BMC ନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକଙ୍କର ୧୪୮% ଅଧିକ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ। ଆୟଠାରୁ ୧୪୮% ଅଧିକ ସମ୍ପତ୍ତି ଠୁଳ ପାଇଁ ଭିଜିଲାନ୍ସ ଗିରଫ କରିସାରିଛି । ନିର୍ବାହୀ ଯନ୍ତ୍ରୀଙ୍କର ଭୁବନେଶ୍ବରରେ ଗୋଟିଏ, ଗୁଣୁପୁରରେ ୨ଟି କୋଠା, ଭୁବନେଶ୍ବରରେ ଗୋଟିଏ ଫାର୍ମ ହାଉସ, ୩ ମୂଲ୍ୟବାନ ପ୍ଲଟ୍‌ର ମିଳିଛି ସନ୍ଧାନ। ସେହିପରି ୪୬୦ ଗ୍ରାମ ସୁନା, ୮୦ ଲକ୍ଷ ଟଙ୍କାର ଜମା, ଗୋଟିଏ ଚାରି ଚକିଆ ଯାନ, ଏକ ହଳ ହରିଣ ଶିଙ୍ଗ, ଦେଶୀ ବନ୍ଧୁକ ଠାବ କରିଥିଲା ଭିଜିଲାନ୍ସ। ହରିଣ ଶିଙ୍ଗ ମିଳିଥିବାରୁ ଯନ୍ତ୍ରୀଙ୍କ ନାଁରେ ବଣ୍ୟପ୍ରାଣୀ ଆକ୍ଟରେ ବି ମାମଲା ରୁଜୁ କରାଯାଇଛି। ଏହାବାଦ ପତ୍ନୀଙ୍କ ନାମରେ ଏକ ବ୍ୟାଙ୍କ ଲକର ଥିବା ଜଣାପ । ଇଞ୍ଜିନିୟରଙ୍କ ଘରେ ଚଢାଉ ଜାରି ରହିଥିବା ବେଳେ କେତେକ ବିଲ୍ଡର୍ସ ସଂସ୍ଥାରେ ବାବୁ ଅର୍ଥ ବିନିଯୋଗ କରିଥିବା ବି ସୁରାକ ପାଇଛି ଭିଜିଲାନ୍ସ ଟିମ ।

By admin

Leave a Reply

Your email address will not be published. Required fields are marked *