ମଧୁବନ ସରପଞ୍ଚ ଙ୍କ ବିରୋଧ ରେ ଅନାସ୍ଥାନ ପ୍ରସ୍ତାବ ନିମନ୍ତେ ଗୁଣୁପୁର ଉପ ଜ଼ିଲ୍ଲାପାଳ ଙ୍କୁ ଭେଟିଲେ ୱାର୍ଡ ସଭ୍ୟ
ରାୟଗଡା : ରାୟଗଡା ଜ଼ିଲ୍ଲା ଗୁଡାରି ବ୍ଲକ ର ମଧୁବନ ସରପଞ୍ଚ ବଂଶୀଧର ଶବର ଙ୍କ ବିରୋଧ ରେ ନାଏବ ସରପଞ୍ଚ ଗୀତା ବେହେରା ଙ୍କ ନେତୃତ୍ୱ ରେ ପଂଚାୟତ ର 7 ୱାର୍ଡ ସଭ୍ୟ ଗତ ମଙ୍ଗଳବାର ଦିନ ଗୁଣୁପୁର ଉପ ଜ଼ିଲ୍ଲାପାଳ କିରଣ ଦୀପ କୌର ସହୋଟା ଙ୍କୁ ଭେଟି ଦସ୍ତଖତ ସମ୍ବଳିତ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି l ସରପଞ୍ଚ ଭାବେ ବଂଶୀ ଶବର ଦାୟିତ୍ୱ ନେବାର ଦୀର୍ଘ 3 ବର୍ଷ ଠାରୁ ପଂଚାୟତ ର କୌଣସି ବିକାଶ ମୂଳକ କାର୍ଯ୍ୟ ନ କରି ନିଜର ମନମୁତାବକ କାର୍ଯ୍ୟ କରୁଥିବା ର ଅଭିଯୋଗ ହୋଇଛି l ଗ୍ରାମ ପଂଚାୟତ ରେ ହେଉଥିବା ବିଭିନ୍ନ ଜନହିତକର କାମ ଗୁଡିକୁ ଜବର ଦସ୍ତ ବନ୍ଦ କରିବା ସହିତ ନିୟମ ଅନୁସାରେ ଗ୍ରାମ ପଂଚାୟତ ବୈଠକ ରେ ଲୋକ ପ୍ରତିନିଧି ଙ୍କ କୌଣସି ପ୍ରସ୍ତାବ ଗ୍ରହଣ କରୁନଥିବା ଉନୟନ ମୂଳକ କାମ ଉ ନିଜ ସମ୍ପର୍କୀୟ ମାନଙ୍କ ମାଧ୍ୟମରେ ନିମ୍ନମାନ ର କାମ କରି ପଂଚାୟତ ର ଟଙ୍କା ହରିଲୁଟ କରୁଥିବା ନେଇ ପଂଚାୟତୱାର୍ଡ ସଭ୍ୟ ମାନେ ଉପ ଜ଼ିଲ୍ଲାପାଳ ଙ୍କୁ ଲିଖିତ ଅଭିଯୋଗ କରିଛନ୍ତି l ନାଏବ ସରପଞ୍ଚ ଗୀତା ବେହେରା ଙ୍କ ସଭାପତିତ୍ବ ରେ ଗତ 13 ତାରିଖ ରେ ବାଲିଗୁଡା ଗ୍ରାମ ର ମଣ୍ଡପ ଠାରେ ସରପଞ୍ଚ ଙ୍କ ମନମୁଖୀ କାର୍ଯ୍ୟ କଳାପ କୁ ବିରୋଧ କରି ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ଏଥିରେ ପଂଚାୟତ ୱାର୍ଡ ସଭ୍ୟ ସଭ୍ୟା ଏକାଠି ହୋଇ ସରପଞ୍ଚ ଙ୍କ ବିରୋଧ ରେ ଅନାସ୍ଥାନ ପ୍ରସ୍ତାବ ଆଣିବା ପାଇଁ ସର୍ବସାମତି କ୍ରମେ ପ୍ରସ୍ତାବ ଗ୍ରହଣ କରିଥିଲେ l ଅନାସ୍ଥାନ ପ୍ରସ୍ତାବ ନୋଟିସ ରେ ନାଏବ ସରପଞ୍ଚ ଙ୍କ ସହିତ ୱାର୍ଡ ସଭ୍ୟ ମଶୁରିମା ମେଲେକା, ଡିଲେ ପୀଡିକାକା ଲକ୍ଷ୍ମୀ ନନ୍ଦ ଜାଗରେଙ୍ଗା, ଡିମ୍ବଟି ଶମ୍ବୁରିକା, ସୁକାନ୍ତି ଶବର, ସଞ୍ଜୁ ଗଣ୍ଟା, ସଞ୍ଜୁ ଶବର ପ୍ରମୁଖ ଙ୍କ ଦସ୍ତଖତ ରହିଛି l 12 ଗୋଟି ୱାର୍ଡ କୁ ନେଇ ମଧୁବନ ପଂଚାୟତ ଗଠିତ ହୋଇଛି l ଆଜି ଗୁଡାରି ବ୍ଲକ ଅଧକ୍ଷା ଲଷ୍ମୀ ଶବର ଙ୍କ ବିରୋଧ ରେ ଅନାସ୍ଥାନ ପ୍ରସ୍ତାବନିମନ୍ତେ ଅଧିକାଂଶ ସମିତି ସଭ୍ୟ ସରପଞ୍ଚ ଆଜ୍ଞାତ ସ୍ଥାନ ରେ ରହିଥିବା ବେଳେ ପୁଣି ମଧୁବନ ପଂଚାୟତ ସରପଞ୍ଚ ଙ୍କ ପାଇଁ ଅନାସ୍ଥାନ ପ୍ରସ୍ତାବ ଗୁଡାରି ବ୍ଲକ ରାଜନୀତି ସରଗରମ କରିଛି l
