ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଲାଞ୍ଚ କାରବର ଅଭିଯୋଗ ।
( ୪ଜଣିଆ ଟିମ୍ ର ଖୋଳତାଡ)
ଆର,ଉଦୟଗିରି-25/7(ମନୋଜ ପାଢୀ)- ଗଜପତି ଜିଲ୍ଲା ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଜନ୍ମମୃତ୍ୟୁ ପ୍ରଦାନରେ ଲାଞ୍ଚ କାରବାର ହେଉଥିବା ଅଭିଯୋଗ ପରେ ଗୁରୁବାର ଏହାର ତଦନ୍ତ ଏକ ୪ ଜଣିଆ ଟିମ୍ କରୁଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଧୀକାରୀଙ୍କ ନିଦ୍ଦେଶରେ ଏହି ଟିମ୍ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ବିଭିନ୍ନ କାଗଜପତ୍ର ଯାଞ୍ଚ କରିଛି । ଦାଇତ୍ବରେ ଥିବା ଅଧିକାରୀ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଓ ଅଭିଯୋଗକାରୀଙ୍କୁ ଟିମ୍ ପଚରାଉଚରା କରିଛି । ତଦନ୍ତ ରିପୋର୍ଟ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ପ୍ରଦାନ କରାଯିବ ଟିମ୍ ର ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା. ପ୍ରଦୀପ ମହାପାତ୍ର କହିଛନ୍ତି । ମହାପାତ୍ରଙ୍କ ସହ ଟିମ୍ ରେ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା. ପ୍ରଦୀପ ମହାପାତ୍ର କହିଛନ୍ତି । ମହାପାତ୍ରଙ୍କ ସହ ଟିମ୍ ରେ ହେଲ୍ଥ ସୁପରଭାଇଜର ଜି. ରାମକୃଷ୍ଣ ନାଇଡୁ, ବରିଷ୍ଠ କିରାଣି ରାଜ କିଶୋର ବେହେରା ଓ ଜନ୍ମମୃତ୍ୟୁ ପଞ୍ଜୀକରଣର ଜିଲ୍ଲା କୋଅଡିନେଟର ଅଭୟ ମାଳି ସାମିଲ ଥିଲେ । ଖବର ନେବାରୁ ଜଣାପଡିଛି । ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଢେପାଗୁଡା ଉପସ୍ବାସ୍ଥ୍ୟ କେନ୍ଦ୍ରର ପୁରୁଷ ସ୍ବାସ୍ଥ୍ୟ କର୍ମୀ ବିଜୟ ସାହୁ ଏବଂ ଗୋବିନ୍ଦପୁର ଉପ ସ୍ବାସ୍ଥ୍ୟକେନ୍ଦ୍ରର ସ୍ବାସ୍ଥ୍ୟକର୍ମୀ ବିଶ୍ବନାଥ ବେହେରା ଜନ୍ମମୃତ୍ୟୁ ପଞ୍ଜୀକରଣରେ ହିତାଧିକାରୀଙ୍କ ଠାରୁ ପ୍ରତ୍ୟେହ ଅର୍ଥ ଆଦାୟ କରୁଥିବା ଅଭିଯୋଗ ହୋଇଥିଲା । ଗତ ୧୧ ତାରିଖରେ ଜଣେ ଖବରଦାତା ମୋଜେସ ରଇତ ତାଙ୍କ ବାପାଙ୍କ ମୃତ୍ୟୁଜନିତ ପ୍ରମାଣପତ୍ର ନେବାକୁ ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଥିବା ଜନ୍ମମୃତ୍ୟୁ ପଞ୍ଜୀକରଣ କାର୍ଯ୍ୟାଳୟକୁ ଯାଇଥିଲେ । ତେବେ ଦାଇତ୍ବରେ ଅଧିକାରୀ ତାଙ୍କୁ ୩ ଶହ ଟଙ୍କା ଲାଞ୍ଚ ନ ଦେବାରୁ ତାଙ୍କୁ ସେଠାରେ ସକାଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିଥିଲା । ପରେ ଦାଇତ୍ବରେ ଥିବା ଅଧିକାରୀ ମୋଜେସଙ୍କ ଆବେଦନ ପତ୍ରକୁ ଫେରାଇ ଦେଇ ତାଙ୍କୁ ଗାଳିଗୁଲଜ କରିଥିଲେ ବୋଲି ମୋଜେସ ଅଭିଯୋଗ କରିଥିଲେ । ଏନେଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ ଜୟ ପଣ୍ଡାଙ୍କୁ ଜଣାଇବା ପରେ ତାଙ୍କୁ ମୃତ୍ୟୁ ପ୍ରମାଣପତ୍ର ପ୍ରଦାନ କରାଯିବ ବୋଲି କହିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ମୁବାରକ ଅଲ୍ଲୀଙ୍କ ଦୃଷ୍ଟି ଆକଷଣ କରିବାକୁ ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଲାଞ୍ଚ କାରବାର ହେଉଥିବା ସେ ଶୁଣିବାକୁ ପାଇଛନ୍ତି । ଏହାର ତଦନ୍ତ ପାଇଁ ଖୁବ ଶୀଘ୍ର ଏକ ଟିମ୍ ପଠାଯିବ ବୋଲି କହିଥିଲେ । ତାଙ୍କ ନିଦ୍ଦେଶରେ ଗୁରୁବାର ୪ ଜଣିଆ ଟିମ୍ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଖୋଳତାଡ କରୁଛନ୍ତି । ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ବିଭିନ୍ନ ଦୁର୍ନୀତି ଉପରେ ଟିମ୍ ତଦନ୍ତ କରିଛନ୍ତି । ଏନେଇ ଏକ ଦାବିପତ୍ର ବିଭାଗୀୟ ମନ୍ତ୍ରୀ, ଗଜପତି ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଉଛି ।
