ଲଘୁଚାପ ଜନିତ ଲଗାଣ ବର୍ଷାରେ ବୁଡ଼ିଲା କନ୍ୟାଶ୍ରମ ପୋଲ | ପୋଲ ଉପରେ ଦୁଇ ଫୁଟ ବନ୍ୟା ଜଳ ପ୍ରବାହିତ ହେବାରୁ କାଲିମେଳା ବ୍ଲକ ସହିତ ପଡିଆ ବ୍ଲକକୁ ଯୋଗାଯୋଗ ବିଛିନ୍ନ ହୋଇପଡ଼ିଛି |

କାଲିମେଳା: ଲଘୁଚାପ ଜନିତ ଲଗାଣ ବର୍ଷାରେ ବୁଡ଼ିଲା କନ୍ୟାଶ୍ରମ ପୋଲ | ପୋଲ ଉପରେ ଦୁଇ ଫୁଟ ବନ୍ୟା ଜଳ ପ୍ରବାହିତ ହେବାରୁ କାଲିମେଳା ବ୍ଲକ ସହିତ ପଡିଆ ବ୍ଲକକୁ ଯୋଗାଯୋଗ ବିଛିନ୍ନ ହୋଇପଡ଼ିଛି | ଗତକାଲି ଠାରୁ କାଲିମେଳା ଅଂଚଳରେ ଝିପିଝିପି ବର୍ଷା ଲାଗି ରହିଥିବା ବେଳେ ଆଜି ଭୋର ସମୟରେ ଏହି ପୋଲଟି ବୁଡ଼ି ଯାଇଥିବାର ଦେଖିବାକୁ ମିଳିଛି | ପୋଲ ବୁଡ଼ିଯିବା ଯୋଗୁଁ ଯାତ୍ରୀବାହୀ ବସ ସହ ଅନେକ ଯାନବାହାନ ଉଭୟ ପଟେ ଅଟକି ରହିଥିବାର ଦେଖିବାକୁ ମିଳିଛି |

ଗତ ୨୪ ଘଣ୍ଟା ମଧ୍ୟରେ କାଲିମେଳାରେ ୩୩ ମି ମି ବର୍ଷା ହୋଇଥିବାର ରେକର୍ଡ କରାଯାଇଛି | ସେହିପରି ମାଲକାନଗିରି-ମୋଟୁ ୩୨୬ ଜାତୀୟ ରାଜପଥର କାଙ୍ଗୁରୁକୋଣ୍ଡା ନାଳ ଉପରେ ଗତକାଲି ରାତିରେ ମାତ୍ର ଏକ ଫୁଟ ବନ୍ୟା ଜଳ ପ୍ରବାହିତ ହେଉଥିଲା ବେଳେ ସକାଳୁ ପୋଲ ତଳକୁ ପାଣି ଖସି ଯାଇଥିବାର ଦେଖିବାକୁ ମିଳିଛି | ଗୋଟିଏ ପଟେ କନ୍ୟାଶ୍ରମ ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ଯୋଗୁଁ କାଲିମେଳା – ପଡିଆ ମୁଖ୍ୟ ରାସ୍ତାରେ ଯାତାୟତ ଠପ ହୋଇଯାଇଥିବା ବେଳେ ମାଲକାନଗିରି – ମୋଟୁ ଜାତୀୟ ରାଜପଥରେ ଯାନବାହାନ ଚଳାଚଳ ସ୍ୱାଭାବିକ ରହିଛି |ଗତ ୨୪ ଘଣ୍ଟା ମଧ୍ୟରେ କାଲିମେଳାରେ ୩୩ ମି ମି ବର୍ଷା ହୋଇଥିବାର ରେକର୍ଡ କରାଯାଇଛି | ସେହିପରି ମାଲକାନଗିରି-ମୋଟୁ ୩୨୬ ଜାତୀୟ ରାଜପଥର କାଙ୍ଗୁରୁକୋଣ୍ଡା ନାଳ ଉପରେ ଗତକାଲି ରାତିରେ ମାତ୍ର ଏକ ଫୁଟ ବନ୍ୟା ଜଳ ପ୍ରବାହିତ ହେଉଥିଲା ବେଳେ ସକାଳୁ ପୋଲ ତଳକୁ ପାଣି ଖସି ଯାଇଥିବାର ଦେଖିବାକୁ ମିଳିଛି | ଗୋଟିଏ ପଟେ କନ୍ୟାଶ୍ରମ ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ଯୋଗୁଁ କାଲିମେଳା – ପଡିଆ ମୁଖ୍ୟ ରାସ୍ତାରେ ଯାତାୟତ ଠପ ହୋଇଯାଇଥିବା ବେଳେ ମାଲକାନଗିରି – ମୋଟୁ ଜାତୀୟ ରାଜପଥରେ ଯାନବାହାନ ଚଳାଚଳ ସ୍ୱାଭାବିକ ରହିଛି |

Leave a Reply

Your email address will not be published. Required fields are marked *