ଓଡ଼ିଶା ରାଜ୍ୟ ଆଶା କର୍ମୀ ସଂଘ ପକ୍ଷରୁ ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଦାବି ପତ୍ର ପ୍ରଦାନ,
ରାୟଗଡ଼ା : ତା : ୩୦/୦୭/୨୫ ଭାରତୀୟ ମଜଦୂର ସଂଘ ଦ୍ଵାରା ପରିଚାଳିତ ଓଡିଶା ରାଜ୍ୟ ଆଶା କର୍ମୀ ସଂଘ ପକ୍ଷରୁ ରାୟଗଡ଼ା ଜିଲ୍ଲା ଜେମାଦେଇପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଏବଂ ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀ ଙ୍କୁ ବିଭିନ୍ନ ସମସ୍ୟା ନେଇ ବାରମ୍ଵାର ବାରମ୍ଵାର ଲୀଖିତ ଅଭିଯୋଗ କରିଆସୁଥିଲେ ସୂଧା ଆଜି ପର୍ଯ୍ୟନ୍ତ ତାର କୌଣସି ସମାଧାନ ହୋଇପାରିଲା ନାହିଁ, ତେଣୁ ଦାବି ଗୁଡ଼ିକ ତୂରନ୍ତ ସମାଧାନ କରିବା ପାଇଁ ଓଡିଶା ରାଜ୍ୟ ଆଶା କର୍ମୀ ସଂଘ ପକ୍ଷରୁ ଶ୍ରୀ ମତୀ ନେହା ସିଂହ ଓ ପଦ୍ମା ସେନାପତି ନେତୃତ୍ୱରେ ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀଣୀ ଭି . ସରୋଜିନୀଙ୍କୁ ଦଶ ଦଫା ଦାବି ପତ୍ର ପ୍ରଦାନ କରିବା ସହ ଅନୁରୋଧ କରିଥିଲେ, ଯଦି ଏହାର କୋୖଣସି ସମାଧାନ କରାନଯାଏ ତେବେ ସଂଘ ଆଗାମୀ ଦିନରେ ରାଜ ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବ, ଏଥିରେ ଯଦି କୈାଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୂଏ ତେବେ ହସ୍ପିଟାଲ କର୍ତୃପକ୍ଷ ସମୂର୍ଣ ଦାୟୀ ରହିବେ ବୋଲି ଶ୍ରମିକ ନେତା ତଥା ଭାରତୀୟ ମଜଦୂର ସଂଘର ରାଜ୍ୟ ଉପସଭାପତି ଶ୍ରୀ ଯୂକ୍ତ ଯୋଗେଶ୍ଵର ଦାଶ ଜିଲ୍ଲା ସମ୍ପାଦକ ଶ୍ରୀ ଗଣେଶ କୁମାର ସାହୁ, ଉପସଭାପତି ଶ୍ରୀ ଦୁର୍ଗା ମାଧବ ଘୋଷ, କୋଷାଧ୍ୟକ୍ଷ ଶ୍ରୀମତୀ ଉଷାରାଣୀ ଦାସ, ଯୋଗ ଦେଇ ପ୍ରକାଶ କରିଛନ୍ତି ଉକ୍ତ କାର୍ଯ୍ୟକ୍ରମରେ ଜେମାଦେଇପେଣ୍ଠ ସ୍ଵାସ୍ଥ୍ୟ କେନ୍ଦ୍ର ଅଧୂନରେ କାର୍ଯ୍ୟରତ ସମସ୍ତେ ଆଶା କର୍ମୀ ଯୋଗ ଦେଇ ଥିବା ବେଳେ ଶ୍ରୀମତୀ କାମୀନି କାରୂଆ, କଲ୍ୟାଣୀ ଦାଶ, ସବିତା ନିହାଲ, ମଞ୍ଜୁଳା କୌଶଲ୍ୟା ପରିଚାଳନା କରିଥିଲେ । ଦାବି ମଧ୍ୟରେ ଆଶା କର୍ମୀ ମାନଙ୍କର ମାସିକ ପ୍ରୋତ୍ସାହନ ରାଶି ପ୍ରତି ମାସରେ ଏବଂ ଠିକ ସମୟ ପ୍ରଦାନ କରିବା । ଏଚବିଏନସି କିଟ୍ ତୁରନ୍ତ ପ୍ରଦାନ କରିବା । ମଶାରୀ ବଣ୍ଟନ ହୋଇ ଆଜିକୁ ୫/୬ ମାସ ହେଲାଣି ମଶାରୀ ବାବଦରେ ମିଳିବା ରାଶି ବର୍ତମାନ ସୁଦ୍ଧା ମିଳିନାହିଁ ତାହା ତୁରନ୍ତ ପ୍ରଦାନ କରିବା । ଫାଇଲେରିଆ ନିରାକରଣ ପାଇଁ ପ୍ରୋଗ୍ରାମ ଆଜିକୁ ୬ ମାସ ହେଲାଣି ଏହି ରାଶି ଆଜି ପର୍ଯ୍ୟନ୍ତ ମିଳିନାହିଁ । ତୁରନ୍ତ ତାହା ପ୍ରଦାନ କରିବା । ୧ ବର୍ଷ ହେଲା ଆଭା ଆଇଡି କାମର ରାଶି ତୁରନ୍ତ ପ୍ରଦାନ କରିବା ଆମର ଦାବି । ମ୍ୟାଲେରିଆ , ଟିବି ଏବଂ ଲେପ୍ରସି ବାବଦରେ ମିଳିବା ରାଶି ତୁରନ୍ତ ପ୍ରଦାନ କରିବା । ସିକିଲି ସେଲ ଟେଷ୍ଟ କାମ ରାଶି ତୁରନ୍ତ ପ୍ରଦାନ କରିବା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଶା ଦିଦି ମାନଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି ତୁରନ୍ତ ତାର ସମାଧାନ କରି ଆଶା ଦିଦି ମାନଙ୍କୁ ଉଚିତ୍ ସମ୍ମାନ ଦେବା

