ଗୁଡାରି ବ୍ଲକ ଅଧକ୍ଷା ଲଷ୍ମୀ ଶବର ଙ୍କ ଅନାସ୍ଥାନ ଭୋଟ

ରାୟଗଡା (ଅମୁଲ୍ୟ ନିଶଙ୍କ ) :ରାୟଗଡା ଜ଼ିଲ୍ଲା ଗୁଡାରି ବ୍ଲକ ଅଧକ୍ଷା ଲଷ୍ମୀ ଶବର ଙ୍କ ବିରୋଧ ରେ ଆଜି 24/07/2025 ରେ ଅନାସ୍ଥାନ ପ୍ରସ୍ତାବ ଭୋଟ ହେବ l ଏହି ଅନାସ୍ଥାନ ଭୋଟ ପାଇଁ ଗୁଡାରି ରେ ରାଜନୀତି ପାଣିପାଗ ସରଗରମ ହୋଇପଡିଛି କଂଗ୍ରେସ, ବିଜେଡି, ବିଜେପି ଦଳ ଓ କେତେକ ସ୍ୱାଧୀନ ଦଳ ର ନେତା ଙ୍କ ମଧ୍ୟରେ l ଗତ ଜୁନ 18 ତାରିଖ ରେ ବ୍ଲକ ଉପାଧ୍ୟ୍ୟକ୍ଷ ବିଶ୍ୱନାଥ ଶବର ଙ୍କ ନେତୃତ୍ୱ ରେ 14 ଜନ ନିର୍ବାଚିତ ପଂଚାୟତ ପ୍ରତିନିଧି ଙ୍କ ଦସ୍ତଖତ ସମ୍ଭାଳିତ ଅନାସ୍ଥାନ ଦାବିପତ୍ର ଗୁଣୁପୁର ଉପଜ଼ିଲ୍ଲାପାଳ ଙ୍କୁ ସଭ୍ୟ ଓ ସଭ୍ୟା ମାନେ ପ୍ରଦାନ କରିଥିଲେ l ସେଥିପାଇଁ ଗୁଣୁପୁର ଉପ ଜ଼ିଲ୍ଲାପାଳ ଅନାସ୍ଥାନଭୋଟ ଆଲୋଚନା ନିମନ୍ତେ ତାଙ୍କରି ପତ୍ର ସଂଖ୍ୟା 4086 ତାରିଖ 15/07/2025 ରେ ଆଜି 24/07/2025 ଗୁରୁବାର ଦିନ ଧାର୍ଯ୍ୟ କରିଛନ୍ତି l ଏହି ଅନାସ୍ଥାନ ଭୋଟ ସଭା ରେ ସାମିଲ ନିମନ୍ତେ ଲୋକସଭା ସାଂସଦ କୋରାପୁଟ,ବିଧାୟକ ଗୁଣୁପୁର ଙ୍କ. ସମତେ ବ୍ଲକ ଅଧକ୍ଷା, ଉପାଧ୍ୟକ୍ଷ, ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା ଙ୍କୁ ଉପସ୍ଥିତ ରହିବା ସହିତ ଅନାସ୍ଥାନ ଭୋଟ ରେ ସାମିଲ ହେବା ନିମନ୍ତେ ନୋଟିସ ପ୍ରଦାନ କରିଛନ୍ତି l ଏହି ଅନାସ୍ଥାନ ରୁ ବଞ୍ଚିତ ହେବା ନିମନ୍ତେ ଅଧକ୍ଷା ଶବର କୁ 7 ଗୋଟି ଭୋଟ ଦରକାର l ଅନ୍ୟପକ୍ଷ ରେ ଅନାସ୍ଥାନ ଆବେଦନାକାରୀ ମାନେ ଅଧକ୍ଷା କୁ ପରାସ୍ତ ନିମନ୍ତେ 13 ଗୋଟି ଭୋଟ ଆବଶ୍ୟକ l ସୂଚନା ଯୋଗ୍ୟଯେ ଗୁଡାରି ବ୍ଲକ ର 9 ଗୋଟି ପଂଚାୟତ ର ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା ହେଉଛନ୍ତି 18 ଜଣ ଓ ବିଧାୟକ ଓ ସାଂସଦ ଙ୍କୁ ମିଶାଇ ସମୁଦାୟ ଭୋଟର ସଂଖ୍ୟା ହେଉଛି 20 l କଦମା ପଂଚାୟତ ସରପଞ୍ଚ ଅନାସ୍ଥାନ ରେ ପରାସ୍ତ ହୋଇଥବାରୁ ସେହି ପଂଚାୟତ ସରପଞ୍ଚ କୁ ବାଦ ଦେଇ 19 ଖଣ୍ଡ ଭୋଟର ଭୋଟ ଦେବେ l 19 ଜଣ ଭୋଟରୁ 13/7 ଗଣତି ରେ ଝୁଲୁଛି ଅଧକ୍ଷା ଲଷ୍ମୀ ଙ୍କ ଭାଗ୍ୟ l 2024 ସାଧାରଣ ନିର୍ବାଚନ ର କିଛି ଦିନ ପୂର୍ବରୁ ଗୁଡାରି ବ୍ଲକ ରେ ବିଜେଡି ରାଜନୀତି ରେ ସରଗରମ ହୋଇଥିଲା l ଗୁଡାରି ତତ୍କାଳୀନ ବି ଡି ଓ ଓ ବ୍ଲକ ଅଧକ୍ଷା ମଧ୍ୟରେ ମତାନ୍ତର ହୋଇଥିଲା ସେଥିପାଇଁ ଅଧକ୍ଷା ଙ୍କ ନେତୃତ୍ୱ ରେ ବହୁ ସରପଞ୍ଚ, ସମିତି ସଭ୍ୟ ସଭ୍ୟା ବିଡ଼ିଓ ଙ୍କ ବଦଳି ପାଇଁ ଧାରଣା ରେ ବ୍ଲକ ଅଫିସ ସମୁଖ ରେ ବସିଥିଲେ ଗୁଣୁପୁର ର ତତ୍କାଳୀନ ବିଧାୟକ ରଘୁନାଥ ଗୋମାଙ୍ଗ ଙ୍କ ସହିତ ଆଲୋଚନା ପରେ ଧାରଣା ରୁ ଉଠିଥିଲେ ବ୍ଲକ ଅଧକ୍ଷା ଓ ତାଙ୍କରି ସହଯୋଗୀ l ନିର୍ବାଚନ ରେ ବିଜେଡି ଦଳ ର ପରାଜୟ ପରେ ଅଧକ୍ଷା ବିଜେଡି ଦଳ ଛାଡି ଗୁଣୁପୁର ବିଧାୟକ ସତ୍ୟଜିତ ଗୋମାଙ୍ଗ ଙ୍କ ନେତୃତ୍ୱ ରେ କଂଗ୍ରେସ ଦଳ ରେ ସାମିଲ ହୋଇଥିଲେ l ବର୍ତ୍ତମାନ ଅଧକ୍ଷା ପଦ ବଂଚିବା ଲଷ୍ମୀ ଙ୍କ ପାଇଁ ଯେତିକି ସମ୍ମାନ ନୁହେଁ ତାହାଠାରୁ ଅଧିକ ସମ୍ମାନ ଗୁଣୁପୁର ବିଧାୟକ, ବିଜେଡି ନେତୃମଣ୍ଡଳୀ ପାଇଁ l ଅଧକ୍ଷା ଙ୍କ ପଦ ବଂଚିବା ବିଧାୟକ ଓ ବିଧାୟକ ଙ୍କ ଗୋଷ୍ଠି ଙ୍କ ପାଇଁ ସମ୍ମାନ ର ପ୍ରଶ୍ନ l ଅନାସ୍ଥାନ ଭୋଟ ରେ ଅଧକ୍ଷା ଙ୍କ ବିରୋଧ ରେ ଭୋଟ ଦେବା ନିମନ୍ତେ ବହୁ ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା ଙ୍କୁ କୌଣସି ଅଜ୍ଞାତ ସ୍ଥାନ ରେ ରଖିଥିବା ର ଆଲୋଚନା ଚାଲିଛି l ଏହି ଅନାସ୍ଥାନ ଭୋଟ ଉଭୟ କଂଗ୍ରେସ, ବିଜେଡି, ବିଜେପି ଦଳ ର ନେତା କର୍ମୀ ଙ୍କ ପାଇଁ ସମ୍ମାନ ର ପ୍ରଶ୍ନ l ବିଜେଡି ବିଜେପି ଓ ସ୍ୱାଧୀନ ଗୋଷ୍ଠୀ ଅଧକ୍ଷା କୁ ଗାଦି ରୁ ଓଲାହିବା ନିମନ୍ତେ ଜୋରସୋର ରେ ଉଦ୍ୟମ ଆରମ୍ବ କରିଥିବା ର ଶୁଣିବାକୁ ମିଳୁଛି l କଡା ସୁରକ୍ଷା ମଧ୍ୟ୍ୟ ରେ ଅନାସ୍ଥାନ ଭୋଟ ନିମନ୍ତେ ଉଭୟ ଜ଼ିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି ବୋଲି ବ୍ଲକ ପ୍ରଶାସନ ପକ୍ଷରୁ ଜଣାପଡିଛି l ବିଜେଡି ଦଳ ର ତୁଙ୍ଗ ନେତା ଙ୍କ ସହିତ କଂଗ୍ରେସ ର ବହୁ ନେତା ବିଧାୟକ ଗୁଡାରି ରେ ଡେରା ପକାଇଥିବା ର ଦେଖିବାକୁ ମିଳିଛି l

Leave a Reply

Your email address will not be published. Required fields are marked *