କିଏ ହେବେ ପରିବର୍ତ୍ତୀ ଭାରତର ଉପରାଷ୍ଟ୍ରପତି ? ଜଗଦୀପ ଧନଖଡ଼ଙ୍କ ହଠାତ୍ ଇସ୍ତଫା ପରେ ଏବେ ଉପରାଷ୍ଟ୍ରପତି ପଦକୁ ନେଇ ଜୋରଦାର ଚର୍ଚ୍ଚା ଜାରି ରହିଥିବା ବେଳେ ଅନେକ ନାଁ ସାମ୍ନାକୁ ଆସୁଛି । ଯଦିଓ ବିଧିବଦ୍ଧ ଭାବେ କାହାରି ନାଁ ଘୋଷଣା ହୋଇନି ମାତ୍ର ଏମାନଙ୍କ ନାମ ଚର୍ଚ୍ଚା କରାଯାଉଛିନୂଆଦିଲ୍ଲୀ: ଧନଖଡ଼ଙ୍କ ପରେ କିଏ ? କିଏ ହେବେ ପରିବର୍ତ୍ତୀ ଭାରତର ଉପରାଷ୍ଟ୍ରପତି ? ଜଗଦୀପ ଧନଖଡ଼ଙ୍କ ହଠାତ୍ ଇସ୍ତଫା ପରେ ଏବେ ଉପରାଷ୍ଟ୍ରପତି ପଦକୁ ନେଇ ଜୋରଦାର ଚର୍ଚ୍ଚା ଜାରି ରହିଥିବା ବେଳେ ଅନେକ ନାଁ ସାମ୍ନାକୁ ଆସୁଛି । ଯଦିଓ ବିଧିବଦ୍ଧ ଭାବେ କାହାରି ନାଁ ଘୋଷଣା ହୋଇନି ମାତ୍ର ଚର୍ଚ୍ଚା କରାଯାଉଛି

ମୌସୁମୀ ଅଧିବେଶନର ପ୍ରଥମ ଦିନରେ ହିଁ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି ଭାରତର ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ । ସୋମବାର, ଜୁଲାଇ ୨୧, ୨୦୨୫ରେ ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ନିଜର ଇସ୍ତଫା ପତ୍ର ପଠାଇଛନ୍ତି । ଏହି ଅପ୍ରତ୍ୟାଶିତ ଇସ୍ତଫା ପରେ ଦେଶର ପରବର୍ତ୍ତୀ ଉପରାଷ୍ଟ୍ରପତି କିଏ ହେବେ ତାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଇସ୍ତଫା ପଛର କାରଣ ବି ଏବେ ରାଜନୀତିର ହଟ୍ ଟପିକ ପାଲଟିଛି ।ଯଦିଓ ବର୍ତ୍ତମାନ ସୁଦ୍ଧା କୌଣସି ନିର୍ଦ୍ଦିଷ୍ଟ ନାମ ସାମ୍ନାକୁ ଆସିନାହିଁ । ଶାସକ ବିଜେପି ନେତୃତ୍ୱାଧୀନ ଏନଡିଏ ମେଣ୍ଟ ଖୁବଶୀଘ୍ର ନିଜର ପ୍ରାର୍ଥୀ ଘୋଷଣା କରିବ ବୋଲି ଆଶା କରାଯାଉଛି । ତେବେ ରେସରେ ରାଜ୍ୟସଭାର ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂଙ୍କ ନାମ ସମ୍ଭାବ୍ୟ ପ୍ରାର୍ଥୀ ଭାବେ ଚର୍ଚ୍ଚା ହେଉଥିବା ବେଳେ ନୂତନ ଉପରାଷ୍ଟ୍ରପତି ନିର୍ବାଚିତ ହେବା ପର୍ଯ୍ୟନ୍ତ ରାଜ୍ୟସଭାର ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂ ରାଜ୍ୟସଭାର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ ।ସେପଟେ ହରିବଂଶ ନାରାୟଣଙ୍କ ନାଁ ସହ ମଧ୍ୟ ନୀତୀଶଙ୍କ ନାଁ ବି ଖୁବ୍ ଚର୍ଚ୍ଚା ହେଉଛି । କୁହାଯାଉଛି ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ହୋଇପାରନ୍ତି ଭାରତର ପରବର୍ତ୍ତୀ ଉପରାଷ୍ଟ୍ରପତି । ବିହାର ରାଜନୀତିରୁ ବାହାରି ସେ ଏହି ଦାୟିତ୍ବ ତୁଲାଇପାରନ୍ତି । ତେବେ ଆଗକୁ ବିହାରରେ ନିର୍ବାଚନ ଥିବାରୁ ଏନଡିଏ ଖେଳିପାରେ ‘ନୀତୀଶ କାର୍ଡ’ ।କାହିଁକି ନୀତୀଶଙ୍କ ନାଁ ଉଠୁଛି ?-ବିହାରରେ ଆଗକୁ ନିର୍ବାଚନ ଥିବାରୁ ରାଜନୀତି ପାଣିପାଗ ଗରମ ଅଛି । କଂଗ୍ରେସ ଏବଂ ବିରୋଧୀ ମହାଗଠବନ୍ଧନ ଏନଡିଏ ସରକାରକୁ ବିଭିନ୍ନ ପ୍ରସଙ୍ଗରେ ଘେରୁଥିବା ବେଳେ ନୀତୀଶଙ୍କ ବୟସ ନେଇ ମଧ୍ଯ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି । ଏଥର ବୟସ୍କ ନୀତୀଶ ନୁହଁ ବରଂ ରାଜ୍ୟୃବାସୀ ଆଉ ଜଣେ ଚେହେରା ଚାହୁଥିବା ଚର୍ଚ୍ଚା ହେଉଛି । ନୀତୀଶଙ୍କ କାର୍ଯ୍ଯଶୈଳୀ ବି ଅସନ୍ତୋଷର କାରଣ ସାଜିଥିବାରୁ ଏଥର ନୀତୀଶଙ୍କୁ ଉପରାଷ୍ଟ୍ରପତି କରାଇ ବିହାରକୁ ସରପ୍ରାଇଜ ଦେଇପାରେ ବିଜେପି ଆଉ ପୁଣିଥରେ ବିହାରରେ କମାଣ କଷିବାକୁ ଯୋଜନା ଚାଲିଥିବା କୁହାଯାଉଛି ।ତେବେ ନୀତୀଶଙ୍କର ଉଭୟ କେନ୍ଦ୍ର ଏବଂ ରାଜ୍ୟ ରାଜନୀତିରେ ଗଭୀର ଅଭିଜ୍ଞତା ରହିଛି । ୨୦ ବର୍ଷ କାଳ ମୁଖ୍ୟମନ୍ତ୍ରୀ ଭାବେ ବିହାରର ସେବା କରୁଥିବା ନୀତୀଶ ଦେଶର ଜଣେ ଅନୁଭବୀ ନେତା । ଏହି ଦୃଷ୍ଟିରୁ ସେ ଏହି ପଦ ଠିକ୍ ଭାବେ ତୁଲାଇ ପାରିବେ ବୋଲି ଆଶା ରଖି ତାଙ୍କ ନାଁ ଉପରେ ବିଜେପି ଆସ୍ଥା ପ୍ରକଟ କରୁଥିବା ଚର୍ଚ୍ଚା ହେଉଛି । ସେପଟେ ଶଶୀ ଥରରୁଙ୍କ ନାଁ ମଧ୍ଯ ଚର୍ଚ୍ଚାରେ ରହିଛି । ଶଶୀ ଗତ କିଛି ମାସ ହେବ ବିଜେପି ପ୍ରେମରେ ପଡିଥିବା ବେଳେ ତାଙ୍କୁ ମଧ୍ଯ କିଛି ବିଜେପି ସରପ୍ରାଇଜ୍ ଦେଇପାରେ ବୋଲି ଶୁଣାଯାଉଛି ।