ଓ୍ବାଶିଂଟନ,୨୨।୭: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କେବଳ ତାଙ୍କ ନିଷ୍ପତ୍ତି ପାଇଁ ନୁହେଁ ବରଂ ତାଙ୍କ ବୟାନ ପାଇଁ ମଧ୍ୟ ଖବରରେ ଅଛନ୍ତି। ପୂର୍ବରୁ ଟେସଲା ମାଲିକ ଏଲୋନ ମସ୍କଙ୍କ ସହ ତାଙ୍କର ଖୁବ ଯୁକ୍ତିତର୍କ ହୋଇଥିଲା। ସୋସିଆଲ ମିଡିଆରେ ଉଭୟଙ୍କ ମଧ୍ୟରେ ପ୍ରବଳ ବିତର୍କ ହୋଇଥିଲା। ଏବେ ଟ୍ରମ୍ପ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କୁ ଟାର୍ଗେଟ କରିଛନ୍ତି। ଟ୍ରମ୍ପ ଓବାମାଙ୍କୁ ନେଇ ଏକ AI ଭିଡିଓ ଶେୟାର କରିଛନ୍ତି। ଏଥିରେ ଓବାମାଙ୍କୁ ହାତକଡି ପିନ୍ଧାଇ ତଳେ ଫିଙ୍ଗି ଦିଆଯାଇଥିବା ଦେଖାଯାଇଛି।ପ୍ରକୃତରେ, ସେ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଟ୍ରୁଥରେ AI ଉପରେ ନିର୍ମିତ ଏକ ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓରେ ଓବାମାଙ୍କୁ ଓଭାଲ ଅଫିସ ଭିତରେ ଗିରଫ କରାଯାଇଥିବା ଦେଖାଯାଇଛି। ଏଫବିଆଇ ଏଜେଣ୍ଟମାନେ ଓବାମାଙ୍କୁ ହାତକଡି ପିନ୍ଧାଇ ତଳେ ଫିଙ୍ଗି ଦେଉଥିବା ଦେଖାଯାଇଛି। ଭିଡିଓରେ ଓବାମାଙ୍କୁ ମଧ୍ୟ କଲର ଧରିଥିବା ଦେଖାଯାଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଭିଡ଼ିଓ ବିଷୟରେ କୌଣସି ଡିସକ୍ଲାମେର ଦିଆଯାଇ ନାହିଁ ଯେ ଏହା AI ଉପରେ ତିଆରି ଏକ ଭିଡିଓ।ଭିଡିଓ ଦେଖି ଅନୁମାନ କରାଯାଇପାରେ ଯେ ଏଥିପାଇଁ ଡିପଫେକ ବ୍ୟବହାର କରାଯାଇଥିବ। ଏହା ଏକ କୌଶଳ ଯାହା ଏଆଇ ଉପରେ ତିଆରି ଏକ ଭିଡିଓକୁ ପ୍ରକୃତ ଦେଖାଏ। ଏପର୍ଯ୍ୟନ୍ତ ଅନେକ ସେଲିବ୍ରିଟିଙ୍କ ଡିପଫେକ ଭିଡିଓ ତିଆରି ଏବଂ ଭାଇରାଲ କରାଯାଇଛି।ଟ୍ରମ୍ଫ ସରକାର ‘ୱାନ ବିଗ ବିୟୁଟିଫୁଲ ବିଲ’ ନାମକ ଏକ ବିଲ ପାସ କରିଥିଲା। ଏଥିରେ ଟିକସ କାଟ, ମେଡିକେଡରେ କାଟ ଏବଂ ଖାଦ୍ୟ ସହାୟତା ସହିତ ଜଡିତ ଅନେକ ବ୍ୟବସ୍ଥା ଅନ୍ତର୍ଭୁକ୍ତ ଥିଲା। ଏଲୋନ ମସ୍କ ଏହି ବିଲ୍କୁ ପାଗଳ ବୋଲି କହିଥିଲେ। ଏହାକୁ ନେଇ ଟ୍ରମ୍ପ ଏବଂ ମସ୍କଙ୍କ ମଧ୍ୟରେ ବହୁତ ବିତର୍କ ହୋଇଥିଲା। ଟ୍ରମ୍ପ ଏହି ବଲ୍କୁ ତାଙ୍କ ନୀତିର ବିଜୟ ବୋଲି କହିଥିବାବେଳେ ମସ୍କ ଏହାକୁ ସରକାରୀ ଖର୍ଚ୍ଚ ଏବଂ ଦୁର୍ନୀତିର ପ୍ରତୀକ ବୋଲି କହିଥିଲେ। ଏହା ପରେ ମସ୍କ ତାଙ୍କର ନୂତନ ରାଜନୈତିକ ଦଳ ମଧ୍ୟ ଘୋଷଣା କରିଥିଲେ। ପୂର୍ବରୁ ଏଲୋନ ମସ୍କ ଏବଂ ଟ୍ରମ୍ପଙ୍କ ମଧ୍ୟରେ ଗଭୀର ବନ୍ଧୁତା ଥିଲା, କିନ୍ତୁ ଏବେ ବିବାଦର ପରିସ୍ଥିତି ସୃଷ୍ଟି ହୋଇଛି
