ଜୁନରୁ ସେପ୍ଟେମ୍ବର ପାକିସ୍ତାନରେ ମୌସୁମୀର ପ୍ରଭାବ ଦେଖିବାକୁ ମିଳୁଥିବା ବେଳେ ୨୦୨୨ରେ ଏମିତି ମୌସୁମୀର କରାଳ ରୂପ ପାଇଁ ପ୍ରାୟ ୧୭୦୦ ଲୋକଙ୍କ ପ୍ରାଣହାନୀ ହୋଇଥିଲା । କୋଟି କୋଟି ଟଙ୍କାର କ୍ଷତି ହୋଇଥିଲା ।

ଇସଲାମାବାଦ: ପାକିସ୍ତାନରେ ମୌସୁମୀ ବର୍ଷାର ତାଣ୍ଡବଲୀଳା । ପ୍ରବଳ ବର୍ଷାରେ ବେହାଲ ହୋଇଛି ପାକିସ୍ତାନ । ଫୁଲୁଛି ନଦୀ, ବଢୁଛି ଜଳସ୍ତର । ଲଗାଣ ବର୍ଷା ପାଇଁ ପାକିସ୍ତାନରେ ହାହାକାର ପଡିଥିବା ବେଳେ ସ୍ଥିତି ସଙ୍ଗୀନ ହୋଇଛି । ଗତ ୨୪ ଘଣ୍ଟାରେ ବର୍ଷା ଜନିତ ବନ୍ୟା ସ୍ଥିତିରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପାକିସ୍ତାନର ଅନେକ ରାଜ୍ୟ ଏବେ ଜଳବନ୍ଦୀ ସ୍ଥିତିର ସାମ୍ନା କରୁଛି ।ପାକିସ୍ତାନରେ ମୌସୁମୀ ଜନିତ ବର୍ଷା ଦେଶକୁ ଦୋହଲାଇ ଦେଇଥିବା ବେଳେ ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଚିନ୍ତାଜନକ । ପାକିସ୍ତାନରେ ମୁଣ୍ଡ ନେଉଛି ମୌସୁମୀ ବର୍ଷା । ମାସେ ଭିତରେ ୨୦୦ରୁ ଅଧିକ ଜୀବନ ନେଲାଣି ମୌସୁମୀ । ବିପର୍ଯ୍ଯୟ ପରିଚାଳନା କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ ଗତ ଜୁନ ୨୬ରେ ମୌସୁମୀ ପାକିସ୍ତାନ ଛୁଇଁଥିବା ବେଳେ ସେହି ତାରିଖ ଠାରୁ ବର୍ତ୍ତମାନ ଯାଏଁ ମୌସୁମୀ ଜନିତ ବର୍ଷା ଏବଂ ତତ୍ ଜନିତ ବନ୍ୟା ଏବଂ ଭୂସ୍ଖଳନ ଫଳରେ ମୋଟ ୨୧୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୮୦ ଜଣ ଗୁରୁତର ଆହତ ହୋଇଛନ୍ତି ।ଲଗାଣ ବର୍ଷା ପାକିସ୍ତାନରେ ବନ୍ୟା ସ୍ଥିତି ତ ଆଣିଛି ତାସହ ଅନେକ ଘର ଭୁଶୁଡ଼ି ଥିବା ଜଣାପଡିଛି । ଅଧିକାଂଶ ମୃତ୍ୟୁ ଛାତ ଭୁଶୁଡି ହୋଇଥିବା ବେଳେ ଅନେକ ଲୋକଙ୍କ ମୃତ୍ୟୁ ହଠାତ୍ ବନ୍ୟା ମାଡି ଆସିବା, ପାଣିରେ ଭାସିଯାଇ, ବଜ୍ରାଘାତ, ଭୂସ୍ଖଳନ ପାଇଁ ହିଁ ହୋଇଛି । ତେବେ ପାକିସ୍ତାନର ପଞ୍ଜାବ ବନ୍ୟାରେ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି । କେବଳ ପଞ୍ଜାବରେ ହିଁ ୧୩୫ ଜଣଙ୍କ ମୃତ୍ୟୁ ହୋଇଛି । ମୋଟ ମୃତକଙ୍କ ମଧ୍ୟରେ ୧୦୧ ଜଣ କେବଳ ଶିଶୁ ରହିଛନ୍ତି ।ପାକିସ୍ତାନର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ବନ୍ୟା ଏବଂ ଲଗାଣ ବର୍ଷାରେ ପାଖାପାଖି ୮୦୦ରୁ ଅଧିକ ଘର ଭାଙ୍ଗିଯାଇଛି । ୨୦୦ ଗୃହପାଳିତ ପଶୁ ମରିଛନ୍ତି । ତେବେ ଖାଲି ୨୦୨୫ ନୁହେଁ ଅତୀତର ବନ୍ୟାରେ ବଡ଼ ପ୍ରଭାବିତ ହୋଇଛି ପାକିସ୍ତାନ । ଜୁନରୁ ସେପ୍ଟେମ୍ବର ପାକିସ୍ତାନରେ ମୌସୁମୀର ପ୍ରଭାବ ଦେଖିବାକୁ ମିଳୁଥିବା ବେଳେ ୨୦୨୨ରେ ଏମିତି ମୌସୁମୀର କରାଳ ରୂପ ପାଇଁ ପ୍ରାୟ ୧୭୦୦ ଲୋକଙ୍କ ପ୍ରାଣହାନୀ ହୋଇଥିଲା । କୋଟି କୋଟି ଟଙ୍କାର କ୍ଷତି ହୋଇଥିଲା ।

By admin

Leave a Reply

Your email address will not be published. Required fields are marked *