ବେଦାନ୍ତ ଆଲୁମିନା କମ୍ପାନୀ ବିରୁଦ୍ଧରେ ମୁଣ୍ଡଟେକିଲେ ନିୟମଗିରି ଡଙ୍ଗରିଆ, ୧,୧୨ ଖଣ୍ଡ ଗାଁ ଗାଁ ରେ ସଚେତନ ସହ କମିଟି ଗଠନ
ରାୟଗଡା (ଅମୁଲ୍ୟ ନିଶଙ୍କ ): ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ ଅନ୍ତର୍ଗତ ମୁନିଖୋଲ ପଞ୍ଚାୟତର ନିୟମଗିରି ପର୍ବତ ମାଳା ରେ ରହୁଥିବା ଆଦିବାସୀ ଡଙ୍ଗରିଆ ଜନଜାତି ଏବେ ବେଦାନ୍ତ ଆଲୁମିନା କମ୍ପାନୀ ବିରୁଦ୍ଧରେ ମୁଣ୍ଡଟେକିଲେ।ନିୟମଗିରୀ ସୁରକ୍ଷା ସମିତିର ସଭାପତି ଲଦ ଶିକୋକା ଙ୍କ ଓ ନିୟମଗୀରୀ ସୁରକ୍ଷା ସମିତିର ଯୁବ ସଭାପତି ଓ ଉପ ସଭାପତିଙ୍କ ଦାସୁରୁ କାଡ଼୍ରାକା,ଙ୍କ ନେତୃତ୍ଵରେ ବଡ ଡେଙ୍ଗୁଣି ଗ୍ରମରେ ଡଙ୍ଗରିଆ ଆଦିବାସୀ ମାନଙ୍କୁ ନେଇ ଏକମେଳୀ ଅନୁଷ୍ଠିତ ହୋଇଯାଇଛି।ନିୟମଗିରୀ ସୁରକ୍ଷା ସମିତି ତରଫରୁ ବେଦାନ୍ତ ଆଲୁମିନା ପ୍ରକଳ୍ପ ବିରୁଦ୍ଧରେ ୧,୧୨ ଖଣ୍ଡ ଗ୍ରାମ କୁ ନେଇ ଗାଁ ଗାଁ ରେ ଯାଇ ସଚେତନତା କରାଯାଉଥିବା ଦେଖିବାକୁ ମିଳିଛି। ମୁନିଖୋଲ ପଞ୍ଚାୟତର ନିୟମଗିରୀ ପାହାଡ ପାଦଦେଶରେ ରହୁଥିବା ବଡ ଡେଙ୍ଗୁଣି ଗ୍ରମରେ ନିୟମଗିରି ସୁରକ୍ଷା ସମିତି ତରଫରୁ ଏକ ସଚେତନତା ଶୋଭା କାର୍ଯ୍ୟକ୍ରମ କରିଥିବା ବେଳେ କମିଟି ପକ୍ଷରୁ ନୁତନ ଯୁବ କମିଟି ଚୟନ କରି ନିୟମଗିରି ଅଞ୍ଚଳ ର ସୁରକ୍ଷା ନିମନ୍ତେ ନୂତନ କମିଟି ଗଠନ କରାଯାଇଥିଲା ,ଉକ୍ତ ସଭାରେ ଅଞ୍ଚଳରେ ଲୋକଙ୍କ ବିକାଶ କରିବା ସହିତ ନିୟମଗିରି ପାହାଡ଼ ପର୍ବତ ମାଳା ଓ ଜଙ୍ଗଲ ଜମି ପାଣି କୁ ସୁରକ୍ଷା ଦେବା ନିମନ୍ତେ ନିଷ୍ପତ୍ତି ନିଆଯାଇଥିଲା। ସରକାର ଓ ପୁଞ୍ଜୀପତି କମ୍ପାନୀ ଦଲାଲ୍ ମିସି ଆମର ନିୟମଗିରୀ ପାହାଡ଼ କୁ ନେଇ ଜଙ୍ଗଲ ଜମି ପାଣି ଚାଷ ନଷ୍ଟ କରି, ବିକାଶ ନାମରେ ଆମ ଲୋକଙ୍କୁ ବିନାଶ କରିବାପାଇଁ ଚକ୍ରାନ୍ତ ଚଳାଇଛି। ନିୟମଗିରୀ ରାଯା କୁ ଛାଡ଼ିବୁ ନାହିଁ ପାହାଡ଼ ଜଙ୍ଗଲ ଜମି ପାଣି ନାଲ ଆମର ମାଟି ।ସେହି ମାଟିରେ ଶହଶହ ବର୍ଷରୁ ପୂର୍ବ ପୁରୁଷ ଠାରୁ ଆମେ ବଞ୍ଚି ଆସୁଛୁ ମଲେ ମରିବୁ ପଛେକଦାପି ଛାଡ଼ିବୁ ନାହିଁ ଜଦି ସରକାର କିମ୍ବା କମ୍ପାନୀ ଦଲାଲ ମିଶି କମ୍ପାନୀ କୁ ଟେକି ଦିଅନ୍ତି ତାହେଲେ ତାଙ୍କ ବିରୁଦ୍ଧ ରେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ୧,୧୨ ଖଣ୍ଡ ଗ୍ରାମ ଏକାହୋଇ ରାଜ ରାସ୍ତାକୁ ଓହ୍ଲାଇ ବିରୋଧ କରାଯିବ ବୋଲି ନିୟମଗିରୀ ସୁରକ୍ଷା ସମିତିର ସଭାପତି ଲଦଶିକୋକା ,ଯୁବ ସଭାପତି ଦାଶୁରୁ କାଡ଼୍ରାକା, ଉକ୍ତ ସଭାରେ ଗଣମାଧ୍ୟମ ଆଗରେ ପ୍ରଶାସନକୁ ଚେତାବନୀ ଦେଇଛନ୍ତି।ଉକ୍ତ ଏହି ବୈଠକରେ ବିଭିନ୍ନ ଗ୍ରାମରୁ ଡଙ୍ଗରିଆ ଆଦିବାସୀ ବଡ ଡେଙ୍ଗୁଣି ଗ୍ରାମରେ ଠାରେ ଶତାଧିକ ମହିଳା ପୁରୁଷ ଓ ଯୁବକ ସାମିଲ ହୋଇଥିବା ଦେଖିବାକୁ ମିଳିଛି।
