ହାଇକୋର୍ଟ ମୁଖ୍ୟ ବିଚାରପତି’ଙ୍କ ଦ୍ଵାରା କାଶୀନଗର ଗ୍ରାମ ନ୍ୟାୟାଳୟର ନୂତନ କୋଠା ଉଦଘାଟିତ ।

ଗଜପତି(ମନୋଜ ପାଢୀ) ଗଜପତି ଜିଲ୍ଲା କାଶୀନଗର ଠାରେ ପ୍ରାୟ ୪ ଏକର ପରିମିତ ଜମିରେ ୫ କୋଟି ୨୯ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଗ୍ରାମ ନ୍ୟାୟାଳୟ ତଥା ଜେଏମଏଫସି: କୋର୍ଟର ନୂତନ ବିଲ୍ଡିଙ୍ଗ ଆଜି ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଶ୍ରୀ ହରିଶ ଟଣ୍ଡନ’ଙ୍କ ଦ୍ଵାରା ଭର୍ଚୁଆଲ ମୋଡରେ ଉଦଘାଟିତ ହୋଇଯାଇଛି ।ଏହି ସମୟରେ ଜିଲ୍ଲା ଦୌରାଜଜ୍ ଶ୍ରୀ ଜଗଦୀଶ ପ୍ରସାଦ ମହାନ୍ତି , ରେଜିଷ୍ଟ୍ରାର ଶ୍ରୀ ପ୍ରସନ୍ନ କୁମାର ବେହେରା ଏବଂ କାଶୀନଗର କୋର୍ଟର ଗ୍ରାମ ନ୍ୟାୟାଳୟ ମାଜିଷ୍ଟ୍ରେଟ ତଥା ଜେଏମଏଫସି: ମୋନାଲି ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।ନିକଟ ଭବିଷ୍ୟତରେ ଅନ୍ୟ ଏକ କୋର୍ଟ ଏଠାରେ କାର୍ଯ୍ୟକ୍ଷମ ହେବା ଲକ୍ଷ୍ୟ ଉଦ୍ଦେଶ ରଖି ଏହାର ନିର୍ମାଣ ହୋଇଥିବା ଜଣାଯାଇଛି । ମୋଟ ୩ , ୭୭୫ ଏକର ଏରିଆ ବିଶିଷ୍ଟ ଏହି ଜମିରେ ମୋଟ ୫ କୋଟି ୨୮ଲକ୍ଷ ୯୬ ହଜାର ଟଙ୍କା ବ୍ୟୟରେ ନିର୍ମିତ ଏହି ନୂତନ କୋଠାରେ ସମସ୍ତ ବ୍ୟବସ୍ଥାର ଭିତ୍ତିଭୂମି ଠିକଠାକ ରହିଥିବା ଜଣାଯାଇଛି । ଯାହାକି , ଏଠାରେ ଇ-ଲାଇବ୍ରେରୀ , ଇ-ସେବା , ବାର ହାଉସ ଜନସାଧାରଣଙ୍କ ପାଇଁ ବିଶେଷ ସୁବିଧା ପ୍ରଭୃତିର ବ୍ୟବସ୍ଥା ରହିଛି ।ଏ ସମ୍ପର୍କରେ ଜିଲ୍ଲା ବାର ସଂଙ୍ଘ ସମ୍ପାଦକ ଶ୍ରୀ ଏମ: ପୃଥିବୀ ରାଜ କହିଛନ୍ତି ଯେ , ଉତ୍ତମ ପରିବେଶ ମଧ୍ୟରେ ଏହି ଗ୍ରାମ ନ୍ୟାୟାଳୟର ନୂତନ କୋଠା ନିର୍ମାଣ ହୋଇଛି । ସମସ୍ତ ଭିତ୍ତିଭୂମି ଥାଇ ଏହି କୋର୍ଟ କୋଠା ନିର୍ମାଣ କରାଯାଇଛି। ବିଭିନ୍ନ କ୍ଷେତ୍ରରେ ଏବଂ ବିଭିନ୍ନ ମକଦ୍ଦମା ପାଇଁ ଆସୁଥିବା ଲୋକେ ଏହା ଦ୍ବାରା ବେଶ ଉପକୃତ ହୋଇପାରିବେ । ତ୍ୱରିତ ସେବା ପାଇବାରେ ସହାୟକ ହେବେ ।ଆଜିର ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ଦୌରାଜଜ୍ ଶ୍ରୀ ଜଗଦୀଶ ପ୍ରସାଦ ମହାନ୍ତି , ରେଜିଷ୍ଟ୍ରାର ଶ୍ରୀ ପ୍ରସନ୍ନ କୁମାର ବେହେରା , କାଶୀନଗର କୋର୍ଟର ଗ୍ରାମ ନ୍ୟାୟାଳୟ ଅଧିକାରୀ ତଥା ଜେଏମଏଫସି: ଶ୍ରୀମତୀ ମୋନାଲି ବେହେରା , ଗଜପତି ଏସପି: ଶ୍ରୀ ଜତିନ୍ଦ୍ର କୁମାର ପଣ୍ଡା , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଫାଲଗୁନୀ ମାଝୀ , ଜିଲ୍ଲା ବାର ସଂଘ ସଭାପତି ଶ୍ରୀ ଜିତେନ୍ଦ୍ର କୁମାର ପଟ୍ଟନାୟକ , ସମ୍ପାଦକ ଶ୍ରୀ ଏମ: ପୃଥିବୀରାଜ , ଜିଲ୍ଲା କୋର୍ଟ ଓ କାଶୀନଗର କୋର୍ଟର ଓକିଲ ଗଣ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *