ଅଗଷ୍ଟ 16 ତାରିଖ ଦାବୀ ଦିବସରେ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ବିଭିନ୍ନ ଦାବୀ ନେଇ ରାଜରାସ୍ତାକୁ ଓହ୍ଲାଇବ ।
ଗଜପତି(ମନୋଜ ପାଢୀ) ତା 26.07.25 ରିଖ ଶନିବାର ଦିନ ରାୟଗଡ଼ ବ୍ଲକର କୁଜ|ସିଂ ରାଜୀବ ଗାନ୍ଧୀ ସ୍ମାରକ ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା ଓଷ୍ଟା ସଂଘର ସଭାପତି ଶ୍ରୀ ପି ମେନକା ରାଓଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ କାନଭେନସନ ଅନୁଷ୍ଠିତ ହୋଇଯାଇଛି | ଏହି କାନଭେନସନରେ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ଜନପ୍ରତିନିଧି ଶିକ୍ଷାବିତ୍ତ ଅଂଶ ଗ୍ରହଣ କରିଥିଲେ |ପ୍ରଥମ ପର୍ଯ୍ୟାୟରେ ମଂଚାସୀନ ଅତିଥି ପ୍ରଦୀପ ପ୍ରଜ୍ବଳନ କରିବା ପରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରିଥିଲେ |ଏହି କାନଭେନସନରେ ମୁଖ୍ୟତଃ ଅନୁଦାନରୁ ବଞ୍ଚିତ ବିଦ୍ୟାଳୟମାନଙ୍କୁ ଅନୁଦାନ ପ୍ରଦାନ, ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟର ଶିକ୍ଷକ କର୍ମଚାରୀମାନଙ୍କୁ ପେନସନ ପ୍ରଦାନ,ସମସ୍ତ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ କଲେଜକୁ ସରକାରୀକରଣ, 2004 ରୁ 2013 ମଧ୍ୟରେ ନିଯୁକ୍ତି ପାଇଥିବା ଶିକ୍ଷକ ମାନଙ୍କୁ ବରିଷ୍ଟତା ପ୍ରଦାନ,ପ୍ରତ୍ୟେକ ବର୍ଗର ଶିକ୍ଷନୁଷ୍ଠାନରେ ଅଧ୍ୟୟନରତ ଛାତ୍ର ଛାତ୍ରୀମାନଙ୍କ ପାଇଁ ସମାନ ସୁବିଧା ସୁଯୋଗ ପ୍ରଦାନ, ଏବଂ ଅବସର ବୟସ ସୀମାକୁ 60 ବର୍ଷରୁ 62 ବର୍ଷକୁ ବୃଦ୍ଧି ଏଭଳି ଅନେକ ସମସ୍ୟା ଜିଲ୍ଲା ସମ୍ପାଦକ ଶ୍ରୀ ଚିତ୍ତରଞ୍ଜନ ପଣ୍ଡା ଉପସ୍ଥାପନ କରିବା ସହ ଆଗାମୀ ଅଗଷ୍ଟ 2 ତାରିଖରେ ବ୍ଲକ ଶିକ୍ଷାଧିକାରୀଙ୍କୁ ସମସ୍ୟା ସମ୍ପର୍କରେ ଅବଗତ କରାଇବା ଓ ତାଙ୍କ ଜରିଆରେ ସରକାରଙ୍କୁ ଜଣାଇବା ଆଗାମୀ 8 ତାରିଖରେ ଜିଲ୍ଲାପାଳଙ୍କୁ ଭେଟି ନିଜର ସମସ୍ୟା ଅବଗତ କରାଇବା ଓ ଅଗଷ୍ଟ 16 ତାରିଖ ଦାବୀ ଦିବସରେ ଭୁବନେଶ୍ୱର ପିଏମଜୀ ଛକରେ ଜିଲ୍ଲାରୁ ବହୁ ସଂଖ୍ୟାରେ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେବା ପାଇଁ ନିବେଦନ କରିଥିଲେ |ପ୍ରଧାନ ଶିକ୍ଷକ ଶ୍ରୀ ସୁଶାନ୍ତ ଚୌଧୁରୀ ମଞ୍ଚ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ |
