ଗଞ୍ଜେଇ ଚାଲାଣକାରୀଙ୍କୁ ଉଠାଇନେଲା ହରିିୟାଣା ପୁଲିସ ।

ଗଞ୍ଜେଇ ଚାଲାଣକାରୀଙ୍କୁ ଉଠାଇନେଲା ହରିିୟାଣା ପୁଲିସ । ଆର,ଉଦୟଗିରି(ମନୋଜ କୁମାର ପାଢୀ)-ମୋହନା ଥାନା ପୁଇପଡା ଗାଁରୁ ଜଣେ ଗଞ୍ଜେଇ ଚୋର ଚାଲାଣକାରୀଙ୍କୁ ହରିୟାଣା ପୁଲିସ ଆଜି ଉଠାଇ ନେଇଛନ୍ତି । ସେ ହେଲେ ସେହି ଗାଁର ସୁଜିତ୍ କୁମାର ନାୟକ(42) । ଗିରଫ ପରେ ମୋହନା କୋର୍ଟରେ ହାଜର କରି ତାଙ୍କୁ ପୁଲିସ ହରିୟାର ନେଇଯାଇଛନ୍ତି । ଗତ ୨୩ ତାରିଖରେ ପୁଲିସ ହରିୟାଣାର ଜିନ ଗାଁରୁ ୨୪ କିଲୋ ଗଞ୍ଜେଇ ଜବତ କରି ଏଥିରେ ଜଡିତ ହରିୟାଣାର ବରଠା ଗାଁର ରିତିକ କୁମାର (23)ଙ୍କୁ ଗିରଫ କରିଥିଲେ । ତଦନ୍ତ ବେଳେ ରିତିକଙ୍କ ସୁଚନା କ୍ରମେ ଗତକାଲି ହରିୟାଆ ପୁଲିସର ୪ ଜଣିଆ ଟିମ୍ ମୋହନାରେ ପହଞ୍ଚି ପୁଇପଡା ଗାଁରୁ ସୁଜିତ୍ଙ୍କୁ ଧରିଥିଲେ । ସୁଜିତ୍ ଗଞ୍ଜେଇ ନେଇ ଛତ୍ରପୁର ରେଳଷ୍ଟେସନ ଯାଇଥିଲେ । ସେଠାରୁ ତାଙ୍କଠାରୁ ରିତିକ ଗଞ୍ଜେଇ ନେଇ ହରିୟାଆ ଯାଇଥାନ୍ତେ ବୋଲି ହରିଆଣା ପୁଲିସ ଏସଆଇ ବିନୋଦ କୁମାର କହିଛନ୍ତି ।

Leave a Reply

Your email address will not be published. Required fields are marked *