ମାରଣାନ୍ତକ ଆକ୍ରମଣ ଅଭିଯୋଗରେ ୪ ଯୁବକ କୋର୍ଟ ଚାଲାଣ।

(କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର)ଗୋଳନ୍ଥରା ଥାନା ଅର୍ନ୍ତଗତ ଭୈରବୀ ମନ୍ଦିର ରାସ୍ତାରେ ପି ଭାନୁ ମୁର୍ତ୍ତୀ ନାମକ ଜଣେ ଯୁବକ କୁ ଆତର୍କିତ ଭାବେ ଆକ୍ରମଣ କରି ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିବା ଅଭିଯୁକ୍ତ ମାନଙ୍କୁ ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ଅଜିତ୍ କୁମାର କର,ପପୁ ପ୍ରଧାନ, ହେମନ୍ତ ଯେନା ଓ ଶଙ୍କର ଗୌଡ ବୋଲି ଜଣାପଡିଛି। ଗତକାଲି ସନ୍ଧ୍ୟାରେ ଉକ୍ତ ଯୁବକମାନେ ଭାନୁ ମୁର୍ତ୍ତୀ କୁ ସଂଘବଦ୍ଧ ଭାବେ ଆକ୍ରମଣ କରି ଗୁରୁତର ଅବସ୍ଥାରେ ତାକୁ ଛାଡି ଚମ୍ପଟ୍ ମାରିଥିବା ବେଳେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଆହତ ଯୁବକ କୁ ଉଦ୍ଧାର କରି ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇ ଘଟଣା ର ତଦନ୍ତ ଆରମ୍ଭ କରିଥିଲେ।

By admin

Leave a Reply

Your email address will not be published. Required fields are marked *