ଧୁବେନପାଲି ଗ୍ରାମବାସୀ ଓ ଅମୃତ୍ କୁଟୁମ୍ ଭେଡେନ ର ମିଳିତ ସହଯୋଗରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ବ୍ଲକ ଅଏଁଲାପାଲି ପାଲି ପଂଚାୟତ ଧୁବେନପାଲି ଠାରେ ଧୁବେନପାଲି ଗ୍ରାମବାସୀ ଓ ଅମୃତ୍ କୁଟୁମ୍ ର ମିଳିତ ଆନୁକୂଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବୀରସୁରେନ୍ଦ୍ର ସାଏ ମେଡିକାଲ ହସ୍ପିଟାଲ ବୁର୍ଲା ରକ୍ତ ଭଣ୍ଡାର ଅଧିକାରୀ ଡଃ ମନୋଜିତ ବୈଷ୍ଣବ, ଟେକନିସିଆନ ଦେବାଷିଶ ମିଶ୍ର, ସନ୍ତୋଷ ଟାଡା, ଜନକ ବେହେରା, ପାଏନୁ ଭୋଇ ଓ ସଂଜୀବ ବେରା ପ୍ରମୁଖ ଭ୍ରାମ୍ୟମାଣ ଯାନ ଦ୍ଵାରା ରକ୍ତ ସଂଗ୍ରହ କରି ଥିଲେ। ଏହି ସମୟରେ ମୋଟ ଜଣେ ମହିଳା ସମେତ ୩୧ ୟୁନିଟ୍ ରକ୍ତ ସଂଗ୍ରହ କରିଥିଲେ। ପ୍ରଥମେ ଅମୃତ୍ କୁଟୁମ୍ ର ସଭାପତି ଆନଂଦ ସୁନା ସଂଯୋଜନା ରେ ସଭା ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ସତ୍ୟବାନ ଦାଶ, ସମ୍ମାନିତ ଅତିଥି ଦେବାଶିଷ ମିଶ୍ର, ଅମୃତ କୁଟୁମ୍ ର ବରିଷ୍ଠ ସଦସ୍ୟ ଭବାନୀ ଶଙ୍କର ପାଢ଼ୀ ଯୋଗ ଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ ।ତୁଷବନ୍ତ ବେହେରା, ପ୍ରକାଶ ଦାଶ, ଭୀମ ଦୁବସାଗର, ଶମ୍ଭୁପ୍ରସାଦ ପ୍ରଧାନ, ଭୀଷ୍ମ ସିଂ ଛନ୍ଦ, ଶେଷଦେବ କର୍ଣ୍ଣ, ସୂରଜ ବେହେରା, ପ୍ରହଲ୍ଲାଦ ମେହେର, ଗୋପୀ ମେହେର, ଗୁଲେଖ ଓ ଧୁବେନପାଲି ଗ୍ରାମବାସୀ ରକ୍ତଦାନ ଶିବିରକୁ ପରିଚାଳନା ସଂପୂର୍ଣ୍ଣ ଭାବେ ସହଯୋଗ କରିଥିଲେ।

By admin

Leave a Reply

Your email address will not be published. Required fields are marked *