ଝରାପାଲି ମାର୍କେଟ ଥୁଆପାଲି, ଖୁଣ୍ଟୁଲିପାଲି ମାର୍କେଟ, ଅତାବିରା ଆରଏମସି ମୁଖ୍ୟ କାର୍ଯ୍ୟାଳୟ ଠାରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।

ବରଗଡ. – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଅତାବିରା ଆରଏମସି ଅଧିନସ୍ଥ ଝରାପାଲି ମାର୍କେଟ ୟାର୍ଡ଼ ଥୁଆପାଲି ଠାରେ ଗତକାଲି ସଂକ୍ରିଡା ସେବା ସମବାୟ ସମିତି ଲି ର ସଂପାଦକ ସୁବାଷ ଚନ୍ଦ୍ର ପୁରୋହିତ ଓ ଝରାପାଲି ମାର୍କେଟ ଷ୍ଟାଫ୍ ଓ ଚାଷୀ ମାନେ ଝରାପାଲି ମାର୍କେଟ ୟାର୍ଡ଼ ଥୁଆପାଲି ର ମାର୍କେଟ ସରକାର ଭରତ ପ୍ରଧାନ, ଖୁଣ୍ଟୁଲିପାଲି ମାର୍କେଟ ସରକାର ଦିଲିପ ମିଶ୍ର, ଗଉରଟିକରା ମାର୍କେଟ ସରକାର ପ୍ରେମାନନ୍ଦ ଭୂଏ କୁଂ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଏଥିରେ ସଂକ୍ରିଡା ପ୍ରାଥମିକ କୃଷି ସେବା ସମବାୟ ସମିତି ଲି ତରଫରୁ ଭରତ ପ୍ରଧାନ, ଦିଲିପ ମିଶ୍ର ଓ ପ୍ରେମାନନ୍ଦ ଭୂଏ କୁଂ ପୁଷ୍ପଗୁଚ୍ଛ, ଉପଢୌକନ, ଗୀତା ପୁସ୍ତକ ଦେଇ ସସମ୍ମାନେ ବିଦାୟ ଦେଇଥିଲେ। ଆଜି ଖୁଣ୍ଟୁଲିପାଲି ମାର୍କେଟ ୟାର୍ଡ଼ ଠାରେ ଦିଲିପ ମିଶ୍ର, ଭରତ ପ୍ରଧାନ ଓ ପ୍ରେମାନନ୍ଦ ଭୂଏ କୁଂ ଖୁଣ୍ଟୁଲିପାଲି ମାର୍କେଟ ଷ୍ଟାଫ୍, ସଂକ୍ରିଡା ସେବା ସମବାୟ ସମିତି ଲି ର ଷ୍ଟାପ ଓ ଚାଷୀ ମାନେ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ଓ ପୁଷ୍ପମାଲ୍ୟ, ଉପଢୌକନ ପ୍ରଦାନ କରି ସମ୍ମାନିତ କରିଥିଲେ ଓ ବିଦାୟ ଦେଇଥିଲେ। ସେହିପରି ଭାବରେ ଅତାବିରା ଆରଏମସି ମୁଖ୍ୟ କାର୍ଯ୍ୟାଳୟ ଠାରେ ଅତାବିରା ଆରଏମସି ସଂପାଦକ ଶଶାଙ୍କ ଶେଖର ସାହଣୀ କଂ ସଭାପତିତ୍ବ ରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା ସମାରୋହରେ ପାଳିତ ହୋଇଯାଇଛି।

ଏହି ସଭାରେ ଦିଲିପ ମିଶ୍ର, ଭରତ ପ୍ରଧାନ ଓ ପ୍ରେମାନନ୍ଦ ଭୂଏ କୁଂ ଅବସର ଗ୍ରହଣ କରିଥିଲେ ତାଂକୁ ପୁଷ୍ପମାଲ୍ଯ, ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ଅତାବିରା ଆରଏମସି ର ଅଫିସ ଷ୍ଟାପ ଓ କର୍ମଚାରୀ ମାନେ ଉପସ୍ଥିତ ରହି ଥିଲେ। ଉଭୟ କଂ ଦୀର୍ଘ ସୁସ୍ଥ ନିରାମୟ ଜୀବନ କାମନା କରିଥିଲେ। ପରିଶେଷରେ ସଂପାଦକ ଶଶାଙ୍କ ଶେଖର ସାହାଣୀ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ଉଭୟ କୁଂ ବିରାଟ ଶୋଭାଯାତ୍ରାରେ ରେ ଘର ମାନକୁଂ ପହଞ୍ଚାଇ ଦେଇଥିଲେ।

Leave a Reply

Your email address will not be published. Required fields are marked *