ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି।

ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି।
ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ଼ ଜିଲ୍ଲା ଭେଡେନ ଥାନା ଅନ୍ତର୍ଗତ ମହୁଲପାଲି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ପରିଚାଳନା ସମିତିର ସଭାପତି ଶ୍ରୀଯୁକ୍ତ ମନବୋଧ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ପରିଚାଳନା ସମିତିର ସଂପାଦକ ଶ୍ରୀଯୁକ୍ତ ଲକ୍ଷ୍ମୀନାରାୟଣ କର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଦୀପ ପ୍ରଜ୍ବଳନ ପୂର୍ବକ କୁନି କୁନି ବୈଜ୍ଞାନିକ ମାନଙ୍କୁ ଭବିଷ୍ୟତରେ ବଡ଼ ବଡ଼ ବୈଜ୍ଞାନିକ ହେବା ପାଇଁ ମାର୍ଗଦର୍ଶନ ଦେଇ ଥିଲେ।ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଅଶୋକ କୁମାର ଧର ସ୍ବାଗତ ଭାଷଣ ଓ ଅତିଥି ଅଧିକାରୀଙ୍କର ପରିଚୟ ପ୍ରଦାନ କରିଥିଲେ।ପୂର୍ବତନ ସଂପାଦକ ଶ୍ରୀଯୁକ୍ତ ପ୍ରଦୀପ କର ମଞ୍ଚାସୀନ ଥିଲେ।ବିଚାରକ ଭାବେ ଶ୍ରୀଯୁକ୍ତ ଆନନ୍ଦ କର୍ଣ୍ଣ,ଶ୍ରୀଯୁକ୍ତସାରଥି ବଢ଼େଇ, ଶ୍ରୀମାନ୍ ବିକାଶ ହୋତା, ଶ୍ରୀଯୁକ୍ତ ପ୍ରମୋଦ ଗୁରୁ,ଶ୍ରୀମାନ୍ ନିଶାନ୍ତ ମହାରଣା, ଶ୍ରୀମାନ୍ ମାନଭଞ୍ଜନ ରଣା ଯୋଗ ଦେଇ କୁନି ବୈଜ୍ଞାନିକ ମାନଙ୍କର ଭାଗ୍ୟ ନିର୍ଦ୍ଧାରଣ କରିଥିଲେ।ଅଦ୍ୟ ଶିଶୁ ବାଟିକା ବିଭାଗର ଶିଶୁ ମେଳା ଅନୁଷ୍ଠିତ ହୋଇଥିଲା। ଏଥିରେ ୬୫ ଜଣ ଶିଶୁ ବିଭିନ୍ନ ଜିନିଷ ପତ୍ର ଆଣି ଶିଶୁମେଳାରେ ଭାଗ ନେଇଥିଲେ। କାର୍ଯ୍ୟକ୍ରମକୁ ଶ୍ରୀଯୁକ୍ତ ଗୋପାଳ କୃଷ୍ଣ ମାହାର୍ଣ୍ଣା ଓ ଶ୍ରୀଯୁକ୍ତ ରୋହିତ ପ୍ରଧାନ ପରିଚାଳନା କରିଥିବାବେଳେ ଶ୍ରୀଯୁକ୍ତ ବୁଦ୍ଧଦେବ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ମୋଟ୭୬ଟି ପ୍ରକଳ୍ପ ଓ ୦୭ ଟି ମୂର୍ତ୍ତି କଳା ଶିଶୁ ମାନଙ୍କ ଦ୍ବାରା ପ୍ରଦର୍ଶିତ ହୋଇଥିଲା।ବିଦ୍ୟାଳୟର ଗୁରୁଜୀ ଗୁରୁମା କାର୍ଯ୍ୟକ୍ରମକୁ ସାହାଯ୍ୟ ଓ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *