ନିଷ୍ଠା ପରିବାର ଓ ମାଲିପାଲି ଏଥେଲେଟିକ ଆସୋସିଏସନ ତରଫ ରୁ ରକ୍ତ ଦାନ ଶିବିର ୩୧ୟୁନିଟ ରକ୍ତ ସଂଗୃହୀତ ହୋଇଯାଇଛି।

ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ଼ ବ୍ଲକ ଅନ୍ତର୍ଗତ ଗାଇସିମା ଗ୍ରାମ ପଞ୍ଚାୟତ ର ମାଲିପାଲି ଗ୍ରାମ ଫୁଟବଲ ପଡ଼ିଆ ଠାରେ ମାଲିପାଲି ଏଥେଲେଟିକ ଆସୋସିଏସନ ଓ ନିଷ୍ଠା ପରିବାର ର ମିଳିତ ଆନୁକୁଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା।ବର୍ତ୍ତମାନ ରକ୍ତ ଭଣ୍ଡାର ମାନଙ୍କ ରେ ରକ୍ତ ର ଘୋର ଅଭାବ ଥିବାରୁ ରକ୍ତ ଦାନ ଶିବିର ଆୟୋଜନ କରାଯାଇଥିଲା।ଏହି ଶିବିର ରେ ମୁଖ୍ୟ ଅତିଥି ଭାବରେ ମାଲିପାଲି ଏଥେଲେଟିକ ଆସୋସିଏସନ ର ଅମିତ ନାଏକ, ନରୋତ୍ତମ ଭୋଇ, ରାହୁଲ ପାଣ୍ଡେ , ଚିତ୍ର ପ୍ରଧାନ, ଧର୍ମେନ୍ଦ୍ର ବାରିକ ଓ ଅନ୍ୟ ସଦସ୍ୟ ମାନେ ଯୋଗଦେଇ ଫିତା କାଟି ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ କରିଥିଲେ। ଏହି ଶିବିର ରୁ ସର୍ବମୋଟ ୩୧ୟୁନିଟ ରକ୍ତ ବୁର୍ଲା ରକ୍ତ ଭଣ୍ଡାର ଦ୍ଵାରା ସଂଗୃହୀତ ହୋଇଥିଲା। ଶିବିର କୁ ନିଷ୍ଠା ପରିବାର ର ସଭାପତି ଶ୍ରୀ ଅଶ୍ୱିନୀ ତ୍ରିପାଠୀ,ଉପଦେଷ୍ଟା ବିଦ୍ୟାଧର ଭୋଇ, ରକ୍ଷପାଲ ସାହୁ , ରାତ୍ର ପ୍ରଧାନ, ହେମାଞ୍ଚଲ ସାହୁ ଓ ମାଲିପାଲି ଏଥେଲେଟିକ ଆସୋସିଏସନ ର ସଦସ୍ୟ ମାନେ ସୁପରିଚାଳନା କରିଥିଲେ। ରକ୍ତ ର ଅଭାବ ସମୟ ରେ ରକ୍ତ ଦାନ କରିଥିବା ସମସ୍ତ ରକ୍ତ ଦାତା,ସହଯୋଗୀ ଓ ଶୁଭେଛୁ ସମସ୍ତ ଙ୍କୁ ଆମ ନିଷ୍ଠା ପରିବାର ତରଫ ରୁ ବହୁତ ବହୁତ ଧନ୍ୟବାଦ।

Leave a Reply

Your email address will not be published. Required fields are marked *