ଦିଗପହଣ୍ଡିର ବିଦ୍ୟୁତ ଭିତ୍ତିଭୂମିକୁ ଉନ୍ନତ କରିଛି ଟିପିଏସ୍ଓଡିଏଲ୍– ଦିଗପହଣ୍ଡି ସହରକୁ ନୂତନ ବ୍ୟାକ୍ ଫିଡିଂ ବିଦ୍ୟୁତ ଲାଇନ୍– ଭରସାଯୋଗ୍ୟ ବିଜୁଳି ସେବା ପାଇଁ ରିଙ୍ଗ ମେନ୍ ୟୁନିଟ ସ୍ଥାପନ– ପ୍ରକଳ୍ପ ଦ୍ବାରା ପ୍ରାୟ ୧୨୦୦୦ ଉପଭୋକ୍ତା ଉପକୃତ ହେବେବ୍ରହ୍ମପୁର, ଜୁଲାଇ ୨୦୨୫: ଗଞ୍ଜାମ ଜିଲ୍ଲାରେ ଭରସାଯୋଗ୍ୟ ବିଜୁଳି ଯୋଗାଣ ସୁନିଶ୍ଚିତ କରିବା ଉଦ୍ଦେଶ୍ୟ ନେଇ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ (ଟିପିଏସ୍ଓଡିଏଲ୍) ପକ୍ଷରୁ ଚିକିଟି ୩୩ କେଭି ଫିଡର ସହ ଦିଗପହଣ୍ଡି ପ୍ରାଇମେରୀ ସବଷ୍ଟେସନ (ପିଏସଏସ୍)କୁ ସଂଯୋଗ କରାଯାଇଛି। ଆର୍ଥିକ ବର୍ଷ ୨୦୨୪-୨୫ର କ୍ୟାପେକ୍ସ ଯୋଜନା ଅଧୀନରେ କାର୍ଯ୍ୟକାରୀ ହୋଇଥିବା ଏହି ପଦକ୍ଷେପ ଦ୍ଵାରା ସ୍ଥାନୀୟ ଅଞ୍ଚଳର ବିଦ୍ୟୁତ ଭିତ୍ତିଭୂମି ଉନ୍ନତ ହେବା ସହ ଉପଭୋକ୍ତାଙ୍କୁ ଭରସାଯୋଗ୍ୟ ବିଜୁଳି ଯୋଗାଣ ହୋଇପାରିବ।  ଏହି ପ୍ରକଳ୍ପରେ ଚିକିଟି ଗ୍ରୀଡଠାରୁ ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି)କୁ ଅତିରିକ୍ତ ବ୍ୟାକ ଫିଡ଼ିଂ ସପ୍ଲାଏ ଭାବେ ୧.୬ ସର୍କିଟ କିମି ଦୀର୍ଘ ୩୩ କେଭି ଲାଇନ୍ ସଂଯୋଗ କରାଯାଇଛି। ବିଦ୍ୟୁତ ବିଛିନ୍ନ ହେବା ସମୟରେ କିମ୍ବା ରକ୍ଷଣାବେକ୍ଷଣ କାମ ବେଳେ ଏହି ନୂତନ ଫିଡର ଲାଇନ୍ ଏକ ଭରସାଯୋଗ୍ୟ ବିକଳ୍ପ ଶକ୍ତି ଉତ୍ସ ଭାବେ କାମ କରିବ। ଏହାସହ ଏହି ପଦକ୍ଷେପରେ ତ୍ୱରିତ ତ୍ରୁଟି ଚିହ୍ନଟ ଏବଂ ଲୋଡ୍ ପରିଚାଳନା ପାଇଁ ଏକ ରିଙ୍ଗ ମେନ୍ ୟୁନିଟ (ଆରଏମୟୁ) ସ୍ଥାପନ କରାଯାଇଛି। ଏହି ଆରଏମୟୁ ସହ ଗୋଟିଏ ଇନକମିଙ୍ଗ ଏବଂ ଦୁଇଟି ଆଉଟଗୋଇଙ୍ଗ ବିଜୁଳି ଯୋଗାଣ ସଂଯୋଗ ହୋଇଛି। ଯାହାଫଳରେ ଯଦି ଗୋଟିଏ ଲାଇନରେ ବିଦ୍ୟୁତ ସରବରାହ ବ୍ୟାଘାତ ହୁଏ, ତେବେ ଆରଏମୟୁ ସାହାଯ୍ୟରେ ବ୍ୟାକଅପ୍ ଲାଇନ ଦ୍ଵାରା ବିଦ୍ୟୁତ ଯୋଗାଣ ହୋଇପାରିବ ଏବଂ ବିଦ୍ୟୁତ ବିଛିନ୍ନ ସମୟ ମଧ୍ୟ ହ୍ରାସ ପାଇବ। ଏହି ପଦକ୍ଷେପ ଯୋଗୁଁ ପ୍ରାୟ ୧୨,୦୦୦ ଉପଭୋକ୍ତା ଉପକୃତ ହେବେ ଏବଂ ଦିଗପହଣ୍ଡି ସହର ବାସିନ୍ଦା ଓ ବ୍ୟାବସାୟିକ ଅନୁଷ୍ଠାନଗୁଡ଼ିକ ସ୍ଥାୟୀ ବିଜୁଳି ସେବା ପାଇବେ। ଏହି ଭିତ୍ତିଭୂମି ବିକାଶ ସମ୍ପର୍କରେ ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ କହିଛନ୍ତି, “ବିଦ୍ୟୁତ ଭିତ୍ତିଭୂମିକୁ ଉନ୍ନତ କରିବା ଦିଗରେ ଟିପିଏସ୍ଓଡିଏଲ୍ ପ୍ରତିବଦ୍ଧ ରହିଆସିଛି। ଆମ ଉପଭୋକ୍ତାଙ୍କୁ ଉତ୍ତମ ମାନର ବିଜୁଳି ସେବା ଯୋଗାଇବା ଦିଗରେ ଏହି ପ୍ରକଳ୍ପ ସହାୟକ ହେବ। ନୂତନ ଫିଡର ଲିଙ୍କ ନେଟୱର୍କକୁ ସୁଦୃଢ଼ କରିବା ସହ ବିଦ୍ୟୁତ ଯୋଗାଣରେ ପ୍ରତିବନ୍ଧକକୁ ଯଥେଷ୍ଟ ହ୍ରାସ କରୁଅଛି।”ସମଗ୍ର ଦକ୍ଷିଣ ଓଡ଼ିଶାରେ ଏକ ସୁଦୃଢ଼, ଭରସାଯୋଗ୍ୟ ଏବଂ ଗ୍ରାହକ କୈନ୍ଦ୍ରିକ ବିଦ୍ୟୁତ ବିତରଣ ବ୍ୟବସ୍ଥା ନିର୍ମାଣ କରିବା ପାଇଁ ଟିପିଏସ୍ଓଡିଏଲ୍ ଭିତ୍ତିଭୂମି ବିକାଶ ଏବଂ ସ୍ମାର୍ଟ ଟେକ୍ନୋଲଜିରେ ନିବେଶ କରୁଅଛି।

By admin

Leave a Reply

Your email address will not be published. Required fields are marked *