ରେଖାପୋଦର ଠାରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖୋଲିବା ନିମନ୍ତେ ଦାବୀ
ରେଖାପୋଦର ଠାରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖୋଲିବା ନିମନ୍ତେ ଦାବୀ ରାୟଗଡା (ଅମୁଲ୍ୟ ନିଶଙ୍କ ) ରାୟଗଡା ଜ଼ିଲ୍ଲା କୋଳନରା ବ୍ଲକ ଅଧୀନରେ ଥିବା ଆଦିବାସୀ ଅଧିଷୟୁତ ରେଖା୍ପଦର ପଂଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ କୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରୂପେ ଘୋଷଣା ନିମନ୍ତେ ସ୍ଥାନୀୟ ଅଂଚଳ ର ବିଜେପି ଏକ ଟାଣୁଆ ନେତା ଲଷ୍ମୀ ମୋହନ ପଟ୍ଟନାୟକ, ଇଦି ଭାସ୍କର ରାଓ ନାଇଡ଼ୁ ଓଡିଶା ର ମାନ୍ୟବର ଉଚ୍ଚ ଶିକ୍ଷା ସୂର୍ଯ୍ୟବଂଶୀ ସୁରଜ ମନ୍ତ୍ରୀ ଙ୍କୁ ଗତ ରାୟଗଡା ଜ଼ିଲ୍ଲା ଗସ୍ତ ସମୟରେ ଓ ଗତ 25/07/2025 ରେ ଚିଠି ମାଧ୍ୟମରେ ଦାବୀ କରିଛନ୍ତି l ପଟ୍ଟନାୟକ ନିଜ ବକ୍ତବ୍ୟ ରେ କହିଛନ୍ତି ଜେ ସରକାର କୋଳନରା ବ୍ଲକ ର ଥେରୁବାଲି ଇମ୍ଫା ଉଚ୍ଚ ବିଦ୍ୟାଳୟ କୁ ବିଜ୍ଞାନ ଓ ବାଣିଜ୍ୟ ବିଭାଗ ଓ ସରକାରୀ ଉଚ୍ଚ ବିଦ୍ୟାଳୟ ଭୋଇମାଡା ଠାରେ ସରକାରୀ ଉଚ୍ଚ ବିଦ୍ୟାଳୟ କୁ କଳା ବିଭାଗ ଖୋଲିବା ଯେଇ ଘୋଷଣା କରିଛନ୍ତି ତାହା ସ୍ୱାଗତ ଯୋଗ୍ୟ l କିନ୍ତୁ ରେଖା୍ପଦର ଏମିତି ଏକ ସ୍ଥାନ ଯେଉଁଠି ଝୋରିଡି, ବାଙ୍କୀଲି, ରୋବାଡି, ବଡ଼ ଖିଲାପଦର, କୈଳାଶକୋଟା, ମୁକୁନ୍ଦପୁର ଓ ରେଖା୍ପଦର ଉଚ୍ଚ ବିଦ୍ୟାଳୟ ରୁ ପାସ ହୋଇଥିବା ପିଲା ଙ୍କ ପାଇଁ ଏକ ଉତ୍ତମ ସ୍ଥାନ ଯାହାକି ମୁକୁନ୍ଦପୁର ଠାରୁ ମାତ୍ର 5 କିଲୋମିଟର ଦୂର ଅନ୍ୟାନ୍ୟ ର କେନ୍ଦ୍ର ସ୍ଥଳ ରେ ରହିଛି ଓ ଛାତ୍ର ଛାତ୍ରୀ ଙ୍କ ଯାତାୟତ ନିମନ୍ତେ ବହୁ ସୁବିଧା ରହିଛି l ଦିନକୁ ଦିନ ଏହି ଅଂଚଳ ରୀ ବହୁ ଆଦିବାସୀ ତଥା ହରିଜନ ଓ ଗରିବ ଶ୍ରେଣୀ ର ପିଲାମାନେ ଦଶମ ଶ୍ରେଣୀ ରେ ଉତୀର୍ଣ୍ଣ ହୋଇ ଡ୍ରପ ଆଉଟ ରହୁଛନ୍ତି ତ କିଏ ଦାଦନ ଖଟିବା ନିମନ୍ତେ କେରଳ, ତାମିଲନାଡୁ ଆନ୍ଧ୍ର ପ୍ରଦେଶ ଯାଉଛନ୍ତି l କାରଣ ଅଂଚଳ ରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନାହିଁ ସେଥିପାଇଁ ସରକାର ବିଚାର କରି ରେଖା୍ପଦର ସରକାରୀ ଉଚ୍ଚ ବିଦ୍ୟାଳୟ କୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରୂପେ ଘୋଷଣା କରିଲେ ଅଂଚଳ ବାସୀ ଉପକୃତ ହେବେ ବୋଲି ଲଷ୍ମୀ ମୋହନ ଉଚ୍ଚ ଶିକ୍ଷା ମନ୍ତ୍ରୀ ଙ୍କୁ ଦେବା ପତ୍ର ରେ ଉଲେଖ କରିଛନ୍ତି l

