ଗଞ୍ଜେଇ ଚୋରା ଚାଲାଣ ଅଭିଯୁକ୍ତ ନିର୍ଦ୍ଦୋଷ ରେ ଖଲାସ।

(ବ୍ରହ୍ମପୁର, କୈଳାଶ ଚନ୍ଦ୍ର ଚୌଧୁରୀ) ଆଜି ଏକ ଗଞ୍ଜେଇ ଚୋରା ଚାଲାଣ ମାମଲା ର ଶୁଣାଣି କରି ମାନ୍ୟବର ଗଞ୍ଜାମ ଜିଲ୍ଲା ଦୌରା ବିଚାରପତି ଡ଼.ଭାଗ୍ୟଲକ୍ଷ୍ମୀ ରଥ ଅଭିଯୁକ୍ତ ସନ୍ତୋଷ ବିଶୋଇ ଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷ ରେ ଖଲାସ କରିଛନ୍ତି l ଗତ ୨୦୨୪ ମସିହା ଅଗଷ୍ଟ ମାସ ୧୮ ଦିନ ଜିଲ୍ଲା ଅବକାରୀ ଭ୍ରାମ୍ୟମାଣ ବିଭାଗ କେ. ନୂଆଗାଁ ଥାନା ଅନ୍ତର୍ଗତ ପାତ୍ରପଡା ଗ୍ରାମ ଅଭିମୁଖେ ଯାଉଥିବା ସମୟରେ ଅଭିଯୁକ୍ତ ସନ୍ତୋଷ ବିଶୋଇ ଏକ ଜରି ପେକେଟ୍ ଧରି ଯାଉଥିବା ସନ୍ଦେହ କରି ତାକୁ ଧରି ଜେରା କରିବା ବେଳେ ତା ପାଖରୁ ୮ କିଲୋ ଗଞ୍ଜେଇ ସାକ୍ଷୀ ମାନଙ୍କ ଉପସ୍ଥିତିରେ ଜବତ କରି ତା ବିରୋଧ ରେ ଏନ. ଡି. ପି. ଏସ ଆକ୍ଟ ୧୯୮୫ ର ଧାରା ୨୦(ବି )(ii)(ବି ) (ଥାନା ପି. ଆର. ନଂ106 /24,2(a)CC-43/24)ପ୍ରକାରେ ଗିରଫ କରିକୋର୍ଟ ଚାଲାଣ ହୋଇଥିଲା l ଏହି ମାମଲାରେ ମୋଟ ୩ ଜଣ ସାକ୍ଷୀ ଙ୍କ ବୟାନ୍ କୁ ନେଇ ବିଚାରଣା ହୋଇଥିଲା lସରକାରୀ ଓକିଲ ରଜତ ଦାସ ମାମଲା ପରିଚାଳନା କରୁଥିବା ବେଳେ ଅଭିଯୁକ୍ତ ପକ୍ଷ ରୁ ଆଇନଜୀବୀ ମନୋଜ ପଟ୍ଟନାୟକ ଓ ତାଙ୍କ ସହଯୋଗୀ ଚନ୍ଦ୍ରଗୁପ୍ତ ପଟ୍ଟନାୟକ ଓ ନଦିଆ ଚାନ୍ଦ ବିଶ୍ୱାଳ ସହଯୋଗ କରୁଥିଲେ l

By admin

Leave a Reply

Your email address will not be published. Required fields are marked *