ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଅମ୍ବାଦଳା ର ଜଣେ ଶିକ୍ଷକଙ୍କୁ କ୍ରାଇମବ୍ରାଞ୍ଚ ଦ୍ୱାରା ଅଟକ

ଓଟିଇଟି ପ୍ରଶ୍ନପତ୍ର ମାମଲାରେ କ୍ରାଇମବ୍ରାଞ୍ଚ ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ ଅମ୍ବାଦଳା ଗ୍ରାମର ଜଣେ ଶିକ୍ଷକଙ୍କୁ ଗିରଫ କରିଥିବା ବିଶ୍ଵସ୍ତ ସୂତ୍ରରୁ ଜଣାପଡିଛି। ଘଟଣାରୁ ପ୍ରକାଶ ଯେ, ଗତ ଦିନରେ ହେବାକୁ ଥିବା ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହେବା କାରଣରୁ ପରୀକ୍ଷା ବାତିଲ କରାଯାଇଥିଲା। ତେବେ ଏହି ମାମଲାର କ୍ରାଇମ ବ୍ରାଞ୍ଚ ତଦନ୍ତ ସ୍ୱରୂପ ରାୟଗଡ଼ା ଜିଲ୍ଲା ଏକ୍ସ କ୍ୟାଡର ଶିକ୍ଷକ ସଂଘର ସଭାପତି ତଥା ଡ଼ଙ୍ଗରବୋରି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ବିଜୟ ମିଶ୍ରଙ୍କ ସମ୍ପୂର୍କ୍ତି ଥିବା ଜଣାପଡିଥିଲା। ତେଣୁ ମଙ୍ଗଳବାର ପୋଲିସ ସାହାଯ୍ୟରେ କ୍ରାଇମବ୍ରାଞ୍ଚ ବିଜୟଙ୍କୁ ନେଇଥିବା ବିଶ୍ଵସ୍ତ ସୂତ୍ରରୁ ଜଣାପଡିଛି।

By admin

Leave a Reply

Your email address will not be published. Required fields are marked *