିଟର ଦୂରରେ ରହି ଯାଇଥିଲା l ଗର୍ଭବତୀ ମହିଳା ପବିତ୍ରା କୁ ଟେକି ଟେକି ଅଟୋ ପାଖକୁ ନେବାବେଳେ ରାସ୍ତାରେ ପ୍ରସବ କରିଥିଲେ ମହିଳା ଜଣକ l ଏକ ପୁତ୍ର ସନ୍ତାନ ଜନ୍ମ ହେବା ସହ ବର୍ତମାନ ତାଙ୍କ ଘରେ ଅଛନ୍ତି ଉଭୟ ମା ଓ ନବଜାତ ପୁତ୍ର l ସରକାର ମା ଓ ଶିଶୁର ସୁରକ୍ଷା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରିଥିବା ବେଳେ ତାଙ୍କୁ କୌଣସି ସୁବିଧା ମିଳି ପାରିଲା ନାହିଁ ବୋଲି ଅଭିଯୋଗ କରିଛନ୍ତି ପରିବାର ଲୋକ l ଅନ୍ୟ ପକ୍ଷରେ ଆଶାକର୍ମୀ ମେଡିକାଲ ରେ ତାଙ୍କୁ ଅପେକ୍ଷା କରିଥିବା କହିଛନ୍ତି l

By admin

Leave a Reply

Your email address will not be published. Required fields are marked *