ଅଜଣା ବ୍ୟକ୍ତିଙ୍କ ଗଳିତ ଶବ ଉଦ୍ଧାର।

ହିଞ୍ଜିଳି ଥାନା ଅର୍ନ୍ତଗତ ଘୋଡାହାଡ କେନାଲ ନିକଟରେ ଥିବା ଶ୍ମଶାନରେ କୌଣସି ଏକ ଅଜଣା ବ୍ୟକ୍ତିଙ୍କ ଗଳିତ ଶବ କୁ ପୋଲିସ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡଡାକ୍ତରଖାନାକୁ ପଠାଇଛନ୍ତି। ସୁଚନା ଅନୁଯାୟୀ ଜଣାପଡିଛି ଯେ ହିଞ୍ଜିଳି ପୌରସଂସ୍ଥାରେ ନବ ନିଯୁକ୍ତ ପୌର ନିର୍ବାହୀ ଅଧିକାରୀ ଉକ୍ତ ଶ୍ମଶାନର ଉନ୍ନୟନମୂଳକ କାର୍ଯ୍ୟ ଅନୁଧ୍ୟାନ ପାଇଁ ଯାଇଥିବା ବେଳେ ଜଣେ ଅର୍ଦ୍ଧଦଗ୍ଧ ମୃତ ଶରୀର ପଡ଼ିଥିବା ଦେଖି ପୋଲିସ କୁ ଖବର ଜଣାଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ନିକଟରେ କିଛି ପିନ୍ଧା ଲୁଗା ପଡ଼ିଥିଲା। ପରେ ପୋଲିସ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି। ମୃତ ଅଜଣା ବ୍ୟକ୍ତି ଜଣକ ଆତ୍ମହତ୍ୟା କରିଛି ନା ତାକୁ ହତ୍ୟା କରି ଏହି ସ୍ଥାନରେ ଫୋପାଡି ଦାଆ ଯାଇଛି , ତାହା ସନ୍ଦେହ ଘେରରେ ଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସଠିକ ଜଣାପଡ଼ିବ ବୋଲି ଥାନା ଅଧିକାରୀ ସୁଚନା ପ୍ରଦାନ କରିଛନ୍ତି।

Leave a Reply

Your email address will not be published. Required fields are marked *