ସୁଭଦ୍ରା ପାଇଁ ଅଯୋଗ୍ୟ, ହେଲେ ଭତ୍ତା ପାଇଁ ଯୋଗ୍ୟ: ୬୦ ବର୍ଷୀୟ ମହିଳାଙ୍କ ପାଇଁ ସରକାରର ଖୁସିଖବର
ସୁଭଦ୍ରା ଯୋଜନାରେ ଆବେଦନ କରି ଅଯୋଗ୍ୟ ହୋଇଥିବା ୬୦ ବର୍ଷରୁ ଅଧିକ ବୟସ୍ର ମହିଳାମାନେ ଏବେ ଭତ୍ତା ପାଇବେ। ସେମାନଙ୍କୁ ପୁଣିଥରେ ଆବେଦନ କରିବାକୁ ପଡ଼ିବ ନାହିଁ କାରଣ ସେମାନଙ୍କ ତଥ୍ୟ ସିଧାସଳଖ SSEPD ବିଭାଗକୁ ପଠାଯାଇଛି।ଏହାସହିତ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଘୋଷଣା କରିଛନ୍ତି ଯେ ଆସନ୍ତା ଅଗଷ୍ଟ ୯ ତାରିଖରେ ସୁଭଦ୍ରାର କିସ୍ତି ଆସିବ। ପ୍ରଥମ କିସ୍ତି ପରେ, ୨ ଲକ୍ଷ ହିତାଧିକାରୀଙ୍କୁ ଆୟକର ରିଟର୍ଣ୍ଣ, ଗାଡି କ୍ରୟ କିମ୍ବା ୫ ଏକରରୁ ଅଧିକ ଜମି ଥିବା କାରଣରୁ ବାଦ କରାଯାଇଛି।ଅଗଷ୍ଟ ୯ ପରେ ପୁଣିଥରେ ସୁଭଦ୍ରା ପୋର୍ଟାଲ ଖୋଲାଯିବ ଏବଂ ବାଦ ପଡ଼ିଥିବା ଲୋକଙ୍କୁ ଯୋଡ଼ିବା ପାଇଁ ନୂତନ ସର୍ଭେ କରାଯିବ। ୨୧ ବର୍ଷ ପୂରଣ କରିଥିବା ଯୁବତୀ ମହିଳାମାନେ ମଧ୍ୟ ନୂଆ ଆବେଦନ କରିପାରିବେ।
