ପ୍ରେସ ୟୁନିୟନ ତରଫରୁ ଜିଲ୍ଲାପାଳ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ପ୍ରେସ ୟୁନିୟନ ତରଫରୁ ଜିଲ୍ଲାପାଳ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ରାୟଗଡ଼ା:- ରାୟଗଡ ଜିଲ୍ଲା ପାଳ ଶ୍ରୀମତି ପାରୁଲ ପଟୱରି ଙ୍କୁ ପଦୋନ୍ନତି ପରେ ତାଙ୍କୁ ଜିଲ୍ଲା ରୁ ଅନ୍ୟତ୍ର ବଦଳି ପରେ ଆଜି ରାୟଗଡ଼ ପ୍ରେସ ୟୁନିୟନ ତରଫରୁ ସଭାପତି ଅମୁଲ୍ୟ ସାହୁଙ୍କ ନେତୃତ୍ଵରେ ଜିଲ୍ଲାପାଳ ଙ୍କ ବାସଭବନରେ ପୁଷ୍ପ ଗୁଛ ଓ ଉପଢ଼ୌକନ ଦେଇ ବିଦାୟକାଳୀନ ସମ୍ବର୍ଦ୍ଧନା କରାଯାଇଥିଲା। ଜିଲ୍ଲାପାଳ ଙ୍କ ଏକ ବର୍ଷ ଅବଧି ମଧ୍ୟରେ ସାମ୍ବାଦିକ ମାନଙ୍କ ସହ ସୁସଂପର୍କ ସ୍ଥାପନ ଓ ଜିଲ୍ଲାର ବହୁ ଉନ୍ନୟନମୂଳକ କାର୍ଯ୍ୟ କୁ ତ୍ଵରାନିତ କରିଥିବାରୁ ତାଙ୍କୁ ପ୍ରେସ ୟୁନିୟନ ତରଫରୁ ବହୁ ପ୍ରଶଂସା କରାଯାଇଥିଲା। ଏବଂ ଚାକିରି କାଳ ସୁଖମୟ ହେବା ସହ ମା ମଝିଘରିଆଣୀ ଙ୍କ ନିକଟରେ ୟୁନିୟନ ପକ୍ଷରୁ ଶ୍ରୀମତୀ ପାଟୱରି ଙ୍କ ଆରୋଗ୍ୟ ଓ ସୁସ୍ଥ କାମନା କରାଯାଇଥିଲା। ଏଥିରେ ୟୁନିୟନର ଉପଦେଷ୍ଟା ସୁରେଶ ଚନ୍ଦ୍ର ଦାଶ, ସାଧାରଣ ସମ୍ପାଦକ ଶୀବାଜି ଦାଶ , ସହ ସଂପାଦକ ମୃତ୍ୟୁଞ୍ଜୟ ନନ୍ଦ,ସଭ୍ୟ ରାଜେଶ କୁମାର ମହାନ୍ତି, ଅମୁଲ୍ୟ ନିଶଙ୍କ, ଶ୍ରୀନିବାସ ବଳିୟାର ସିଂ, ସନ୍ତୋଷ ପାଣିଗ୍ରାହୀ,ମନୋଜ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *