ନବରଙ୍ଗପୁର: ଉମରକୋଟ ସହରର ୩ ଜଣ ଛାତ୍ରଙ୍କ ପିତାଙ୍କୁ ଲକ୍ଷ୍ୟ କରି ସାଇବର ଅପରାଧୀମାନେ ଜାଲ ବିଛାଇଥିଲେ। ଏଥିରେ କୁମ୍ବିଧରା ଗ୍ରାମର ଲକ୍ଷ୍ମଣ ଶାନ୍ତା ଜାଲରେ ପଡ଼ି ୨୪ ହଜାର ଟଙ୍କା ହାରାଇଛନ୍ତି।୨୯ ଜୁଲାଇ ସନ୍ଧ୍ୟା ୪ଟା ସମୟରେ ୮୦୯୩୪୬୦୮୫୩ ନମ୍ବରରୁ ଲକ୍ଷ୍ମଣଙ୍କୁ ଏକ ଫୋନ କଲା, ଯେଉଁଥିରେ “ମୁଁ ଉମରକୋଟ ପେଣ୍ଡରାଣୀ କଲେଜ ପ୍ରିନ୍ସିପାଲ୍” ବୋଲି ପରିଚୟ ଦେଇ ପୁଅ ପିଣ୍ଟୁ ଶାନ୍ତାଙ୍କ ଆଡମିସନ ପାଇଁ ଟଙ୍କା ପୈଠ କରିବାକୁ କହିଥିଲେ।ଲକ୍ଷ୍ମଣ ୬,୫୬୯ ଟଙ୍କାର ୨ଟି ଟ୍ରାଞ୍ଜାକ୍ସନ, ପରେ ୫,୦୦୦ ଟଙ୍କାର ୨ଟି ଟ୍ରାଞ୍ଜାକ୍ସନ ଓ ଶେଷରେ ୨,୦୦୦ ଟଙ୍କା ପୈଠ କରିଥିଲେ।

ମୋଟ ୨୪ ହଜାର ଟଙ୍କା ପୈଠ କଲାପରେ ବି ଆଡମିସନ ହୋଇନଥିବାରୁ ଠକେଇ ଘଟଣା ପ୍ରକାଶ ପାଇଲା।ସାଇବର ଅପରାଧୀମାନେ କୁମ୍ବିଧରାର ନରସିଂହ ଶାନ୍ତା ଓ ମାଲବେଡ଼ାର ଅରୁଣ ଶାନ୍ତାଙ୍କୁ ମଧ୍ୟ ଫୋନ କରିଥିଲେ, କିନ୍ତୁ ଲକ୍ଷ୍ମଣ ପୂର୍ବରୁ ସଚେତନ କରିଥିବାରୁ ସେମାନେ ଠକେଇରୁ ବଞ୍ଚିଗଲେ।ଲକ୍ଷ୍ମଣ ଶାନ୍ତା ଆଜି ଉମରକୋଟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଛାତ୍ରଛାତ୍ରୀଙ୍କ ବ୍ୟକ୍ତିଗତ ତଥ୍ୟ କିପରି ଲିକ୍ ହେଉଛି, ସେଥିରେ ରାଜ୍ୟ ସରକାରଙ୍କୁ ତଦନ୍ତ କରିବାକୁ ଅଭିଭାବକମାନେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *