ଗୋଷ୍ଠୀ ଉନୟନ ଅଧିକାରୀ ରାମନାଗୁଡ଼ା ଙ୍କ ବିଭିନ୍ନ ଉନୟନ ମୂଳକ କାର୍ଯ୍ୟ ର ତଦାରଖ

ରାୟଗଡା (ଅମୁଲ୍ୟ ନିଶଙ୍କ ) : ରାୟଗଡା ଜ଼ିଲ୍ଲା ରାମନାଗୁଡ଼ା ବ୍ଲକ ଗୋଷ୍ଠୀ ଉନୟନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳ ଆଜି ବ୍ଲକ ବିଭିନ୍ନ ଗ୍ରାମ କୁ ଉନୟନ ମୂଳକ କାମ ର ତଦାରଖ କରିଛନ୍ତି l ପ୍ରଥମେ ବିଡ଼ିଓ ଗୁମାଗୁଡା ଗ୍ରାମ ପ୍ରାୟ 2 କିଲୋମିଟର ଚାଲି ପହଂଚିଥିଲେ l ଗୁମାଗୁଡା ପାହାଡ ନିକଟରେ ଥିବା ଝରଣା ପାଣି କୁ ଗାଁ କୁ ପାଣି ଆଣିବା ନିମନ୍ତେ କେଉଭଳି କାର୍ଯ୍ୟ କରାଯିବ କେଉଠି ଚେକ ଡେମ କରାଯିବ ଏହାର ତଦାରଖ କରିବା ସହିତ ସ୍ଥାନୀୟ ଅଂଚଳ ବାସୀ ଙ୍କ ସହିତ ଆଲୋଚନା କରିଥିଲେ lଗୁମା ଗୁଡା ଗ୍ରାମ ରେ ଉଚ୍ଚ ମାନ ର ଚାଷ ମାଧ୍ୟମରେ ଗେଣ୍ଡୁ ଚାଷ, ମୋ ଉପକାରୀ ବଗିଚା ଚାଷ ଆଦି କରିବା ପାଇଁ ଉପସ୍ଥିତ ଲୋକଙ୍କ ସହିତ ଆଲୋଚନା କରିଥିଲେ। ଗ୍ରାମ ରେ 2ଗୋଟି ଅନ୍ତୋଦ୍ୱୟ ଗୃହ ଗୁଡିକର ତଦାରଖ କରିଥିଲେ। ଯଥା ଶୀଘ୍ର ଘର କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ହିତାଧିକାରୀ ଙ୍କୁ ବୁଝେଇଥିଲେ। ଜଣେ ହିତାଧିକାରୀ ସମ୍ପୂର୍ଣ୍ଣ ଅନ୍ଧ ଶ୍ରୀ ଶ୍ରୀ ରାମ ବାଣ୍ଟୁ ହରକା ଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ ମାଧ୍ୟମରେ କିଛି ସାହାଯ୍ୟ କରିବା ପାଇଁ କହିଥିଲେ। ତାପରେ ନାରଙ୍ଗବାଡି ଗ୍ରାମ ନିକଟରେ ଚାଲିଥିବା ମନେରେଗା କାମ ତଥା ଓଡ଼ଙ୍ଗମାସ୍କା ଗ୍ରାମ କୁ ରାସ୍ତା କାର୍ଯ୍ୟ, କୋଟାଗୁଡା ଠାରୁ ବିନିନ୍ଦା କେନାଲ କାର୍ଯ୍ୟ, ବିନିନ୍ଦା କେନାଲ କାର୍ଯ୍ୟ, ଗୁମାଗୁଡା ରାସ୍ତା କାମ, କଣ୍ଡାଜାମ ଗ୍ରାମ ରେ l ଝିଞ୍ଜିରୀବାଦୀ ଗ୍ରାମ ର ମୋ ଉପକାରୀ ବଗିଚା କାର୍ଯ୍ୟ ବୁଲି ଦେଖିଥିଲେ।ବିନିନ୍ଦା ଠାରୁ କୋଟାଗୁଡା କେନାଲ କାର୍ଯ୍ୟ ଦେଖିକି ଖୁସି ବ୍ୟକ୍ତ କରିଥିଲେ। ଏହି କେନାଲ ଦ୍ୱାରା ପ୍ରାୟ 40ଏକର ଜମି ଉପକୃତ ହେବ ବୋଲି ପଂଚାୟତ ନିର୍ବାହୀ ଅଧିକାରୀ ଏବଂ ଜି ଆର ଏସ କହିଥିଲେ। ଏହି ଭଳି କେନାଲ କାର୍ଯ୍ୟ କରିବା ଦ୍ୱାରା ଚାଷୀ ଉପକୃତ ହେବେ ବୋଲି ବିଡ଼ିଓ କହିଥିଲେ।ପେଦାଗୁଡା ଗ୍ରାମ ଗସ୍ତକରି କେନାଲ କାର୍ଯ୍ୟ ଆରମ୍ଭ କରିବା ନିମନ୍ତେ ସମ୍ଭାଵ୍ୟତା ସମ୍ବନ୍ଧରେ ସହକର୍ମୀ ଙ୍କ ସହ ଆଲୋଚନା କରିଥିଲେ। ପରିଶେଷରେ ବିଡ଼ିଓ ଇ ଲାଇବରାରୀ, ରାମନାଗୁଡ଼ା କୁ ଗସ୍ତ କରି ଲାଇବରାରୀ ର ଭଲମନ୍ଦ ବୁଝିଥିଲେ। ଉକ୍ତ ଲାଇବରାରୀ ରେ ଗରିବ 2ପିଲା ଦୀର୍ଘ 1ବର୍ଷ ବିନା ଶୁଳ୍କ ରେ ପଢି ପିଜି ପରୀକ୍ଷାରେ ଉତୀର୍ଣ୍ଣ ହେବା ଜାଣି ଖୁସି ବ୍ୟକ୍ତ କରିଥିଲେ। ବିଡ଼ିଓ ଙ୍କ ଏହି ଗସ୍ତ ସମୟରେ ପାରିକ୍ଷିତି ଗ୍ରାମ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ନରହରି ଦାଶ, ଜିଆରଏସ ସଂଗ୍ରାମ ବ୍ରମା, କନିଷ୍ଟ ଯନ୍ତ୍ରୀ ବାବୁଲାଲ ପୋଲାଈ, ସରପଞ୍ଚ ସୂର୍ଯ୍ୟା ରାଓ କୁମ୍ବ୍ରିକା ଉପସ୍ଥିତ ରହିଥିଲେ।

Leave a Reply

Your email address will not be published. Required fields are marked *