ଛାତ୍ରୀ ନିବାସରେ ୨୦ରୁ ଉଦ୍ଧ୍ବ ଅନ୍ତେବାସୀ ଝାଡାବାନ୍ତିରେ ଆକ୍ରାନ୍ତ ।

ଛାତ୍ରୀ ନିବାସରେ ୨୦ରୁ ଉଦ୍ଧ୍ବ ଅନ୍ତେବାସୀ ଝାଡାବାନ୍ତିରେ ଆକ୍ରାନ୍ତ । ଆର,ଉଦୟଗିରି(ମନୋଜ କୁମାର ପାଢୀ)- ଗଜପତି ଜିଲ୍ଲା ମୋହନା ଥିବା ଅସ୍ତୁରିବା ଗାନ୍ଧୀ ବାଳିକା ବିଦ୍ୟାଳୟ ଛାତ୍ରୀ ନିବାସରେ ୨୦ରୁ ଉଦ୍ଧ୍ବ ଅନ୍ତବାସୀ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ଗତ କିଛି ଦିନ ହେଲା ଛାତ୍ରୀ ମାନେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିଲେ । ଛାତ୍ରୀନିବାସ କତ୍ତୃପକ୍ଷ ସେମାନଙ୍କୁ ମୋହନା ମେଡିକଲରେ ଭତ୍ତି କରିଥିଲେ । ଚିକିତ୍ସା ପରେ ଛାତ୍ରୀମାନଙ୍କୁ ସେମାନଙ୍କ ଅଭିଭାବକ ମାନେ ସେମାନେ ନିଜ ନିଜ ଘରକୁ ନେଇଯାଇଥିବା ଛାତ୍ରୀନିବାସ ପରିଚାଳିକା କହିଛନ୍ତି । ଗୁରୁବାର ଗୁରୁତର ଅସୁସ୍ଥ ଥିବା ନବମ ଶ୍ରେଣୀର ଛାତ୍ରୀ ଦୁର୍ଗପେଟା ଗାଁର ଜାନକୀ ମଲ୍ଲିକ ମୋହନା ମେଡିକଲରେ ଭତ୍ତି କରିଥିଲେ । ଚିକିତ୍ସା ପରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିବାରୁ ଶୁକ୍ରବାର ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଉଛି । ଛାତ୍ରୀମାନେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଛାତ୍ରୀମାନେ ଝାଡାବାନ୍ତିରେ ଆକ୍ରାନ୍ତ ହେଲେ ତାହା ଅନୁଧ୍ୟାନ କରାଯାଉ ଥିବା ମୋହନା ମେଡିକଲ ଡାକ୍ତର ସମୀର ତ୍ରିପାଠୀ କହିଛନ୍ତି ।

Leave a Reply

Your email address will not be published. Required fields are marked *