ରାମଗିରି ଠାରେ ଟେଲିକମ କନଜ୍ୟୁମର ଆଓ୍ବାରନେସ ପ୍ରୋଗ୍ରାମ ଅନୁଷ୍ଠିତ। ରା ଉଦୟଗିରି(ମନୋଜ ପାଢୀ) ଗଜପତି ଜିଲ୍ଲା ରା ଉଦୟଗିରି ବ୍ଲକ ରାମଗରି ସ୍ଥିତ ରାଜୀବ ଗାନ୍ଧୀ ସେବା କେନ୍ଦ୍ରଠାରେ ଦୂର ସଂଚାର ଉପଭୋକ୍ତା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ଦୂର ସଂଚାର ନିୟାମକ ପ୍ରାଧୀକାରୀ (TRAI) ଦ୍ବାରା ଆୟୋଜିତ ଏଇ କାର୍ଯ୍ୟକ୍ରମରେ ସ୍ଥାନୀୟ ପିଇଓ ପିଣ୍ଟୁ ପାତ୍ର , ସରପଞ୍ଚ ସୁସ୍ମିତା କାର୍ଯ୍ୟୀ ,ସୁବାସିନୀ ନାୟକ, ଶ୍ରୀଧର ପ୍ରଧାନ,ତାପସ ରଇତ,ଈନୋସ ରଇତ,ଡାଳିମ୍ବ ଗମାଙ୍ଗ,ସ୍ବେଛାସେବୀ ଜଗବନ୍ଧୁ ଦାସ ଓ ଦଣ୍ଡପାଣି ବଡମୁଣ୍ଡି ପ୍ରମୁଖ ମଞ୍ଚାସୀନ ରହିଥିଲେ ଓ ଉପଭୋକ୍ତାଙ୍କୁ କନଜ୍ୟୁମର ଆକ୍ଟ ଉପରେ ସଚେତନତା କରିଥିଲେ। ଏଇ କାର୍ଯ୍ୟକ୍ରମରେ ନୂଆଗଡ ବ୍ଲକ ଓ ରା ଉଦୟଗିରି ବ୍ଲକର ଅନେକ ବୁଦ୍ଧିଜୀବୀ ,ତଥା ସରପଞ୍ଚ,ଓ୍ବାର୍ଡ ମେମ୍ବର, ସମିତିସଭ୍ୟ ,ଆଶା କର୍ମୀ, ଅଙ୍ଗନୱାଡ଼ି,ସିଆରପି ,କୃଷିମିତ୍ର ଓ ଏସଏଚଜି ମହିଳା ଗୋଷ୍ଠୀଗଣଙ୍କ ସମେତ ୧୦୦ରୁ ଉର୍ଦ୍ଧ ବ୍ୟକ୍ତିବିଶେଷ ଉପସ୍ଥିତିଥିଲେ। ପରିଶେଷରେ ଗୋଷ୍ଠୀ ଭିତୀକ ଅଭିଯୋଗମାନ ସଂଗ୍ରହ କରି TRAI ଦିଲ୍ଲୀ ଓ ହାଇଦ୍ରାବାଦ ଓ ଭୁବନେଶ୍ବର ପଠାଯାଇଥିବା ଜଣାପଡିଛି। ଏଇ ସମସ୍ତ କାର୍ଯ୍ୟକ୍ରମକୁ ଫୋକୋ(FOCO) ର ରାଜ୍ୟ ସଭାପତି କାମେଶ୍ବର ରାଓ ପରିଚାଳନା କରିଥିବା ବେଳେ ପି କରୁଣା କର ରାଓ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *