ଅନ୍ତର୍ଜାତୀୟ ସମୁଦାୟ ଭାରତ ସହିତ ଦୃଢ଼ତାର ସହ ଠିଆ ହୋଇଥିବା ବେଳେ କଂଗ୍ରେସ ଦଳ ଅପରେସନ୍ ସିନ୍ଦୂରକୁ ନେଇ ସଶସ୍ତ୍ର ବାହିନୀକୁ କୌଣସି ସମର୍ଥନ ଦେଇନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
କହିଛନ୍ତି।

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ସମୁଦାୟ ଭାରତ ସହିତ ଦୃଢ଼ତାର ସହ ଠିଆ ହୋଇଥିବା ବେଳେ କଂଗ୍ରେସ ଦଳ ଅପରେସନ୍ ସିନ୍ଦୂରକୁ ନେଇ ସଶସ୍ତ୍ର ବାହିନୀକୁ କୌଣସି ସମର୍ଥନ ଦେଇନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଲୋକସଭାରେ ପହଲଗାମ ଆକ୍ରମଣ ଓ ଅପରେସନ୍ ସିନ୍ଦୂର ଉପରେ ଦୁଇ ଦିନ ଧରି ଚାଲିଥିବା ବିତର୍କର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତକୁ ସମଗ୍ର ବିଶ୍ୱର ସମର୍ଥନ ମିଳିଛି, କିନ୍ତୁ ଦୁର୍ଭାଗ୍ୟଜନକ ଯେ କଂଗ୍ରେସ ଭାରତୀୟ ବୀର ସୈନିକଙ୍କ ସହ ଠିଆ ହୋଇନାହିଁ। ରାଜନୈତିକ ଫାଇଦା ପାଇଁ କଂଗ୍ରେସ ନେତାମାନେ ମୋତେ ଟାର୍ଗେଟ୍ କରିଥିଲେ, କିନ୍ତୁ ସେମାନଙ୍କ ତୁଚ୍ଛ ବୟାନ ଆମ ବୀର ସୈନିକମାନଙ୍କୁ ନିରୁତ୍ସାହିତ କରିଥିଲା।
ବିମାନ ହରାଇନାହୁଁ ବୋଲି ପ୍ରଧାନମନ୍ତ୍ରୀ ଲୋକସଭାରେ କହିବା ଉଚିତ। ଟ୍ରମ୍ପ ବାରମ୍ବାର ଅସ୍ତ୍ରବିରତି ପାଇଁ ଶ୍ରେୟ ନେଉଥିବାରୁ ପ୍ରଧାନମନ୍ତ୍ରୀ ଲୋକସଭାରେ ଏ ନେଇ ସ୍ଥିତି ସ୍ପଷ୍ଟ କରିବାକୁ ପଡ଼ିବ ବୋଲି ସେ କହିଥିଲେ। ଏବେ ଦେଶପାଇଁ ଅତ୍ୟନ୍ତ ବିପଜ୍ଜନକ ସମୟ ଏବଂ ଆମେ ଏପରି ଜଣେ ପ୍ରଧାନମନ୍ତ୍ରୀଙ୍କୁ ବରଦାସ୍ତ କରିପାରିବୁ ନାହିଁ ଯିଏ ସେନାକୁ କିପରି ବ୍ୟବହାର କରିବାକୁ ହୁଏ ଜାଣନ୍ତି ନାହିଁ। ବିଶ୍ବ ଏବେ ଭାରତକୁ ପାକିସ୍ତାନ ସହ ତୁଳନା କରୁଛି ଏବଂ ଏଭଳି ସ୍ଥିତି ଆମକୁ ଗୌଣ କରିଦେଇଛି। ଅପରେସନ୍ ପୂର୍ବରୁ ପାକିସ୍ତାନକୁ ଅଣ-ସାମରିକ ପ୍ରତିଷ୍ଠାନ ଉପରେ ଆକ୍ରମଣ ନେଇ ଆଗୁଆ ସୂଚନା ଦିଆଯିବା ଦୁର୍ଭାଗ୍ୟଜନକ। ସେହିଭଳି ରାଷ୍ଟ୍ରପତି ଟ୍ରମ୍ପଙ୍କୁ ମିଛୁଆ ବୋଲି କହିବାକୁ ମଧ୍ୟ ସାହସ ନଥିବା ଜଣେ ପ୍ରଧାନମନ୍ତ୍ରୀଙ୍କୁ ଆମେ ସହ୍ୟ କରିବୁ ନାହିଁ ବୋଲି ରାହୁଲ କହିଥିଲେ। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ଆଜି ତାଙ୍କ ଉଦ୍ବୋଧନରେ ସ୍ପଷ୍ଟ କରିଦେଇଛନ୍ତି ଯେ ଅପରେସନ୍ ସିନ୍ଦୂର ସମୟରେ ଅସ୍ତ୍ରବିରତି ପାଇଁ କୌଣସି ବିଶ୍ବନେତା ହସ୍ତକ୍ଷେପ କରିନଥିଲେ। ଭାରତ ଏହି ଅପରେସନ୍ରେ ତା’ର ଲକ୍ଷ୍ୟ ହାସଲ କରିବା ସହ ପାକିସ୍ତାନର ଅନୁରୋଧକ୍ରମେ ଅସ୍ତ୍ରବିରତି ଆଲୋଚନା କରିଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।