ପାଞ୍ଚ ଗୋଟି ଦାବି କୁ ନେଇ ଜିଲ୍ଲାପାଳ ଙ୍କ ଅଫିସ ସମୁକରେ ଧାରଣ ରତ ସରପଞ୍ଚ ଜିଲାପାଳ ଙ୍କ ପ୍ରତିଶ୍ରୁତି ପରେ ଧାରଣା ରୁ ଉଠିଲେ । ଗଜପତି(ମନୋଜ ପାଢୀ)୩୧/୭- ରାୟଗଡ ଏସ.ଏସ.ଡି ବିଦ୍ୟାଳୟ ଠାରେ ଚାଲିଥିବା ଅନିୟମିତତା ବିଷୟରେ ଦୀର୍ଘ ଦିନ ଧରି ଅଭିଯୋଗ ଦେଇ ଆସୁଥିଲେ ମଧ୍ୟ କୌଣସି ସୁଧାର ନ ହେବାରୁ ସୋମବାର ଠାରୁ ୪ ଦିନ ଧରି ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ପାଞ୍ଚ ଗୋଟି ଦାବୀ କୁ ନେଇ ଧାରଣରେ ବସି ଥିବା ରାୟଗଡ ପୂର୍ବତନ ସରପଞ୍ଚ ଦିପ୍ତୀପ୍ରଭାଲାଲ ଶବର ଆଜି ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପରେ ଧାରଣାରୁ ଉଠିଲେ ।ସୋମବାର ଠାରୁ ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ପାଞ୍ଚ ଗୋଟି ଦାବୀ କୁ ନେଇ ଧାରଣା ଦେବା ର ତିନି ଦିନ ପରେ ଗଜପତି ଜିଲ୍ଲା ରେ ନୂତନ ଭାବେ ଯୋଗ ଦେଇ ଥିବା ଜିଲ୍ଲାପାଳ ମଧୁମିତା ଧାରଣାରେ ବସିଥିବା ରାୟଗଡର ପୁର୍ବତନ ସରପଞ୍ଚ ଦୀପ୍ତିପ୍ରଭା ଲାଲ ଶବର ଙ୍କୁ ଗତକାଲି ସନ୍ଧ୍ୟାରେ ନିଜ ଅଫିସ ଚାମ୍ୱର କୁ ଡକାଇ ପଠାଇଥିଲେ। କିନ୍ତୁ ଶ୍ରୀ ଶବର ଗତକାଲି ଧାରଣା ସ୍ଥଳ ରୁ ନ ଉଠି ତାଙ୍କ ସମର୍ଥକ ମାନେ ଜିଲ୍ଲାପାଳଙ୍କ ପାଖକୁ ଯାଇ ଥିଲେ। ଶ୍ରୀ ଶବର ଙ୍କ ସମର୍ଥକ ମାନେ ଜିଲ୍ଲାପାଳ ଙ୍କ ଅଫିସ୍ ଚାମ୍ବର୍ କୁ ଯାଇ ସମସ୍ତ ଦାବୀ ବିଷୟରେ କହୁଥିଲେ। ଜିଲ୍ଲାପାଳ ସମସ୍ତ ବିଷୟରେ ଶୁଣି ସେ ନୂଆରେ କାର୍ଯ୍ୟରେ ଯୋଗ ଦେଇଛି ତେଣୁ ମୁଁ ଉକ୍ତ ଘଟଣା ବିଷୟରେ ଜାଣିନି ତେଣୁ ପୁଣି ଆପଣ ଙ୍କ ଦାବୀ ଗୁଡ଼ିକର ବିଷୟରେ ଲିଖିତ ଅଭିଯୋଗ ପତ୍ର ଦେବାକୁ କହି ଥିଲେ । ଆଜି ଶ୍ରୀ ଶବର ତାଙ୍କର ପୂର୍ବରୁ ଥିବା ଦାବୀପତ୍ର କୁ ଆଜି ଜିଲ୍ଲାପାଳଙ୍କୁ ଦେବା ପରେ ତିନି ଦିନ ଭିତରେ ଦାବୀ ଗୁଡ଼ିକର ବିଷୟରେ ତଦନ୍ତ କରି ଉଚିତ ପଦକ୍ଷେପ ନିଆ ଯିବ ବୋଲି ପ୍ରତି ଶ୍ରୁତି ଦେବା ପରେ ଧାରଣାରୁ ଉଠିଥିବା ଦେଖିବାକୁ ମିଳିଛି । ନୂତନ ଜିଲ୍ଲାପାଳ ଙ୍କ ପ୍ରତିଶୃତି କେତେ ଦୁର କାର୍ଯ୍ୟକାରୀ ହେଉଛି ଆଗକୁ ଦେଖିବାର ବାକି ରହିଲା।

By admin

Leave a Reply

Your email address will not be published. Required fields are marked *