ଢାକାରେ ବିମାନ ଦୁର୍ଘଟଣା: ମାଇଲଷ୍ଟୋନ୍ କଲେଜ କ୍ୟାମ୍ପସରେ ଧକ୍କା ମାରିଲା ବାୟୁସେନା ବିମାନ

ନୂଆଦିଲ୍ଲୀ/ଢାକା (୨୧ ଜୁଲାଇ): ବଂଲାଦେଶର ରାଜଧାନୀ ଢାକାର ଉତ୍ତରା ଅଞ୍ଚଳରେ ଏକ ଏଫ୍-୭ ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣା ଆଜି ଦିନ ୧:୩୦ ବେଳେ (ଭାରତୀୟ ସମୟ ୧:୦୦) ଘଟିଥିବା ବେଳେ ବିମାନଟି ମାଇଲଷ୍ଟୋନ୍ କଲେଜର ଉତ୍ତରା କ୍ୟାମ୍ପସରେ ଧକ୍କା ମାରିଥିଲା।ସୂତ୍ର ଅନୁସାରେ, ବିମାନଟି ବାଂଲାଦେଶ ବାୟୁସେନାର ତାଲିମ ପ୍ରଦାନକାରୀ ବିମାନ ଥିଲା। ଦୁର୍ଘଟଣା ସମୟରେ କ୍ୟାମ୍ପସ ଅଞ୍ଚଳରେ ଛାତ୍ରଛାତ୍ରୀ ଥିବା ଜଣାପଡ଼ିଛି, ଯାହା ଆଶଙ୍କା ବୃଦ୍ଧି କରିଛି। ଏଯାଁ ଯାଏଁ କୌଣସି ଜଣଙ୍କ ଆହତ ବା ମୃତ୍ୟୁ ବିଷୟରେ ସ୍ପଷ୍ଟ ସୂଚନା ମିଳିନାହିଁ।ଘଟଣା ସ୍ଥଳରେ ଅଗ୍ନିଶାମକ ବାହିନୀ, ବାୟୁସେନା ଏବଂ ପୋଲିସ ଦ୍ୱାରା ଉଦ୍ଧାର କାର୍ଯ୍ୟ ଚାଲିଛି। ଦୁର୍ଘଟଣାର କାରଣ ନିର୍ଣ୍ଣୟ ପାଇଁ ତଦନ୍ତ ଆରମ୍ଭ କରାଯାଇଛି।ସମ୍ପୂର୍ଣ୍ଣ ଖବର ପାଇଁ ଅପେକ୍ଷା କରନ୍ତୁ…

By admin

Leave a Reply

Your email address will not be published. Required fields are marked *