ବାଲେଶ୍ବର :ଏଫଏମ କଲେଜର ଛାତ୍ରୀ ମୃତ୍ୟୁ ମାମଲାରେ ବିଭିନ୍ନ ଦିଗକୁ ନେଇ ତନାଘନା ଚଳାଇଛି କ୍ରାଇମବ୍ରାଞ୍ଚ। ଘଟଣାରେ କଲେଜର ଅଧ୍ୟାପକ ସମୀର ସାହୁ ଗିରଫ ହୋଇଥିବା ବେଳେ ପରେ କଲେଜ ଅଧ୍ୟକ୍ଷ ଦିଲ୍ଲୀପ ଘୋଷଙ୍କୁ ଗିରଫ କରାଯାଇଥିଲା। ଅନ୍ୟପଟେ କଲେଜରେ ଗଠିତ ହୋଇଥିବା ଆଇସିସି ନିଜ ରିପୋର୍ଟ ସମୀର ସାହୁଙ୍କୁ କ୍ଲିନ ଚିଟ ଏବଂ ବାରମ୍ବାର ନିଜ ମତ ବଦଳାଉଥିବାରୁ ସମୀର ସାହୁଙ୍କୁ ଏହାର ଫାଇଦା ମିଳିପାରେ ବୋଲି ଆଲୋଚନା ହେଉଛି । ତେବେ ସମୀରଙ୍କୁ ଅଦାଲତରେ ଦୋଷୀ ସାବ୍ୟସ୍ତ କରିବାକୁ ହେଲେ ତାଙ୍କ ଠୋସ ପ୍ରମାଣ ସଂଗ୍ରହ କରିବାକୁ ହେବ ବୋଲି ଆଇନଜୀବୀ କହିଛନ୍ତି ।ରବିବାର ମହାବିଦ୍ୟାଳୟରେ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ପହଞ୍ଚି ଡିଆଇଜି ଡା. ସତ୍ୟଜିତ ନାୟକଙ୍କ ସହ ଆଲୋଚନା କରିଥିଲେ। ଏହା ପରେ ମହାବିଦ୍ୟାଳୟରେ ପହଞ୍ଚି ଛାତ୍ରୀଜଣକ ଆତ୍ମାହୁତି ଦେଇଥିବା ସ୍ଥାନ ବୁଲି ଦେଖିଥିଲେ। ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରେ ଭାରପ୍ରାପ୍ତ ଅଧ୍ୟକ୍ଷ ଫିରୋଜ ପାଢ଼ୀଙ୍କ ସହ କଥା ହୋଇ ଘଟଣାର ବିଭିନ୍ନ ଦିଗ ସମ୍ପର୍କରେ ପଚାରି ବୁଝିଥିଲେ। ଏହି ସମୟରେ ICC ରିପୋର୍ଟରେ ସାଂଘାତିକ ଖୁଲାସା ହୋଇଛି। ଯାହା ପୀଡ଼ିତାଙ୍କୁ ନ୍ୟାୟ ଦେବା ବଦଳରେ ଦାୟୀ କରାଯାଇଛି । ରିପୋର୍ଟରେ ସମୀର ସାହୁଙ୍କୁ କ୍ଲିନଚିଟ ଦିଆଯାଇଛି। ପୀଡିତା କରିଥିବା ଅଭିଯୋଗରେ କୌଣସି ସତ୍ୟତା ନାହିଁ ବୋଲି ଆଇସିସି କହିଛି। ଏହି ରିପୋର୍ଟକୁ ଦେଖିଲେ ଜଣାପଡୁଛି, ପୂରା କଲେଜ ଗୋଟିଏ ପଟେ ଅନ୍ୟପଟେ ଏକା ହୋଇ ଯାଇଥିଲେ ଛାତ୍ରୀ। ଫେବର ମାଗିବା କଥା ନେଇ ପୀଡିତା ଛାତ୍ରୀ ଅଭିଯୋଗ କରିଥିଲେ। ଯାହା ପରେ ଆଇସିସି କମିଟି ଗଠନ କରାଯାଇ ତଦନ୍ତ କରିଥିଲା।ତଦନ୍ତ କରି ଏହି ରିପୋର୍ଟ ଦେଇଥିଲା ଆଇସିସି।-ପୀଡ଼ିତାଙ୍କୁ ଫେଭର ମାଗିବା କଥା, କୌଣସି ବୟାନ ବା ଦୃଷ୍ଟିକୋଣରୁ ସାବ୍ୟସ୍ତ ହୋଇନାହିଁ।-ଏହି ଘଟଣା ପରେ ମଧ୍ୟ ପୀଡ଼ିତା ସମୀର ସାରଙ୍କ ପାଖକୁ ନୋଟ ଆଣିବାକୁ ଯାଇଛନ୍ତି ଓ ଆଦୌ ଅସୁରକ୍ଷିତ ମନେ କରିନାହାଁନ୍ତି ।-ମେସ୍‌ରେ ଥିବା ବେଳେ ରାତି ୧୦ରେ କାହା ସହ କଥା ହୋଇ ଜୋରରେ କାନ୍ଦନ୍ତି ଓ ଅନ୍ୟ ଅନ୍ତେବାସୀଙ୍କୁ ଅସୁବିଧାରେ ପକାନ୍ତି ।-ସେ ଦିନ ୨ଟା ବେଳେ ବିଛଣାରୁ ଉଠନ୍ତି, ତେଣୁ କ୍ଲାସ କରିପାରନ୍ତି ନାହିଁ ।-ବିଭାଗୀୟ ମୁଖ୍ୟଙ୍କୁ ଦରଖାସ୍ତ ନଦେଇ କ୍ଲାସରୁ ଅନୁପସ୍ଥିତ ରୁହନ୍ତି, ତେଣୁ ଉପସ୍ଥାନ କମ୍‌ ରୁହେ ।-ନିର୍ଯାତନା ନେଇ ପ୍ରମାଣ କମିଟିର ହସ୍ତଗତ ହୋଇନାହିଁ, ତେଣୁ ଏହା ଭିତ୍ତିହୀନ

Leave a Reply

Your email address will not be published. Required fields are marked *