ଭେଡ଼େନ: ବରଗଡ଼ ଜିଲ୍ଲାରେ ଡକାୟତି ଆତଙ୍କ ଖେଳାଇଥିବା କୁଖ୍ୟାତ ଡକାୟତ ଦୁଷ୍ମନ୍ତ ମେହେର ସମେତ ୫ ଜଣିଆ ଡକାୟତ ଦଳକୁ ଗିରଫ କରିବାର ବଡ଼ ସଫଳତା ମିଳିଛି ଭେଡ଼େନ ପୁଲିସକୁ। ଅଭିଯୁକ୍ତମାନେ ହେଲେ ଭେଡ଼େନ ଥାନା ବାଞ୍ଜିପାଲି ଗ୍ରାମର ଦୁଷ୍ମନ୍ତ ମେହେର (୩୧), ବରଗଡ଼ ବ୍ଲକ୍‌ ରେଙ୍ଗାଲପାଲି ଗ୍ରାମର ବଳିଷ୍ଠ ସେଟ ଓରଫ ଗହଦୁ (୨୮), ଭୁବନ ଗଡ଼ତିଆ ଓରଫ ପିଣ୍ଟୁ (୩୭), ଜିତେନ୍ଦ୍ରୀୟ ବନଛୋର ଓରଫ୍‌ ଧନ (୩୦) ଓ ବରଗଡ଼ ବ୍ଲକ୍‌ ନୂଆ ସରସରାର ତୁଷାର ଭୋଇ (୨୫)। ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।

ଏମାନେ ଭେଡ଼େନ ଥାନା ଅନ୍ତର୍ଗତ ଭେଡ଼େନ, ଦେଶପଥର୍ଲା ଓ ପପଙ୍ଗା ଏବଂ ବରପାଲିରେ ବ୍ୟାଙ୍କ ଡକାୟତି ଘଟଣାରେ ସଂପୃକ୍ତ ଥିବା ପୁଲିସ ପ୍ରକାଶ କରିଛି।

By admin

Leave a Reply

Your email address will not be published. Required fields are marked *